Browsing Category

ରାଜ୍ୟ

ମଝି ସମୁଦ୍ରରେ ବୁଡ଼ିଲା ମାଛ ଧରା ଡଙ୍ଗା : ୭ ମତ୍ସ୍ୟଜୀବୀ ଉଦ୍ଧାର ,ଜଣେ ନିଖୋଜ

ଭଦ୍ରକ : ଡଙ୍ଗା ବୁଡ଼ି ଯିବାରୁ ୮ ଜଣ ମତ୍ସ୍ୟଜୀବୀ ନିଖୋଜ ହୋଇ ଯାଇଥିଲେ। ଭଦ୍ରକ ଜିଲ୍ଲା ଧାମରା ହ୍ଵିଲର ଦ୍ୱୀପ ନିକଟରେ ଏହି ଅଘଟଣ ଘଟିଛି। ତେବେ ୭ ଜଣଙ୍କୁ ଉଦ୍ଧାର କରାଯାଇଥିବା ବେଳେ ଏବେ ବି ଜଣେ ମତ୍ସ୍ୟଜୀବୀ ନିଖୋଜ ଅଛନ୍ତି । ଧାମରା ମେରାଇନ ପୋଲିସ ପକ୍ଷରୁ ଉଦ୍ଧାର କାର୍ୟ୍ୟ ଜାରି…

ସଂପର୍କରେ ଲାଗିଲା ଦାଗ : ଦାଦା କଲା ଝିଆରୀକୁ ଦୁଷ୍କର୍ମ

ବାଲେଶ୍ବର : କବାଟ ଭାଙ୍ଗି ନାବାଳିକାକୁ ଦୁଷ୍କର୍ମ ଉଦ୍ୟମ ଅଭିଯୋଗ। ବାଲେଶ୍ୱର ଜିଲ୍ଲା ସୋର ଥାନା ହଟସାହିରେ ସମ୍ପର୍କୀୟ ଦାଦା ଝିଆରିକୁ ଦୁଷ୍କର୍ମ ଉଦ୍ୟମ କରିଥିବା ଅଭିଯୋଗ ହୋଇଛି। ଗତକାଲି ରାତିରେ ନାବାଳିକା ଜଣକ ଶୋଇଥିବାବେଳେ ଅଭିଯୁକ୍ତ ସୁବାଷ ଘର କବାଟ ଖୋଲି ନାବାଳିକାର ମୁହଁ ବନ୍ଦ…

ଧରାପଡିଲା ବସ୍ ଚୋର !

ବାଲେଶ୍ବର : ଶେରଗଡ଼ ଟୋଲ୍ ଗେଟରୁ ବସ୍ ସହ ବସ୍ ଚୋରକୁ ଗିରଫ କଲା ପୋଲିସ। ଗୌରାଙ୍ଗ ସାହୁ ନାମକ ଜଣେ ଯୁବକ ବସଟିକୁ ବାଲେଶ୍ୱର କାନ୍ଥି ବସଷ୍ଟାଣ୍ଡରୁ ଚୋରିକରି ଭଦ୍ରକ ଯାଉଥିବାବେଳେ ୧୬ନମ୍ବର ଜାତୀୟ ରାଜପଥ ଉପରେ ଟୋଲ୍ ଗେଟ୍ କର୍ମଚାରୀ ଅଟକାଇଥିଲେ। ତେବେ ଟୋଲ୍ ଫି ମାଗିବାରୁ କର୍ମଚାରୀଙ୍କ ସହ…

ଭାରସାମ୍ୟ ହରାଇ ଓଲଟିଲା ପିକଅପ୍ ଭ୍ୟାନ୍: ଜଣେ ମୃତ ,୧୫ରୁ ଉର୍ଦ୍ଧ୍ୱ ଆହତ

କେନ୍ଦ୍ରାପଡା: ଭାରସାମ୍ୟ ହରାଇ ଓଲଟିଲା ପିକଅପ୍ ଭ୍ୟାନ୍। ଦୁର୍ଘଟଣାରେ ଜଣଙ୍କ ମୃତ୍ୟୁ ହୋଇଥିବାବେଳେ ୧୫ରୁ ଉର୍ଦ୍ଧ୍ୱ ଶ୍ରମିକ ଆହତ ହୋଇଛନ୍ତି। ସମସ୍ତଙ୍କୁ ମହାକାଳପଡ଼ା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରାଯାଇଛି। ଜମ୍ବୁ- ମାର୍ଶାଘାଇ ମୁଖ୍ୟ ରାସ୍ତା ମଙ୍ଗଳପୁର ନିକଟରେ ଆଜି ସକାଳେ…

ପୁଣି ବଗି ଛାଡି ଗଡିଲା ଇଞ୍ଜୀନ!

ପୁରୀ: ଆଗକୁ ୫ କିଲୋମିଟର ଗଲା ପରେ ପୁଣି ଫେରିଲା ପୁରୀ-କଟକ ପାସେଞ୍ଜର। ତିନିଟି ବଗିକୁ ନେବା ପରେ ଛାଡ଼ିଲା ଟ୍ରେନ୍। ଏପରି ଦୃଶ୍ୟ ଦେଖିବାକୁ ମିଳିଛି ପୁରୀ ରେଳ ଷ୍ଟେସନରେ। ରାତି ୮ଟାରେ ପୁରୀ-କଟକ ପାସେଞ୍ଜର ଟ୍ରେନ୍ ଛାଡିଥିଲା। ହେଲେ ଟ୍ରେନର ଶେଷ ତିନିଟି ବଗି ଷ୍ଟେସନରେ ରହିଯାଇଥିଲା।…

ଲୋକାୟୁକ୍ତ ନିଯୁକ୍ତି ପ୍ରସଙ୍ଗରେ ଆଜି ସୁପ୍ରିମକୋର୍ଟରେ ସତ୍ୟପାଠ ଦାଖଲ କରିବେ ରାଜ୍ୟ ସରକାର

ନୁଆଦିଲ୍ଲୀ: ଲୋକାୟୁକ୍ତ ନିଯୁକ୍ତି ପ୍ରସଙ୍ଗରେ ଆଜି ସୁପ୍ରିମକୋର୍ଟରେ ସତ୍ୟପାଠ ଦାଖଲ କରିବେ ରାଜ୍ୟ ସରକାର। ସତ୍ୟପାଠ ଦାଖଲ କରିବାକୁ ମୁଖ୍ୟ ଶାସନ ସଚିବ ଦିଲ୍ଲୀ ଗସ୍ତ କରିଛନ୍ତି। ଲୋକାୟୁକ୍ତ ଗଠନ ନେଇ ସରକାର କ’ଣ କରିଛନ୍ତି ଓ ଆଗକୁ କେଉଁ ସବୁ କାର୍ୟ୍ୟପନ୍ଥା ଗ୍ରହଣ କରିବେ ସେନେଇ ରାଜ୍ୟ…

ହଟହଟା ହେଲେ ବାଲିକୁଦା-ଏରସମା ବିଧାୟକ ଭିଡିଓ ହେଲା ଭାଇରାଲ

ଜଗତସିଂହପୁର: ଅନ୍ଧାରୀ ପହଞ୍ଚାୟରେ ହଟହଟା ହେଲେ ବାଲିକୁଦା-ଏରସମା ବିଧାୟକ ପ୍ରଶାନ୍ତ ମୁଦୁଲି। ଲୋକଙ୍କ ଆକ୍ରୋଶର ଶିକାର ହେଲେ ବିଧାୟକ। ପାଖାପାଖି ଏକ ଘଣ୍ଟା ବିଧାୟକଙ୍କୁ ଅଟକ ରଖିଲେ ଗୁଆମୁଣ୍ଡା ଗାଁଲୋକେ। ବିଧାୟକଙ୍କ ଗାଡ଼ି ଚାବି ଛଡ଼ାଇନେଲେ, କାଦୁଅ ରାସ୍ତାରେ ଚାଲିବାକୁ ବିଧାୟକଙ୍କୁ…

ଟ୍ରକକୁ ଧକ୍କା ଦେଲା ବସ୍ ଜଣେ ମୃତ, ୨୫ରୁ ଉର୍ଦ୍ଧ୍ୱ ଆହତ

କେନ୍ଦୁଝର: ଟ୍ରକକୁ ଧକ୍କା ଦେଲା ବସ୍। ଦୁର୍ଘଟଣାରେ ଜଣେ ମୃତ, ୨୫ରୁ ଉର୍ଦ୍ଧ୍ୱ ଆହତ। ୪ ଜଣଙ୍କ ଅବସ୍ଥା ଗୁରୁତର ରହିଛି। ସେମାନଙ୍କୁ ହସପିଟାଲରେ ଭର୍ତ୍ତି କରାଯାଇଛି। ବସଟି କେନ୍ଦୁଝର ଜିଲ୍ଲା ବାଟହରିଚନ୍ଦନପୁର ନିକଟରେ ଏକ ଟ୍ରକକୁ ପଛପଟୁ ଧକ୍କା ଦେଇଥିଲା। ଫଳରେ ଘଟଣାସ୍ଥଳରେ ବସ୍…

କଟକ ଏସସିବିରେ ବଢୁଛି ଡେଙ୍ଗୁ ରୋଗୀ ସଂଖ୍ୟା

କଟକ: ଏସସିବିରେ ବଢୁଛି ଡେଙ୍ଗୁ ରୋଗୀ ସଂଖ୍ୟା। ବର୍ତ୍ତମାନ ଚିକିତ୍ସିତ ହେଉଛନ୍ତି ୨୧ଜଣ ରୋଗୀ। ଏମାନଙ୍କ ମଧ୍ୟରୁ ୪ଜଣ ଆଇସିୟୁରେ ଓ ୧୭ଜଣ ଓ୍ଵାର୍ଡରେ ଚିକିତ୍ସିତ ହେଉଛନ୍ତି। ଗତ ଜାନୁୟାରୀ ମାସରୁ ଏବେ ସୁଦ୍ଧା ଏସସିବିରେ ୧୬ଶହ ୮୯ଟି ରକ୍ତ ନମୁନା ପରୀକ୍ଷା କରାଯାଇଛି। ଏଥିରୁ ୯୪ଟି ରିପୋର୍ଟ…

ବିଧାନସଭା ଗୃହ କମିଟି ନିକଟରେ ଗୁହାରି କଲେ ଜମିହରା

କେନ୍ଦୁଝର: ବିଧାନସଭା ଗୃହ କମିଟି ନିକଟରେ ଗୁହାରି କଲେ ଜମିହରା। ୧୯୮୨ ମସିହାରେ କେନ୍ଦୁଝର ବିଲେଇପଦାଠାରେ ଟାଟାଷ୍ଟିଲ ଓ ଇପିକଲ୍ ସହାୟତାରେ ତିଆରି ହୋଇଥିଲା ଏହି ସ୍ପଞ୍ଜ ଆଇରନ୍ କାରଖାନା। ପ୍ରଥମେ ଇପିଟାଟା, ପରେ ଟାଟା ସ୍ପଞ୍ଜ ଆଇରନ୍ ଲିମିଟେଡ ନାମରେ ପରିଚିତ ହେଲା। କାରଖାନା ଆରମ୍ଭ…

ସମ୍ବଲପୁର : ବାହାରେ ମଳତ୍ୟାଗ କଲେ ୫ଶହ ଟଙ୍କାର ଜରିମାନା

ସମ୍ବଲପୁର : ବାହାରେ ମଳତ୍ୟାଗ କଲେ ଗଣିବାକୁ ପଡିବ ୫ଶହ ଟଙ୍କାର ତଣ୍ଡ। ଏଭଳି ଚରମ ଘୋଷଣା କରିଛି ସମ୍ବଲପୁର ମହାନଗର ନିଗମ। ସମ୍ବଲପୁର ସହରରେ ଏବେ ଯଦି କେହି ବାହାରେ ମଳତ୍ୟାଗ କରି ଧରାପଡନ୍ତି, ତେବେ ତାଙ୍କୁ ୫ଶହ ଟଙ୍କା ଫାଇନ୍ ଦେବାକୁ ପଡିବ। ମହାନଦୀର ତଟବର୍ତ୍ତୀ ଅଞ୍ଚଳରୁ ଦୁର୍ଗନ୍ଧମୟ…

ଯୁକ୍ତ ଦୁଇ ନାମଲେଖା ପାଇଁ ଆଜି ପ୍ରକାଶ ପାଇବ ଦ୍ୱିତୀୟ ପର୍ୟ୍ୟାୟ କଟ୍ ଅଫ୍ ମାର୍କ

ଭୁବନେଶ୍ବର: ଯୁକ୍ତ ଦୁଇ କଲେଜରେ ଖାଲି ଥିବା ସିଟରେ ନାମଲେଖା ପାଇଁ ଆଜି ପ୍ରକାଶ ପାଇବ ଦ୍ୱିତୀୟ ପର୍ୟ୍ୟାୟ କଟ୍ ଅଫ୍ ମାର୍କ ତଥା ମେରିଟ୍ ଲିଷ୍ଟ। ଯୋଗ୍ୟ ବିବେଚିତ ଛାତ୍ରଛାତ୍ରୀ ଜୁଲାଇ ୧୧ ଓ ୧୨ ତାରିଖରେ ନାମ ଲେଖାଇ ପାରିବେ। ଦ୍ୱିତୀୟ ପର୍ୟ୍ୟାୟ ନାମଲେଖା ପରେ ବଳକା ସିଟର ତାଲିକା ୧୩…