ଆଜିଠୁ ୬ ଦିନ ପର୍ଯ୍ଯନ୍ତ ଦିଲ୍ଲୀରେ ଲକ୍‌ଡାଉନ୍, କେହି ଘରୁ ନବାହାରିବାକୁ ନିବେଦନ କଲେ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ଵାଲ

ନୂଆଦିଲ୍ଲୀ: ଦିଲ୍ଲୀକୁ ଫେରିଲା ଲକ୍‌ଡାଉନ । ୬ ଦିନ ଲକ୍‌ଡାଉନ ଘୋଷଣା କଲେ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ଵାଲ । ଆଜି ରାତି ୧୦ଟାରୁ ଆସନ୍ତା ସୋମବାର ସକାଳ ୫ଟା ପର୍ଯ୍ୟନ୍ତ ରାଜଧାନୀରେ ଲକ୍‌ଡାଉନ ଘୋଷଣା କରାଯାଇଛି । କରୋନା ସଂକ୍ରମଣ ବଢିବାରୁ ଲକ୍‌ଡାଉନ ଘୋଷଣା କରାଯାଇଛି । ଏହି ସମୟ  ମଧ୍ୟରେ ପ୍ରବାସୀ ଶ୍ରମିକଙ୍କୁ ଦିଲ୍ଲୀ ନଛାଡ଼ିବାକୁ ନିବେଦନ କରିଛନ୍ତି କେଜ୍ରିୱାଲ୍‌ । ଏହାସହ ସ୍ଥାନୀୟ ବାସିନ୍ଦାଙ୍କୁ ମଧ୍ୟ ଘରୁ ନବାହାରିବାକୁ ମଧ୍ୟ ସେ କହିଛନ୍ତି ।

ଗତ ୨୪ ଘଣ୍ଟାରେ ୨୫ହଜାର ସଂକ୍ରମଣ ବଢିବା ପରେ ଦିଲ୍ଲୀ ସରକାର ଗୁରୁତ୍ୱପୂର୍ଣ୍ଣ ବୈଠକ ପରେ ଏହି ନିଷ୍ପତ୍ତି ନେଇଛନ୍ତି । ଆଗକୁ ଲକ୍‌ଡାଉନ ଅବଧି ନବଢାଇବାକୁ ସମସ୍ତେ ସଜାଗ ହେବା ଆବଶ୍ୟକ ବୋଲି ସେ ଦିଲ୍ଲୀବାସୀଙ୍କୁ କହିଛନ୍ତି । ସମସ୍ତ ସଂକ୍ରମିତଙ୍କୁ ସେବା ଯୋଗାଇବାକୁ ଦିଲ୍ଲୀ ସରକାର ସମସ୍ତ ସହାୟତା କରିବେ ।

ଆଗାମୀ ୬ଦିନ ମଧ୍ୟରେ ଡାକ୍ତରଖାନାରେ ବେଡ୍‌ ସଂଖ୍ୟା ବୃଦ୍ଧି କରାଯିବ । ଲକ୍‌ଡାଉନ ସମୟରେ ଅକ୍ସିଜେନ, କୋଭିଡ ଔଷଧ ଆଦିର ବନ୍ଦୋବସ୍ତ କରାଯିବ। ଏହାସହ କଡ଼ାକଡ଼ି କୋଭିଡ ଗାଇଡଲାଇନ ପାଳନ କରିବାକୁ ଦିଲ୍ଲୀବାସୀଙ୍କୁ ସେ ନିବେଦନ କରିଛନ୍ତି। ତେବେ ଲକ୍‌ଡାଉନ ସମୟରେ ଅତ୍ୟାବଶ୍ୟକ ସେବା ଜାରି ରହିବ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.