ଟି୨୦ ବିଶ୍ୱକପ ପୂର୍ବରୁ ସର୍ଜରୀ କରାଇଲେ ସୂର୍ଯ୍ୟକୁମାର ଯାଦବ, ଫଟୋ ପୋଷ୍ଟ କରି ଦେଲେ ଅପଡେଟ୍
ଟି୨୦ ବିଶ୍ୱକପ ପର୍ବୂରୁ ହାର୍ନିୟା ସର୍ଜରୀ କରିଛନ୍ତି ସୂର୍ଯ୍ୟକୁମାର ଯାଦବ । ଗତ ମାସରେ ସାଉଥ ଆଫ୍ରିକା ଟୁର ସମୟରେ ସୂର୍ଯ୍ୟକୁମାର ଯାଦବ ଆହତ ହୋଇଥିଲେ । ତେବେ ବିଶ୍ୱର ଟି୨୦ ଟପ୍ ବ୍ୟାଟର ଜର୍ମାନୀରେ ସର୍ଜରୀ କରିବା ପରେ ସୁସ୍ଥ ହେବାକୁ ଏକ ମାସ ଲାଗିବ ବୋଲି ଜଣାପଡିଛି ।
ଟିମ ଇଣ୍ଡିଆର ଷ୍ଟାର ବ୍ୟାଟର ସୂର୍ଯ୍ୟକୁମାର ଯାଦବଙ୍କ ଅସ୍ତ୍ରୋପଚାର ସଫଳ ହୋଇଛି । ଟି୨୦ ବିଶ୍ୱକପ ପର୍ବୂରୁ ହାର୍ନିୟା ସର୍ଜରୀ କରିଛନ୍ତି ସୂର୍ଯ୍ୟକୁମାର ଯାଦବ । ୧୭ ଜାନୁଆରୀରେ ହସପିଟାଲ ବେଡରେ ଶୋଇଥିବାର ଏକ ଫଟୋ ସୋସିଆଲ ମିଡିଆରେ ପୋଷ୍ଟ କରିଛନ୍ତି ।
ସୂର୍ଯ୍ୟକୁମାର ଯାଦବ କହିଛନ୍ତି, ‘ସ୍ପୋଟର୍ସ ହାର୍ନିୟା’ ସର୍ଜରୀ କରିଛି । ଗତ ମାସରେ ସାଉଥ ଆଫ୍ରିକା ଟୁର ସମୟରେ ସୂର୍ଯ୍ୟକୁମାର ଯାଦବ ଆହତ ହୋଇଥିଲେ । ତେବେ ବିଶ୍ୱର ଟି୨୦ ଟପ୍ ବ୍ୟାଟର ଜର୍ମାନୀରେ ସର୍ଜରୀ କରିବା ପରେ ସୁସ୍ଥ ହେବାକୁ ଏକ ମାସ ଲାଗିବ ବୋଲି ଜଣାପଡିଛି ।
Surgery done✅
I want to thank everyone for their concerns and well wishes for my health, and I am happy to tell you all that I will be back very soon 💪 pic.twitter.com/fB1faLIiYT
— Surya Kumar Yadav (@surya_14kumar) January 17, 2024
ସୂର୍ଯ୍ୟକୁମାର ସଂପୂର୍ଣ୍ଣ ଭାବେ ସୁସ୍ଥ ହେବାକୁ ଅତି କମରେ ମାସେ ଲାଗିବ । ନିଜର ଫଟୋ ପୋଷ୍ଟ କରି କ୍ୟାପସନରେ ଲେଖିଛନ୍ତି, ସର୍ଜରୀ ହୋଇଯାଇଛି, ମୁଁ ସମସ୍ତଙ୍କ ଶୁଭକାମନା ପ୍ରତି ଧନ୍ୟବାଦ ଦେଉଛି । ମୁଁ ଶୀଘ୍ର ସୁସ୍ଥ ହୋଇ ମଇଦାନକୁ ଫେରିବି ।
୩୩ ବର୍ଷୀୟ ସୂର୍ଯ୍ୟକୁମାର ଇଣ୍ଡିଆନ ପ୍ରିମିୟର ଲିଗରେ ଆଗାମୀ ସିଜିନରେ ଫେରିବେ ବୋଲି ଆଶା କରାଯାଉଛି । ଏହାପରେ ଜୁନରୁ ଟି୨୦ ବିଶ୍ୱକପ ମ୍ୟାଚ ଖେଳାଯିବ ।