ଏବେ ଫ୍ଲାଇଟ୍‌ କ୍ୟାନସଲ କରିବା ପାଇଁ ଦେବାକୁ ପଡ଼ିବନି ଅତିରିକ୍ତ ଚାର୍ଜ, ୩୧ ମାର୍ଚ୍ଚ ପଯ୍ୟର୍ନ୍ତ ଏହି ରିହାତି ଦେଲା ଇଣ୍ଡିଗୋ

ବଜେଟ୍‌ ବିମାନ କମ୍ପାନୀ ‘ଇଣ୍ଡିଗୋ’ ୩୧ ମାର୍ଚ୍ଚ ପଯ୍ୟର୍ନ୍ତ ଫ୍ଲାଇଟ୍‌ କ୍ୟାନସଲ ଏବଂ ରିସିଡ୍ୟୁଲ କରିବା ପାଇଁ ନିଜ ଗ୍ରାହକମାନଙ୍କଠାରୁ କୌଣସି ବି ଅତିରିକ୍ତ ଚାର୍ଜ ନେବ ନାହିଁ। କରୋନା ଭାଇରସ୍‌ ବିପଯ୍ୟର୍ୟକୁ ଦୃଷ୍ଟିରେ ରଖି କମ୍ପାନୀ ଏହା ଘୋଷଣା କରିଛି। ବର୍ତ୍ତମାନ ଘରୋଇ ଏବଂ ଆନ୍ତର୍ଜାତିକ ବୁକିଂ ଉପରେ ୧୨ ଏବଂ ୧୩ ମାର୍ଚ୍ଚ ଭିତରେ ଗ୍ରାହକମାନଙ୍କଠାରୁ କୌଣସି ବି କ୍ୟାନ୍ସେଲେଶନ ଫି’ ନିଆଯିବ ନାହିଁ।

a11

କମ୍ପାନୀ କହିଛି ଯେ ୧୨ରୁ ୩୧ ମାର୍ଚ୍ଚ ଭିତରେ ଯଦି କେହି ଗ୍ରାହକ ନିଜ ଫ୍ଲାଇଟ୍‌ ତାରିଖ ବଦଳାଇବାକୁ ଚାହୁଁଛନ୍ତି, ତା’ହେଲେ ସେମାନଙ୍କୁ କୌଣସି ଫି’ ଦେବାକୁ ପଡ଼ିବ ନାହିଁ। ଇଣ୍ଡିଗୋର ମୁଖ୍ୟ ବାଣିଜ୍ୟିକ ଅଧିକାରୀ ଓ୍ଵିଲିୟମ୍‌ ଭୋଲ୍‌ଟର ଏକ ପ୍ରେସ୍‌ ବିଜ୍ଞପ୍ତି ଜାରି କରି କହିଛନ୍ତି, ‘ଆମେ କରୋନା ଚିନ୍ତା ଦୂର କରିବାକୁ ଏବଂ ସୁବିଧା ପ୍ରଦାନ କରିବାକୁ ଯାଇ ନର୍ମାଲ ଚେଞ୍ଜ ଫି’କୁ ଆଗାମୀ ଦୁଇ ସପ୍ତାହ ପାଇଁ ହଟାଇ ଦେଉଛୁ’।

dd3

ସେ ଆହୁରି କହିଥିଲେ, ’ଇଣ୍ଡିଗୋ ପାସେଞ୍ଜର୍ସଙ୍କୁ ଉଚିତ ମୂଲ୍ୟରେ ଟିକେଟ୍‌ ବୁକ୍‌ କରିବାରେ ଏବେ ସହଜ ହେବ। ଯଦି ସେମାନେ ନିଜ ସୁବିଧା ମୁତାବକ, ଏହାକୁ ରିସିଡ୍ୟୁଲ୍‌ କରିବାକୁ ଚାହାଁନ୍ତି, ତା’ହେଲେ ମଧ୍ୟ କରିପାରିବେ’। କିନ୍ତୁ ଏହି ଦେୟ ନିୟମ ଏବଂ ସର୍ତ୍ତ ସହିତ ଲାଗୁ ହେବ। ଏହାସହ ଗ୍ରାହକମାନଙ୍କୁ ରିସିଡ୍ୟୁଲିଂ ପାଇଁ ୩ ଦିନ ପୂର୍ବରୁ ହିଁ ଆଡ୍‌ଭାନ୍ସ ସୂଚନା ଦେବାକୁ ପଡ଼ିବ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.