Below header

‘ରିଷଭ ତୁମେ ଶୁଣୁଛ ତ, ତୁମ ଅନୁପସ୍ଥିତି ଆମେ ଅନୁଭବ କରୁଛୁ, ଜଲଦି ଠିକ୍‌ ହୋଇଯାଅ’: ଗାଭାସ୍କର

ଦିଲ୍ଲୀ ଟେଷ୍ଟ ସମୟରେ ରିଷଭକୁ ନେଇ ଭାବବିହ୍ଵଳ ହୋଇଗଲେ ସୁନୀଲ ଗାଭାସ୍କର । କମେଣ୍ଟ୍ରି କରୁଥିବା ସମୟରେ ରିଷଭଙ୍କୁ ନେଇ କହିଲେ ଏମିତି କଥା । ସୁସ୍ଥ ହୋଇ ଟିମକୁ ଖୁବଶୀଘ୍ର ଫେରିବାକୁ କଲେ ନିବେଦନ ।

ଭାରତ ଏବଂ ଅଷ୍ଟ୍ରେଲିଆ ମଧ୍ୟରେ ଚାଲିଥିବା ବର୍ଡର ଗାଭାସ୍କର ଟ୍ରଫିରେ ରିଷଭ ପନ୍ତଙ୍କୁ ମିସ୍‌ କରୁଛନ୍ତି ଭାରତୀୟ ଫ୍ୟାନ୍ସ । ଭାରତ ଦୁଇଟି ଟେଷ୍ଟ ମ୍ୟାଚ ଜିତି ସାରିଥିବା ବେଳେ ଆଗାମୀ ମ୍ୟାଚ ଉପରେ ନଜର ରହିଛି । ମ୍ୟାଚ୍‌ ସମୟରେ ଟିମ୍‌ ସବୁବେଳେ ପନ୍ତଙ୍କ ଅଭାବକୁ ମିସ୍‌ କରୁଛି । ଦିଲ୍ଲୀରେ ହୋଇଥିବା ଦ୍ୱିତୀୟ ଟେଷ୍ଟ ମ୍ୟାଚ ସମୟରେ ଭାରତୀୟ କ୍ରିକେଟ ଟିମର ପୂର୍ବ ଅଧିନାୟକ ସୁନୀଲ ଗାଭାସ୍କରଙ୍କୁ ପନ୍ତଙ୍କ କଥା ମନେ ପଡିଛି । ଗାଭାସ୍କର କମେଣ୍ଟ୍ରି କରୁଥିବା ସମୟରେ କହିଛନ୍ତି, ତୁମେ ଶୁଣୁଛ ରିଷଭ, ତୁମର ଅନୁପସ୍ଥିତି ଆମେ ଅନୁଭବ କରୁଛୁ । ଜଲଦି ଠିକ୍‌ ହୋଇଯାଅ। ଆଉ ଫେରିଆସ ।

ଭାରତ ଅଷ୍ଟ୍ରେଲିଆ ମଧ୍ୟରେ ଚାଲିଥିବା ଦିଲ୍ଲୀ ଟେଷ୍ଟରେ କମେଣ୍ଟ୍ରି କରୁଥିବା ବେଳେ ଗାଭାସ୍କର କହିଥିଲେ କି, ‘ ଅଷ୍ଟ୍ରେଲିଆ ବହୁତ ଭାଗ୍ୟଶାଳୀ କି ରିଷଭ ନାହାନ୍ତି । ତାଙ୍କ ପାଖରେ କହିବାକୁ ବହୁତ କିଛି ଥାଏ, ବ୍ୟାଟିଂ ନ କରିବା ହେଉ କିନ୍ତୁ ଟିମ୍‌ ଓ ସାଥି ଖେଳାଳିଙ୍କ ପାଇଁ ବହୁତ ଜରୁରୀ ସେ । ରିଷଭ ତୁମେ ଯଦି ଶୁଣୁଛ, ତେବେ ତୁମ ଅନୁପସ୍ଥିତି ଆମେ ଆଉ ସହିପାରୁନାହୁଁ। ଜଲଦି ଠିକ୍‌ ହୋଇ ଫେରି ଆସ ।

ଚାରିଟି ମ୍ୟାଚ୍‌ ବିଶିଷ୍ଟ ସିରିଜରେ ଭାରତ ୨-୦ରେ ଆଗୁଆ ରହିଛି।

ସୂଚନାଯୋଗ୍ୟ, ରିଷଭ ପନ୍ତ ୩୦ ଡିସେମ୍ବରରେ ନିଜ ମା’ଙ୍କୁ ସରପ୍ରାଇଜ ଦେବା ପାଇଁ ଦିଲ୍ଲୀରୁ ରୁଡକୀ ଯାଉଥିଲେ। ଡେରାଡୁନରେ ଏକ ଡିଭାଇଡରରେ ପିଟି ହୋଇଥିଲେ। ତେବେ ବଡ଼ ଅଘଟଣ ପୂର୍ବରୁ ପନ୍ତ କାରର କାଚ ଭାଙ୍ଗି ଏହା ମଧ୍ୟରୁ ଡେଇଁ ପଡ଼ିଥିଲେ। ଫଳରେ ସେ ଏକ ନିଶ୍ଚିତ ମୃତ୍ୟୁମୁଖରୁ ବର୍ତ୍ତି ଯାଇଥିଲେ। ରିଷଭ କିନ୍ତୁ ଏହି ଦୁର୍ଘଟଣାରେ ଗୁରୁତର ଆହତ ହୋଇଥିଲେ । ଡାହାଣ ଗୋଡ ଆଣ୍ଠୁର ଲିଗାମେଣ୍ଟ ଭାଙ୍ଗିଯାଇଥିଲା। ଡାହାଣ ହାତ କହୁଣୀ, ପାପୁଲି ଏବଂ ଆଙ୍ଗୁଠିରେ ଆଘାତ ଲାଗିଥିଲା। ପିଠିରେ ଅନେକ ସ୍ଥାନରେ ଗଭୀର ଆଘାତ ଲାଗିଥିଲା। ତେବେ ଉତ୍ତରାଖଣ୍ଡର ମ୍ୟାକ୍ସ ହସ୍ପିଟାଲରେ ପନ୍ତଙ୍କ ପ୍ଲାଷ୍ଟିକ ସର୍ଜରୀ ସଫଳତାର ଶେଷ ହୋଇଥିଲା।।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.