କେଶକୁ ସିଲ୍କି କରିବାକୁ ଚାହୁଁଛନ୍ତି କି ? ଦହି ଓ କଫିର ବ୍ୟବହାର କରନ୍ତୁ ମିଳିବ ଫାଇଦା

ଯଦି ଆପଣ କେଶକୁ ଭଲ ରଖିବାକୁ ଚାହୁଁଛନ୍ତି, ତେବେ ଏପରି ଜିନିଷଗୁଡିକ ବ୍ୟବହାର କରିନ୍ତୁ ଯାହା କେଶକୁ ଡ୍ରାଏ କରିବନି ଏବଂ ଭଲ ରଖିବ । ଆପଣମାନେ ଅନେକ ପ୍ରକାରର ଘରୋଇ ଉପାୟ ବିଷୟ ଜାଣିଥିବେ, ଯାହାକୁ ବ୍ୟବହାର କରି ନିଜ କେଶକୁ ଭଲ ରଖାଯାଇପାରିବ । ଦହି ଏକ ପ୍ରାକୃତିକ କଣ୍ଡିସନର ଯାହା କେଶକୁ ସିଲ୍କି କରିଥାଏ । ତେବେ ଦହି ସହିତ କଫି ମିଶାଇ କେଶରେ ଲଗାଇଲେ କେଶ ସିଲ୍କି ହୋଇଥାଏ ।

ଆଜିକାଲି କେଶ ସମସ୍ୟା ଦିନକୁ ଦିନ ବଢି ଚାଲିଛି । ଯାହାର କାଣର ଖରା, ଧୂଳି ଏବଂ ଗରମ ଯୋଗୁ ଆମ କେଶ ପ୍ରାୟତଃ ଡ୍ରାଏ ହେବା ସହ ଖରାପ ମଧ୍ୟ ଦେଖାଯାଉଛି । ଏହା ବ୍ୟତୀତ ବେଳେବେଳେ କେଶରେ ତେଲ ନଲଗାଇବା କିମ୍ବା ହାଇଡ୍ରେସନର ଅଭାବ ଯୋଗୁ ଏହା ଡ୍ରାଏ ହୋଇଯାଏ । ଏପରି ପରିସ୍ଥିତିରେ, ଯଦି ଆପଣ କେଶକୁ ଭଲ ରଖିବାକୁ ଚାହୁଁଛନ୍ତି, ତେବେ ଏପରି ଜିନିଷଗୁଡିକ ବ୍ୟବହାର କରିନ୍ତୁ ଯାହା କେଶକୁ ଡ୍ରାଏ କରିବନି ଏବଂ ଭଲ ରଖିବ । ଆପଣମାନେ ଅନେକ ପ୍ରକାରର ଘରୋଇ ଉପାୟ ବିଷୟ ଜାଣିଥିବେ, ଯାହାକୁ ବ୍ୟବହାର କରି ନିଜ କେଶକୁ ଭଲ ରଖାଯାଇପାରିବ । ତାହେଲେ ଆସନ୍ତୁ ଆମେ ଆଜି ଆପଣଙ୍କ କିଛି ଏପରି ଘରୋଇ ଉପାୟ ବିଷୟରେ ଜଣାଇବୁ, ଯାହାକୁ ବ୍ୟବହାର କରି ଆପଣ ନିଜ କେଶକୁ ଡ୍ରାଏ ହେବାରୁ ରକ୍ଷା କରିବା ସହ ସୁନ୍ଦର ମଧ୍ୟ କରିପାରିବେ ।

କେଶରେ ଦହି ଏବଂ କଫି ଲଗାନ୍ତୁ :
ଦହି ଏକ ପ୍ରାକୃତିକ କଣ୍ଡିସନର ଯାହା କେଶକୁ ସିଲ୍କି କରିଥାଏ । ତେବେ ଦହି ସହିତ କଫି ମିଶାଇ କେଶରେ ଲଗାଇଲେ କେଶ ସିଲ୍କି ହୋଇଥାଏ । ସେଥିପାଇଁ ଆସନ୍ତୁ ଜାଣିବା କେଉଁ ଉପାୟରେ ଏବଂ କିପରି ଏହାକୁ ବ୍ୟବହାର କରିବା । ପ୍ରଥମେ ଏକ କପ୍ ଦହି ନେବେ ଏବଂ ସେଥିରେ ଗୋଟିଏ ଚାମଚ କଫି ପାଉଡର ନେବେ ଏହା ସହ ସେଥିରେ ଅଳ୍ପ ବୁନ୍ଦା ଲେମ୍ବୁ ରସ ମିଶାଇବେ । ଏହା ପରେ ଏହି ପେଷ୍ଟକୁ କେଶ ମୂଳରେ ଲଗାଇବେ ଏବଂ ଏହାକୁ ୩୦ ରୁ ୪୦ ମିନିଟ୍ ପର୍ଯ୍ୟନ୍ତ ରଖିବେ । ତେବେ କିଛି ସମୟ ପରେ କେଶକୁ ଭଲ ଭାବେ ଧୋଇ ଦେବେ ।

ଦହି ଏବଂ କଫି ଲଗାଇବା ଦ୍ୱାରା କେଶରେ ସିଲ୍କି ବଢାଇଥାଏ । ଏହା ପ୍ରଥମେ କେଶକୁ ହାଇଡ୍ରେଟ୍ କରେ ଏବଂ ପରେ ଏହାକୁ ଭିତରୁ ପୋଷଣ ଦେଇଥାଏ । ଏହା ବ୍ୟତୀତ ଏହା କେଶକୁ ଡ୍ରାଏ ହେବାରୁ ରକ୍ଷା କରିବା ସହ ଲମ୍ବା କରିବାରେ ମଧ୍ୟ ସାହାଯ୍ୟ କରିଥାଏ । ଏହା ବ୍ୟତୀତ ଏହା ସ୍କିନ୍‌ ପାଇଁ ମଧ୍ୟ ଲାଭଦାୟକ ହୋଇଥାଏ । ଯାହା ସ୍କିନ୍‌ର ଅନେକ ସମସ୍ୟା ଦୂର କରିଥାଏ । କେବଳ ଏତିକି ନୁହେଁ, ଏହା ଏକ କୋଲାଜେନ୍ ଏବଂ ମେଲାନିନ ବୁଷ୍ଟର୍ ଯାହା କେଶକୁ ସିଲ୍କି କରିଥାଏ । ସେଥିପାଇଁ ଆପଣ ନିଜ କେଶରେ ଦହି ଏବଂ କଫି ଲଗାଇବା ଉଚିତ୍ । ଯାହା ଫଳରେ ଆପଣ କେଶ ସମସ୍ୟା ସହ ସ୍କିନ୍‌ ସମସ୍ୟା ମଧ୍ୟ ଦୂର ହେବ ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.