ବଲିଉଡ୍‌ର ଏସବୁ ସେଲିବ୍ରିଟି ଏତେ ଅନ୍ଧବିଶ୍ୱାସୀ ଯାହା ଆପଣ କେବେ ଚିନ୍ତା ବି କରିନଥିବେ, କିଏ ମୁଦି ପିନ୍ଧୁଛି ତ ଆଉ କିଏ ବ୍ରେସ୍‌ଲେଟ୍‌

ଯେଉଁମାନେ ଜୀବନରେ ଯାହାକୁ ଡରନ୍ତି ସେଥିରୁ ବର୍ତ୍ତିବା ପାଇଁ ଅନ୍ଧବିଶ୍ୱାସର ସାହାରା ନେଇଥାଆନ୍ତି। କାରଣ ସେମାନଙ୍କୁ ଲାଗେ ଏହା ଦ୍ୱାରା ନେଗେଟିଭ୍‌ ଏନର୍ଜି ଶେଷ ହୋଇଯିବ। ତେବେ କେବଳ ସାଧାରଣ ଲୋକ ନୁହେଁ ସେଲିବ୍ରିଟିଙ୍କ ମନରେ ମଧ୍ୟ କିଛି ନା କିଛି ଡର ରହିଛି। ଏଣୁ ଏଥିରୁ ବର୍ତ୍ତିବାକୁ ସେମାନେ ଅନ୍ଧବିଶ୍ୱାସର ସାହାରା ନେଇଥାଆନ୍ତି। ଆସନ୍ତୁ ଜାଣିବା କେତେକ ସେଲିବ୍ରିଟିଙ୍କ ବିଷୟରେ ଯେଉଁମାନେ ଅନ୍ଧବିଶ୍ୱାସକୁ ବିଶ୍ୱାସ କରନ୍ତି…

ଅମିତାଭ ବଚ୍ଚନ:

ଖରାପ ଶକ୍ତିଙ୍କଠାରୁ ବଞ୍ଚିବା ପାଇଁ ବଲିଉଡ୍‌ ଶେହେନ୍ସା ଅମିତାଭ ବଚ୍ଚନ ସବୁବେଳେ କାରର ନମ୍ବରରେ ୨ ନମ୍ବର ନିଶ୍ଚୟ ରଖିଥାନ୍ତି। ତାଙ୍କର ପ୍ରତିଟି କାର ନମ୍ବରରେ ୨ ଥିବ ହିଁ ଥିବ।

ସଲମାନ୍‌ ଖାନ୍‌:

ବଲିଉଡ୍‌ର ଦବଙ୍ଗ ସଲମାନ୍‌ ଖାନ୍‌ ମଧ୍ୟ ଅନ୍ଧବିଶ୍ୱାସ ଉପରେ ବହୁତ ବିଶ୍ୱାସ କରିଥାନ୍ତି। ସଲମାନ ସବୁବେଳେ ହାତରେ ଏକ ବ୍ରେସଲେଟ୍‌ ପିନ୍ଧିଥାନ୍ତି। ଏହାକୁ ତାଙ୍କ ବାପା ସଲିମ୍‌ ତାଙ୍କୁ ଦେଇଥିଲେ। ସୁଟିଂ ବେଳେ ମଧ୍ୟ ସେ ଏହାକୁ ଓହ୍ଲାନ୍ତି ନାହିଁ। ଏହାକୁ ସେ ଲକି ମାନନ୍ତି।

କ୍ୟାଟ୍ରିନା କୈଫ୍‌:

‘ନମସ୍ତେ ଲଣ୍ଡନ’ ଫିଲ୍ମର ପ୍ରମୋସନ୍‌ ବେଳେ କ୍ୟାଟ୍ରିନା ଅଜମେରର ସରିଫର ଦରଘା ଯାଇଥିଲେ। ସେତେବେଳେ ତାଙ୍କ ଡ୍ରେସ୍‌ ଯୋଗୁ ତାଙ୍କୁ ଅନେକ କଥା ଶୁଣିବାକୁ ପଡ଼ିଥିଲା। କିନ୍ତୁ ପରେ ଫିଲ୍ମଟି ହିଟ୍‌ ହୋଇଥିଲା। ସେବେଠୁ ପ୍ରତିଟି ଫିଲ୍ମ ରିଲିଜ୍‌ ହେବା ପୂର୍ବରୁ କ୍ୟାଟ୍ରିନା ଅଜମେର ସରିଫ ଦରଘା ଯାଇ ପ୍ରାର୍ଥନା କରିଥାନ୍ତି।

ଏକତା କପୁର:

ଏକତା କପୁର ନିଜ କାମ ସହ ଜଡ଼ିତ ପ୍ରତିଟି ମାମଲାରେ ଜ୍ୟୋତିଷଙ୍କ ରାୟ ନେଇଥାନ୍ତି। ସୁଟିଂ ତାରିଖ, ସୁଟିଂ ସ୍ଥାନ, ମୁଦି ସବୁଥି ପାଇଁ ସେ ଜ୍ୟୋତିଷଙ୍କ ସାହାଯ୍ୟ ଲୋଡ଼ିଥାନ୍ତି। ଏକତା ସବୁ ବେଳେ ନିଜ ଆଙ୍ଗୁଠିରେ ଗ୍ରହ ମୁଦି ବି ପିନ୍ଧନ୍ତି।

ଦୀପିକା ପାଦୁକୋନ୍‌:

ଫିଲ୍ମ ପଦ୍ମାବତୀ ରିଲିଜ୍‌ ହେବା ପୂର୍ବରୁ ଦୀପିକା ସିଦ୍ଧି ବିନାୟକଙ୍କ ମନ୍ଦିରକୁ ଦର୍ଶନ ପାଇଁ ଯାଇଥିଲେ ବୋଲି ସମସ୍ତେ ଜାଣନ୍ତି। କିନ୍ତୁ ଏହାର କାରଣ ବୋଧେ କେହି ଜାଣିନଥିବେ। ପ୍ରକୃତ କଥା ହେଉଛି ଦୀପିକା ଗଣେଶଙ୍କୁ ବହୁତ ମାନନ୍ତି। ଏଣୁ ସବୁ ଫିଲ୍ମ ରିଲିଜ୍‌ ହେବା ପୂର୍ବରୁ ସେ ସିଦ୍ଧି ବିନାୟକଙ୍କ ଦର୍ଶନ କରିଥାନ୍ତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.