ନାତୁଣୀ ଆରାଧ୍ୟା ରାଗିଗଲେ ଏହି ସବୁ ଜିନିଷ ଦେଇ ବୁଝାଇ ଦିଅନ୍ତି ଜେଜେ ଅମିତାଭ ବଚ୍ଚନ, ‘କେବିସି’ ଶୋ ରେ କହିଲେ ଏପରି

ଅମିତାଭ ବଚ୍ଚନ ଇଣ୍ଡଷ୍ଟ୍ରିର ସେହି ଅଭିନେତାମାନଙ୍କ ମଧ୍ୟରୁ ଜଣେ, ଯାହାଙ୍କର ଫ୍ୟାନ୍ସ ଫୋଲର୍ସଙ୍କ ଅଭାବ ନାହିଁ। କେବେଳ ବଲିଉଡର ମେଗାଷ୍ଟାର ଭାବେ ଜଣାଶୁଣା ନୁହେଁ ତାଙ୍କ ବ୍ୟକ୍ତିଗତ ଜୀବନ ପାଇଁ ମଧ୍ୟ ସେ ଚର୍ଚ୍ଚାରେ ରହିଥାନ୍ତି । ଅମିତାଭ୍‌ଙ୍କ ପରିବାର ସମ୍ପର୍କରେ ଜାଣିବା ପାଇଁ ସବୁବେଳେ ଉତ୍ସାହିତ ରହିଥାନ୍ତି ଫ୍ୟାନ୍ସ । ଏପରିକି ସେ ତାଙ୍କ ସୋ’ କୌନ ବନେଗା କରୋଡପତିରେ ନାତୁଣୀ ଆରାଧ୍ୟାଙ୍କ ସହ ଜଡ଼ିତ ଅନେକ ଅଜଣା କଥା ସେୟାର କରିଥାନ୍ତି। ପୂର୍ବରୁ ମଧ୍ୟ ଅନେକଥର ବିଗ୍‌ ବି ନିଜ ନାତୁଣୀ ଆରାଧ୍ୟାଙ୍କ ସହ ମଜାମସ୍ତି କରୁଥିବାର ଫଟୋ ହେଉ ବା ଭିଡିଓ ସୋସିଆଲ ମିଡିଆରେ ପୋଷ୍ଟ କରୁଥିବାର ଦେଖିବାକୁ ମିଳିଛି ।

ବର୍ତ୍ତମାନ ମଧ୍ୟ ସେ ସେଭଳି କିଛି ଅଜଣା କଥା ସେୟାର କରିଛନ୍ତି। ନାତୁଣୀ ରାଗିଗଲେ ଜେଜେ ବିଗ୍ ବି ଅମିତାଭ ବଚ୍ଚନ କିଭଳି ତାଙ୍କୁ ବୁଝାନ୍ତି, ସେ ବିଷୟରେ ସେ ଜଣାଇଛନ୍ତି। ତେବେ କେବିସି ସିଜନ ୧୪ର ଏକ ଏପିସୋଡରେ ବୈଷ୍ଣବୀ ନାମକ ଜଣେ ସାମ୍ବାଦିକ ଶୋରେ ଅମିତାଭଙ୍କୁ ପ୍ରଶ୍ନ କରିଥିଲେ। ଯାହା ଏହି ଏପିସୋଡକୁ ଅଧିକ ମଜାଦାର ।କରିଥିଲା । ତେବେ ସାମ୍ବାଦିକ ଜଣଙ୍କ ଅମିତାଭ୍‌ଙ୍କୁ ପ୍ରଶ୍ନ କରିଥିଲେ ଯେ, ଆପଣ ନିଜର ବ୍ୟସ୍ତବହୁଳ ଜୀବନ ଭିତରେ ନାତୁଣୀ ଆରାଧ୍ୟାଙ୍କୁ କେମିତି ସମୟ ଦେଉଛନ୍ତି ।

ଅମିତାଭ କହିଥିଲେ ପ୍ରତିଦିନ ମୁଁ ସକାଳ ୭ଟାରୁ ୭.୩୦ଭିତରେ ଘରୁ ସୁଟିଂ ପାଇଁ ବାହାରିଯାଏ। ଆରାଧ୍ୟା ସେତେବେଳେ ଶୋଇଥିବାରୁ ତାଙ୍କ ସହ ଦେଖା ହୁଏ ନାହିଁ। ସେ ସକାଳ ୮ଟାରେ ସ୍କୁଲ ଯାଇ ଅପରାହ୍ନ ୩-୪ଟା ଭିତରେ ଘରକୁ ଫେରିଆସନ୍ତି। ହେଲେ ମୋତେ ଫେରିବାକୁ ରାତି ୧୦-୧୧ଟା ହୋଇଯାଏ। ସେତବେଳକୁ ସେ ଶୋଇପଡ଼ିଥାନ୍ତି। ଅମିତାଭ୍‌ ଆହୁରି କହିଥିଲେ ଯେ, ‘ମୁଁ ଟେକ୍ନୋଲୋଜିକୁ ଧନ୍ୟବାଦ ଦେଉଛି, ଯାହାଦ୍ୱାରା ମୁଁ ଭିଡିଓ କଲିଂ ମାଧ୍ୟମରେ ଆରାଧ୍ୟାଙ୍କ ସହ କଥାବାର୍ତ୍ତା ହୋଇପାରୁଛି । ରବିବାର ଦିନ ମୁଁ ଅଧିକ ସମୟ ପାଇଥାଏ ତାଙ୍କ ସହ କିଛି ସମୟ ବିତାଇବା ପାଇଁ । ଯେତେବେଳେ ଆରାଧ୍ୟା ମୋ ଉପରେ ରାଗିଯାଆନ୍ତି କିମ୍ବା ବିରକ୍ତ ହୁଅନ୍ତି, ମୁଁ ତାଙ୍କୁ ଚକୋଲେଟ୍ ଉପହାର ଦିଏ । ଗୋଲାପୀ ରଙ୍ଗର ହେୟାର ବ୍ୟାଣ୍ତ ହେଉଛି ତାଙ୍କର ଖୁବ୍‌ ପ୍ରିୟ । ଏସବୁ ଉପହାର ପାଇବା ପରେ ସେ ଖୁସି ହୋଇଯାଆନ୍ତି। ତେବେ ରବିବାର ଦିନ ଆରାଧ୍ୟାଙ୍କ ସ୍କୁଲ ଛୁଟି ଥିବାରୁ ମୁଁ ତାଙ୍କ ସହ ସମୟ କଟାଏ।

 

 

You might also like