Below header

ବିହାର: ବୌଦ୍ଧଗୟା ମହାବୋଧି ମନ୍ଦିରରୁ ଚୋରି, ବୌଦ୍ଧଭିକ୍ଷୁକ ଚୋରାଇଲେ ଦାନ ଟଙ୍କା

ବିହାର ବୌଦ୍ଧଗୟା ସ୍ଥିତ ମହାବୋଧି ମନ୍ଦିରରୁ ଚୋରି । ଚୋରି କରିଥିବା ଲୋକ ଆଉ କେହି ନୁହେଁ ବରଂ ଜଣେ ବୌଦ୍ଧଭିକ୍ଷକୁ । ଏହି ଚୋରି ଘଟଣାର ଭିଡିଓ ସାମ୍ନାକୁ ଆସିଛି । ଭିଡିଓରେ ମନ୍ଦିରରୁ ବୌଦ୍ଧଭିକ୍ଷୁକ ପଇସା ଚୋରାଉଥିବା ଭିଡିଓ ଦେଖିବାକୁ ମିଳିଛି । ଭିକ୍ଷୁକ ଜଣକ ଚୋରି କରିବା ପରେ ଭଗବାନ…

NBCC ରେ ଜୁନିଅର ଇଂଜିନିୟର ପଦବୀ ଖାଲି, ଇଣ୍ଟରଭ୍ୟୁ ଆଧାରରେ ହେବ ଚୟନ

ନ୍ୟାସନାଲ ବିଲିଡିଂ କନଷ୍ଟ୍ରକ୍ସନ କର୍ପୋରେସନ ଲିମିଟେଡରେ ଭର୍ତ୍ତି ପାଇଁ ନୋଟିଫିକେସନ ଜାରି ହୋଇଛି । ନୋଟିଫିକେସନ ଅନୁଯାୟୀ ଅନେକ ପଦବୀରେ ହେବ ଭର୍ତ୍ତି । ଆବେଦନ କରିବାକୁ ଇଚ୍ଛୁକ ଥିବା ପ୍ରାର୍ଥୀ ଅଫିସିଆଲ ୱେବସାଇଟ nbccindia.com କୁ ଯିବାକୁ ହେବ । ଏଠାରେ ୯୩ ପଦବୀ ପାଇଁ ଭର୍ତ୍ତି…

କର୍ଣ୍ଣାଟକ ଅଶ୍ଳୀଳ ଭିଡିଓ ମାମଲା: ପ୍ରଜ୍ଜ୍ୱଳଙ୍କ ବାପାଙ୍କୁ ଗିରଫ କଲା ଏସଆଇଟି, ଅଗ୍ରୀମ ଜାମିନ ଖାରଜ କଲେ କୋର୍ଟ

କର୍ଣ୍ଣାଟକ ଅଶ୍ଳୀଳ ଭିଡିଓ ମାମଲାରେ ଫସିଥିବା ଜେଡିଏସ ପୂର୍ବ ନେତା ପ୍ରଜ୍ଜ୍ୱଳ ରେଭାନ୍ନାଙ୍କ ବାପା ତଥା ଏଚଡି ଦେବେଗୌଡାଙ୍କ ପୁଅଙ୍କୁ ଗିରଫ କରିଛି ଏସଆଇଟି । ଏଚଡି ରେଭାନ୍ନାଙ୍କ ଗିରଫ ଅପହରଣ ମାମଲାରେ ହୋଇଛି । ଅପହରଣ ମାମଲାରେ କୋର୍ଟ ଅଗ୍ରିମ ଜାମିନକୁ ନାମଞ୍ଜୁର କରିବା ପରେ ଏଚଡି…

ଦିଲ୍ଲୀ-ମୁମ୍ବାଇ ଏକ୍ସପ୍ରେସ ୱେରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା, ଗୋଟିଏ ପରିବାରର ୬ ମୃତ

ଦିଲ୍ଲୀ-ମୁମ୍ବାଇ ଏକ୍ସପ୍ରେସ ୱେରେ ମର୍ମନ୍ତୁଦ ଦୁର୍ଘଟଣା । ସବାଇ ମାଧେପୁର ଜିଲ୍ଲା ବୋଲେ ଥାନା ଅଞ୍ଚଳରେ ଥିବା ତ୍ରିନେତ୍ର ଗଣେଶଙ୍କୁ ଦର୍ଶନ କରିବାକୁ ଯାଉଥିବା ଶ୍ରଦ୍ଧାଳୁଙ୍କ ଗାଡି ଧକ୍କା । ଘଟଣାରେ ୬ ଜଣଙ୍କର ମୃତ୍ୟୁ ହୋଇଛି । ଘଟଣା ବିଷୟରେ ସୂଚନା ପାଇଁ ପୋଲିସ ଘଟଣା ସ୍ଥଳରେ ପହଞ୍ଚି…

ଟି-୨୦ ବିଶ୍ୱକପ ପାଇଁ ଆଇସିସି ଜାରି କଲା ଆନ୍ଥେମ, ଦେଖନ୍ତୁ ଭିଡିଓ

ପୁରୁଷ ଆଇସିସି ଟି-୨୦ ବିଶ୍ୱକପ ପାଇଁ ଅଫିସିଆଲ ଆନ୍ଥେମ ରିଲିଜି ହୋଇଛି । ଗ୍ରାମୀ ଆଓ୍ଵାର୍ଡ ବିଜେତା ସିନ ପଲ୍‌ ଏବଂ ସୋକା ସୁପରଷ୍ଟାର କେସ୍‌ ମିଶି ଟି୨୦ ବିଶ୍ୱକପ ପାଇଁ ଗୀତ ଗାଇଛନ୍ତି । ଯାହାର ଟାଇଟଲ ରହିଛି ‘Out of this World’ । ଗୀତ ରିଲିଜ ହେବା ପରେ ଫ୍ୟାନ୍ସ ଉତ୍ସାହିତ…

କିଛିଦିନ ତଳେ କଂଗ୍ରେସ ଛାଡିଥିଲେ ଅରବିନ୍ଦର ସିଂ ଲଭଲି, ବିଜେପିରେ ହେଲେ ସାମିଲ

କଂଗ୍ରେସ ନେତା ଅରବିନ୍ଦର ସିଂ ଲଭଲି ବିଜେପିରେ ସାମିଲ ହୋଇଛନ୍ତି । ଏହି ସପ୍ତାହରେ ଦିଲ୍ଲୀ କଂଗ୍ରେସ ପ୍ରମୁଖ ପଦରୁ ଇସ୍ତଫା ଦେଇଥିଲେ । ଦିଲ୍ଲୀ ସ୍ଥିତ ବିଜେପି କାର୍ଯ୍ୟାଳୟକୁ ଯାଇ ବିଧିବଦ୍ଧ ଭାବେ ବିଜେପିରେ ସାମିଲ ହୋଇଛନ୍ତି । ଦିଲ୍ଲୀରେ ଆପ୍ ସହ କଂଗ୍ରେସର ମେଣ୍ଟକୁ ନେଇ ଅରବିନ୍ଦର…

ମହାରାଷ୍ଟ୍ର: ଜମିରେ ଜରୁରୀ ଅବତରଣ କଲା ଭାରତୀୟ ସେନା ହେଲିକପ୍ଟର, ଅଳ୍ପକେ ବର୍ତ୍ତିଲେ ୪ ଯବାନ

ଭାରତୀୟ ସେନାର ହେଲିକପ୍ଟର ଜରୁରୀକାଳୀନ ଅବତରଣ କରିଛି । ମହାରାଷ୍ଟ୍ରର ସାଙ୍ଗଲୀ ଜିଲ୍ଲାର ଏରୋଣ୍ଡଲୀ ଗାଁ ନିକଟ ଏକ ଜମିରେ ଜରୁରୀକାଳୀନ ଅବତରଣ କରିଛି ହେଲିକପ୍ଟର । ଫଳରେ ୪ ଜଣ ଯବାନଙ୍କ ଜୀବନ ବଞ୍ଚିଯାଇଛି । ତେବେ ହେଲିକପ୍ଟର ବୈଷୟିକ ତ୍ରୁଟି ଯୋଗୁଁ ଜମିରେ ଅବତରଣ କରିଛି ବୋଲି ଜଣାପଡିଛି…

ଡେରାଡୁନ :ସାଙ୍ଗ ହୋଇ ବୁଲିବାକୁ ଆସିଥିବା ବେଳେ ଖାଇକୁ ଖସିଲା କାର୍‌, ୬ ମୃତ

ଉତ୍ତରାଖଣ୍ଡର ଡେରାଡୁନ-ମସୁରୀ ରାସ୍ତାରେ ଏସୟୁଭି ଏକ ପାହାଡ଼ ତଳକୁ ଖସି ପଡ଼ିବା ଫଳରେ ୬ ଜଣଙ୍କର ମୃତ୍ୟୁ ହୋଇଛି । କାର୍‌ଟି ଅନିୟନ୍ତ୍ରିତ ହୋଇ ଖାଇକୁ ଖସିପଡିଥିଲା । ଖବର ପାଇ ସ୍ଥାନୀୟ ଲୋକେ ଘଟଣାସ୍ଥଳରେ ପହଞ୍ଚିବା ସହିତ ଉଦ୍ଧାର କାର୍ଯ୍ୟ ଆରମ୍ଭ କରିଥିଲେ । ମୃତକଙ୍କ ଭିତରେ ୪ ଜଣ ଯୁବକ…

ଧୋନିଙ୍କ ପ୍ରଶଂସା କଲେ ପଥିରାନା, କହିଲେ ‘ମୋ କ୍ରିକେଟ ଜୀବନରେ ବାପାଙ୍କ ଭୂମିକା ତୁଲାଉଛନ୍ତି’

ଶ୍ରୀଲଙ୍କା ଏବଂ ଚେନ୍ନାଇ ସୁପର କିଙ୍ଗସର ଦ୍ରୁତ ବୋଲର ମଥିଶା ପଥିରାନା ଏମଏସ ଧୋନିଙ୍କ ପ୍ରଶଂସା କରିଛନ୍ତି । ସେ ଚେନ୍ନାଇର ପୂର୍ବତନ ଅଧିନାୟକ ଧୋନିଙ୍କୁ ନିଜ ବାପାଙ୍କ ଭଳି କହିଛନ୍ତି । ପଥିରାନା ୨୦୨୨ରୁ ଚେନ୍ନାଇରେ ଖେଳୁଛନ୍ତି । ୨୧ ବର୍ଷୀୟ ପଥିରାନାଙ୍କୁ ‘ବେବି ମଲିଙ୍ଗା’ ବୋଲି…

ମା’ କାଳୀଙ୍କ ଅଭିନୟରେ ମଜିଗଲା ନାବାଳକ, ସତରେ କାଟିଦେଲା ରାକ୍ଷସ ଭୂମିକାରେ ଥିବା ନାବାଳକର ତଣ୍ଟି

ଉତ୍ତରପ୍ରଦେଶ କାନପୁରରେ ଆଶ୍ଚର୍ଯ୍ୟଜନକ ଘଟଣା ଘଟିଛି । ନାଟକରେ ମା’ କାଳୀଙ୍କ ଭୂମିକାରେ ଅଭିନୟ କରିଥିବା ବାଳକ ଆଉ ଜଣେ ୧୧ ବର୍ଷୀୟ ନାବାଳକର ତଣ୍ଟି କାଟିଦେଇଛି । ପିଲାଟିକୁ ଗୁରୁତର ଅବସ୍ଥାରେ ହସପିଟାଲରେ ଭର୍ତ୍ତି କରାଯାଇଥିଲା ହେଲେ ଡାକ୍ତର ତାକୁ ମୃତ ଘୋଷଣା କରିଥିଲେ । ଘଟଣା ସ୍ଥଳରେ…

ରେଳ ମନ୍ତ୍ରଣାଳୟର ନବରତ୍ନ କମ୍ପାନୀ IRCON ରେ ଭର୍ତ୍ତି, ଦରମା ମାସକୁ ୬୦ ହଜାର

ରେଳ ମନ୍ତ୍ରଣାଳୟ ଅଧିନରେ ଥିବା କମ୍ପାନୀ ଇରକନ ଇଣ୍ଟରନ୍ୟାସନାଲ ଲିମିଟେଡରେ ଭର୍ତ୍ତି ପାଇଁ ସୁଯୋଗ । ଏହି ଭର୍ତ୍ତି ଚୁକ୍ତି ଭିତ୍ତିକ ବିଭିନ୍ନ ପ୍ରୋଜେକ୍ଟରେ ଇରକନ ଇଲେକ୍ଟ୍ରିକାଲ ପଦବୀରେ ଭର୍ତ୍ତି ହେବ । ଇଂଜିନିୟର, ମ୍ୟାନେଜର ଏବଂ ସାଇଟ ସୁପରଭାଇଜର ପଦବୀ ସାମିଲ । ଇଚ୍ଛୁକ ଏବଂ…

ନିଜ୍ଜାର ହତ୍ୟାକାଣ୍ଡ ମାମଲା: ତିନି ଜଣ ଭାରତୀୟଙ୍କୁ ଗିରଫ କଲା କାନାଡା ପୋଲିସ

କାନାଡା ପୋଲିସ ଖଲିସ୍ତାନୀ ଆତଙ୍କବାଦୀ ହରଦୀପ ସିଂହ ନିଜ୍ଜାର ହତ୍ୟା ମାମଲାରେ ତିନି ଜଣଙ୍କୁ ଗିରଫ କରିଛି । ଗିରଫ ହୋଇଥିବା ୩ ଜଣ ଭାରତୀୟ ନାଗରିକ ବୋଲି ଜଣାପଡିଛି । ସେମାନଙ୍କ ନାଁ କରଣ ବରାର (୨୨), କମଲପ୍ରୀତ ସିଂ(୨୨), କରଣପ୍ରୀତ ସିଂ (୨୮) ରହିଛି । ତେବେ ଏମାନେ ଗତ ୩/୫ ବର୍ଷ ହେବ…