ଆଗକୁ ଆସୁଛି ସାରା ଓ ବିକିଙ୍କ ରୋମାଣ୍ଟିକ ଫିଲ୍ମ, ଫଟୋ ସେୟାର କରି ବିକି ଲେଖିଛନ୍ତି ‘ନାମ୍ ମେ କ୍ୟା ରଖା ହୈ’
ଆଗକୁ ଆସୁଛି ସାରା ଅଲି ଖାନ ଓ ବିକି କୌଶଲଙ୍କ ରୋମାଣ୍ଟିକ ଫିଲ୍ମ । ଏହି ଚଳଚ୍ଚିତ୍ରର ଏକ ରୋମାଣ୍ଟିକ ଫଟୋ ଦୁଇ ଷ୍ଟାର ନିଜ ସୋସିଆଲ ମିଡିଆ ପ୍ଲାଟଫର୍ମ ଇନଷ୍ଟାଗ୍ରାମରେ ସେୟାର କରିଛନ୍ତି। ତେବେ ବିକି କୌଶଲ ଓ ସାରା ଅଲି ଖାନଙ୍କ ଆଗାମୀ ଚଳଚ୍ଚିତ୍ରର ସୁଟିଂ ଶେଷ ହୋଇଥିବା ବେଳେ ଏହି ଫିଲ୍ମର ନାମ ଏପର୍ଯ୍ୟନ୍ତ ଜଣାପଡିନି। ଲକ୍ଷ୍ମଣ ଉଟେକରଙ୍କ ନିର୍ଦ୍ଦେଶିତ ଚଳଚ୍ଚିତ୍ରର ଫାଷ୍ଟ ଲୁକ୍ ସେୟାର କରି ଦୁହେଁ ଫିଲ୍ମର ନିର୍ଦ୍ଦେଶକଙ୍କୁ ଧନ୍ୟବାଦ ଜଣାଇଛନ୍ତି ।
View this post on Instagram
ଏହି ଫିଲ୍ମରେ ସୌମ୍ୟା ଭୂମିକାରେ ଅଭିନୟ କରିଛନ୍ତି ସାରା, ତେବେ ସେ ଏହି ଚରିତ୍ରକୁ ଖୁବ ପସନ୍ଦ କରୁଛନ୍ତି ବୋଲି କହିଛନ୍ତି । ତାଙ୍କୁ ଏହି ଚରିତ୍ରରୁ ଅନେକ କିଛି ଶିଖିବାକୁ ମିଳିଛି।
ଏହା ତାଙ୍କ ପାଇଁ ଏକ ବଡ଼ ସୁଯୋଗ ଥିଲା ।
ତେବେ ବିକି ମଧ୍ୟ ତାଙ୍କର ଏହି ଫିଲ୍ମର ଚରିତ୍ରକୁ ଖୁବ ପସନ୍ଦ କରିଛନ୍ତି।ସାରା ଏହା ବିକିଙ୍କ ସହ ପ୍ରଥମ ଫିଲ୍ମ ଓ ବିକିଙ୍କର ମଧ୍ୟ ଏହା ସାରାଙ୍କ ସହ ଫାଷ୍ଟ ଫିଲ୍ମ୍। ଏହି ଫିଲ୍ମର ଡେଟ୍ ଏପର୍ଯ୍ୟନ୍ତ ଜଣା ପଡ଼ିନାହିଁ। ଏହା ପୂର୍ବରୁ ସାରାଙ୍କୁ ‘ଅତ୍ରଙ୍ଗି ରେ’ ରେ ରିଙ୍କୁ ଚରିତ୍ରରେ ଦେଖିବାକୁ ମିଳିଥିଲା। ଯାହାକୁ ଦର୍ଶକ ଖୁବ୍ ପସନ୍ଦ କରିଥିଲେ। ତେବେ ବିକିଙ୍କୁ ମଧ୍ୟ ଏହା ପୂର୍ବରୁ ସର୍ଦ୍ଦାର ଉଦ୍ଧମ ଫିଲ୍ମରେ ଦେଖିବାକୁ ମିଳିଥିଲା । ଯାହାକି ଆମଜନ ପ୍ରାଇମ୍ ଭିଡ଼ିଓରେ ପ୍ରସାରିତ ହୋଇଥିଲା। ତେବେ ଆଗକୁ ବିକିଙ୍କର ଅନେକ ଫିଲ୍ମ ଆସିବାରେ ଅଛି ଯେଉଁଥିରେ ସାମିଲ ଅଛି ‘ଗୋବିନ୍ଦା ନାମ ମେରା’, ‘ସାମ୍ ବାହାଦୂର’ ଏବଂ ‘ଦି ଗ୍ରେଟ୍ ଇଣ୍ଡିଆନ୍ ଫ୍ୟାମିଲି’।