ବାପା ହେବେ ବିଦ୍ୟୁତ ଜାମୱାଲ, ଖୁବ୍ ଶୀଘ୍ର ହିଁ ନିଜ ଶିଶୁକୁ ସମ୍ନାକୁ ଆଣିବେ

ଆକ୍ସନ୍ ହିରୋ ବିଦ୍ୟୁତ୍ ଜାମୱାଲଙ୍କ ପ୍ରଶଂସକଙ୍କ କୌଣସି ଅଭାବ ନାହିଁ। ଜୁଲାଇରେ ମୁକ୍ତିଲାଭ କରିଥିବା ଫିଲ୍ମ ‘ଖୁଦା ହାଫିଜ ଚାପ୍ଟର ୨ ଅଗ୍ନି ପାରିକ୍ଷା’ ରେ ତାଙ୍କୁ ଶେଷ ଥର ପାଇଁ ଦେଖିବାକୁ ମିଳିଥିଲା। ଅଭିନୟ ବ୍ୟତୀତ ବିଦ୍ୟୁତ ଜାମୱାଲ ମଧ୍ୟ ତାଙ୍କ ବ୍ୟକ୍ତିଗତ ଜୀବନ ପାଇଁ ହେଡଲାଇନରେ ରହିଛନ୍ତି। ଆପଣ ଜାଣି ଆଶ୍ଚର୍ଯ୍ୟ ହେବେ ଯେ ସେ ବର୍ତ୍ତମାନ ବାପା ହେବାକୁ ଯାଉଛନ୍ତି।

ସେ ଫ୍ୟାଶନ୍ ଡିଜାଇନର୍ ନନ୍ଦିତା ମହତାନୀଙ୍କ ସହ ରିଲେସନରେ ଅଛନ୍ତି। ବର୍ତ୍ତମାନ ସେ ବିବାହ ପାଇଁ ତାଙ୍କର ଯୋଜନା କ’ଣ ସେ ବିଷୟରେ ଆଲୋଚନା କରିନାହାଁନ୍ତି, କିନ୍ତୁ ସେ ପିତା ହେବାକୁ ପ୍ରସ୍ତୁତ ହେଉଥିବା ବିଷୟରେ ସେ ନିଜେ କହିଛନ୍ତି।

ନିକଟରେ ହୋଇଥିବା ଏକ ଇଣ୍ଟରଭ୍ୟୁ ସମୟରେ ବିଦ୍ୟୁତ ଜାମୱାଲ ଶିଶୁ ଯୋଜନା ବିଷୟରେ କହିଥିଲେ ଯେ ସେ ଏକ ସନ୍ତାନ ଗ୍ରହଣ କରିପାରନ୍ତି। କେବଳ ଏତିକି ନୁହେଁ, ସେ ଏହା ମଧ୍ୟ କହିଛନ୍ତି ଯେ ପିଲାଟିକୁ ଗ୍ରହଣ କରିବା ବ୍ୟତୀତ ସେ ସରୋଗେସି ଏବଂ ଆଇଭିଏଫ୍ ଭଳି ବିକଳ୍ପ ମଧ୍ୟ ଗ୍ରହଣ କରିବାକୁ ପ୍ରସ୍ତୁତ ଅଛନ୍ତି।

ବିଦ୍ୟୁତ ଜାମୱାଲ କହିଛନ୍ତି, ‘ମୁଁ ଏକ ଶିଶୁ ଆଡପ୍ଟ କରିବା ପାଇଁ ଚାହୁଁଛି। ଯେଉଁଥିପାଇଁ ମୁଁ ଆଇଭିଏଫ୍ ସାହାଯ୍ୟ ମଧ୍ୟ ନେଇପାରିବି ଏବଂ ସରୋଗେସି ମଧ୍ୟ କରିପାରିବି। ଅଭିନେତା ଆହୁରି ମଧ୍ୟ କହିଛନ୍ତି, ‘ଯଦି କେହି ସନ୍ତାନ ପାଇବାକୁ ଚାହାଁନ୍ତି, ତେବେ ସେ ଏପରି କରିବା ଉଚିତ୍। ନିଜ ଜୀବନରେ ପିଲା ଜନ୍ମ କରିବା ଏକ ନିଆରା ଯୋଜନା। ବିଦ୍ୟୁତ ଜାମୱାଲ ଗତ ବର୍ଷ ସେପ୍ଟେମ୍ବରରେ ନନ୍ଦିତାଙ୍କ ସହ ନିଜ ନିର୍ବନ୍ଧକୁ ନେଇ ମତ ପ୍ରକାଶ କରିଥିଲେ। ଦୁଇ ପ୍ରେମୀ ଯୁଗଳ ଖୁବ୍ ଶୀଘ୍ର ବିବାହ ବନ୍ଧନରେ ଆବଦ୍ଧ ହେବାକୁ ଯାଉଛନ୍ତି। ପୂର୍ବରୁ ଦୁହେଁ ଗୁପ୍ତରେ ପରସ୍ପରକୁ ଡେଟ କରୁଥିଲେ। ଅନେକ ଦିନ ପରେ ଯାଇ ସେମାନେ ନିଜେ ନିଜ ସମ୍ପର୍କ ବିଷୟରେ ସୂଚନା ଦେଇଥିଲେ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.