ବିବାହ ଶୋଭାଯାତ୍ରା ପାଲଟିଲା ଶେଷଯାତ୍ରା, ଡଙ୍ଗା ବୁଡ଼ିଯିବାରୁ ୨୧ ମୃତ

ୟେମେନର ଦକ୍ଷିଣ ପୂର୍ବରେ ଥିବା ହଦିଦାହ ସହର ସ୍ଥତ ଲୋହିତ ସାଗରରେ ୨୧ ଜଣଙ୍କ ମୃତ୍ୟୁ ଘଟିଛି । କମରନ ଦ୍ୱୀପରେ ଏକ ବିବାହ ଭୋଜିରେ ଯୋଗଦେବା ପାଇଁ ଡଙ୍ଗାରେ ଯାଉଥିବା ବେଳେ ଅଘଟଣ।

ମୃତ୍ୟୁ କେତେବେଳେ କାହାକୁ ଜଗି ବସିଥାଏ, ତାହା କେହି ଜାଣିପାରନ୍ତି ନାହିଁ । ଲୋକେ ବସିଥିବା ଆଉ ଶୋଇଥିବା ବେଳେ ମଧ୍ୟ ଜୀବନ ଚାଲିଯାଏ । ଡଙ୍ଗାରେ ବସି ଯାଉଥିବା ବେଳେ ଡଙ୍ଗାଟି ବୁଡ଼ିଯିବାରୁ ୨୧ ଜଣଙ୍କ ଜୀବନ ଚାଲିଯାଇଛି । ସମସ୍ତ ଯାତ୍ରୀ ଏକ ବିବାହ ଶୋଭାଯାତ୍ରା ନେଇ ଯାଉଥିବା ବେଳେ ହଠାତ୍ କାଳ ମାଡ଼ି ଆସିଥିଲା । ଝଡ଼ତୋଫାନ କାରଣରୁ ଡଙ୍ଗାଟି ସାଗର ମଧ୍ୟରେ ବୁଡ଼ି ଯାଇଥିବା ନେଇ ସନ୍ଦେହ କରାଯାଉଛି ।

ଖବର ମୁତାବକ, ୟେମେନର ଦକ୍ଷିଣ ପୂର୍ବରେ ଥିବା ହଦିଦାହ ସହର ସ୍ଥତ ଲୋହିତ ସାଗରରେ ୨୧ ଜଣଙ୍କ ମୃତ୍ୟୁ ଘଟିଛି । ସମସ୍ତ ଯାତ୍ରୀ ଏକ ବିବାହ ଶୋଭାଯାତ୍ରା ନେଇ ଯାଉଥିବା ବେଳେ ହଠାତ୍ କାଳ ମାଡ଼ି ଆସିଥିଲା । କମରନ ଦ୍ୱୀପରେ ଏକ ବିବାହ ଭୋଜିରେ ଯୋଗଦେବା ପାଇଁ ଡଙ୍ଗାରେ ୨୭ ଜଣ ଯାତ୍ରୀ ଯାଉଥିଲେ । ଝଡ଼ତୋଫାନ କାରଣରୁ ଡଙ୍ଗାଟି ବୁଡ଼ି ଯାଇଥିବା ନେଇ ଅନୁମାନ କରାଯାଉଛି ।

ସାଗର ମଧ୍ୟରେ ଯାତ୍ରୀମାନେ ଯାଉଥିବା ବେଳେ ହଠାତ୍ ଡଙ୍ଗାଟି ନିୟନ୍ତ୍ରଣ ହରାଇ ଓଲଟି ପଡ଼ିଥିଲା । ଖବର ପାଇ ତଟରକ୍ଷୀ ବାହିନୀ ଓ ରେସକ୍ୟୁ ଟିମ୍ ଘଟଣାସ୍ଥଳରେ ପହଞ୍ଚି ଉଦ୍ଧାର କାର୍ଯ୍ୟ ଆରମ୍ଭ କରିଥିଲେ । ଏହି ଅଘଟଣରେ ୨ ଜଣ ପୁରୁଷ, ୧୨ ଜଣ ମହିଳା ଓ ୭ ଜଣ ବାଳକଙ୍କ ଜୀବନ ଚାଲିଯାଇଛି । ଆହତଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.