ଅକ୍ଷୟ କୁମାରଙ୍କ ଫିଲ୍ମ ‘ମିଶନ୍‌ ରାନିଗଞ୍ଜ’ର ଟ୍ରେଲର ହେଲା ରିଲିଜ୍‌, ଖୁବ୍‌ ଶୀଘ୍ର ହଲ୍‌ରେ ଦେଖିବା ପାଇଁ ମିଳିବ ଫିଲ୍ମ

ବଲିଉଡର ଖିଲାଡି ଅକ୍ଷୟ କୁମାର ଏହି ବର୍ଷର ତାଙ୍କ ତୃତୀୟ ଫିଲ୍ମ ଖୁବ୍‌ ଶୀଘ୍ର ରିଲିଜ୍‌ କରିବା ପାଇଁ ଯାଉଛନ୍ତି । ତେବେ ଏବେ ଫ୍ୟାନ୍ସଙ୍କ ଅପେକ୍ଷା ଶେଷ ହୋଇଛି । ଅକ୍ଷୟ କୁମାର ଫିଲ୍ମର ଟ୍ରେଲରଟି ସୋସିଆଲ ମିଡିଆରେ ସେୟାର କରିଛନ୍ତି ।

ବଲିଉଡର ଆକ୍ସନ ହିରୋ ଅକ୍ଷୟ କୁମାରଙ୍କୁ କିଏ ନଜାଣେ । ଖୁବ ଶୀଘ୍ର ରିଲିଜ ହେବାକୁ ଯାଉଛି ତାଙ୍କର ଆଉ ଏକ ଫିଲ୍ମ । ଫିଲ୍ମଟିର ନାମ ରହିଛି ‘ମିଶନ ରାନିଗଞ୍ଜ’ । ଚଳିତ ବର୍ଷ ପାଇଁ ଏହା ହେଉଛି ତାଙ୍କର ତୃତୀୟ ଫିଲ୍ମ । ଫିଲ୍ମଟିକୁ ଖୁବ ଶୀଘ୍ର ସେ ରିଲିଜ୍‌ କରିବା ପାଇଁ ଯାଉଛନ୍ତି ।  ତେବେ ଏବେ ଫ୍ୟାନ୍ସଙ୍କ ଅପେକ୍ଷା ଶେଷ ହୋଇଛି । ଅକ୍ଷୟ କୁମାର ଫିଲ୍ମର ଟ୍ରେଲରକୁ ସୋସିଆଲ ମିଡିଆରେ ସେୟାର କରିଛନ୍ତି ।

ଅକ୍ଷୟ କୁମାର ପ୍ରାୟତଃ ଗୋଟିଏ ବର୍ଷରେ ୪ ରୁ ୫ଟି ଫିଲ୍ମରେ ନଜର ଆସନ୍ତି । ଏହି ବର୍ଷ ଖିଲାଡି କୁମାରଙ୍କର ୨ଟି ଫିଲ୍ମ ରିଲିଜ୍‌ ହୋଇସାରିଛି । ସେଥିରୁ ଗୋଟିଏ ଫ୍ଲପ୍‌ ହୋଇଥିବା ବେଳେ ଆଉ ଗୋଟିଏ ହିଟ୍‌ ହୋଇଛି । ଏବେ ଏହି ଅଭିନେତା ତାଙ୍କ ତୃତୀୟ ଫିଲ୍ମ ରିଲିଜ୍‌ କରିବା ପାଇଁ ଯାଉଛନ୍ତି ।

ଅକ୍ଷୟ କୁମାରଙ୍କ ଫ୍ୟାନ୍ସଙ୍କ ପାଇଁ ଏକ ଖୁସିର ଖବର ଯେ ତାଙ୍କ ଫିଲ୍ମ ‘ମିଶନ୍‌ ରାନିଗଞ୍ଜ’ ଦି ଗ୍ରେଟ୍‌ ଭାରତ ରେସକ୍ୟୁର ଟ୍ରେଲର ରିଲିଜ ହୋଇଛି । ତେବେ ଏହି ଟ୍ରେଲରରେ ଦେଖିବା ପାଇଁ ମିଳିଛି ଜସଓ୍ଵନ୍ତ ସିଂ ଗିଲ୍‌ କୋଇଲା ଖଣିରେ ଫସିଥିବା ଲୋକଙ୍କ ଜୀବନ ବଞ୍ଚାଇବା ପାଇଁ ଚେଷ୍ଟା କରିଛନ୍ତି ।

ଟ୍ରେଲରରେ ଅକ୍ଷୟ କୁମାରଙ୍କ ବ୍ୟତୀତ ପରିଣୀତି ଚୋପ୍ରାଙ୍କ ଝଲକ ମଧ୍ୟ ଦେଖିବା ପାଇଁ ମିଳିଛି । ଏବେ ପୁଣି ସିନେମା ପରଦାରେ ଦୁଇ ଜଣଙ୍କ ଯୋଡି ଦେଖିବା ପାଇଁ ମିଳିବ ।  ଫିଲ୍ମଟି ଲଣ୍ଡନର ପୂଜା ଏଣ୍ଟଟେନମେଣ୍ଟରେ ସୁଟିଂ କରାଯାଇଛି । ଫିଲ୍ମଟିକୁ ଟିନୁ ସୁରେଶ ଦେଶାଇ ନିର୍ଦ୍ଦେଶନା ଦେଇଛନ୍ତି  ।

ପୁର୍ବରୁ ଅକ୍ଷୟ ମୋସନ ପୋଷ୍ଟର ସେୟାର କରି ଲେଖିଥିଲେ ଯେ ୧୯୮୯ରେ ଜଣେ ବ୍ୟକ୍ତି ଅସମ୍ଭବକୁ ସମ୍ଭବ କରି ଦେଖାଇ ଥିଲେ, ଯିଏ କି କାହାଣୀର ମୁଖ୍ୟ ଚରିତ୍ର  । କାହାଣୀର କଥା ବସ୍ତୁ ଜଣେ ସଚ୍ଚୋଟ ଭାରତୀୟଙ୍କ ଜୀବନୀ ଉପରେ ଆଧାରିତ । ଫିଲ୍ମଟି ଦର୍ଶକଙ୍କୁ ବେଶ ଆନନ୍ଦ ଦେବ ବୋଲି କହିଛନ୍ତି ଅକ୍ଷୟ। ଅକ୍ଟୋବର ୬ରେ ସିନେମା ହଲ୍‌ରେ ମିଶନ୍‌ରାନିଗଞ୍ଜ ରିଲିଜ ହେବାକୁ ଯାଉଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.