ବଜାରର ଅପମିଶ୍ରଣରେ ପ୍ରସ୍ତୁତ ବେସନ ବର୍ଫି ନ କିଣି ବନାନ୍ତୁ ଘରେ, ଗଣେଶ ହୋଇଯିବେ ପୂରା ପ୍ରସନ୍ନ

ଆବଶ୍ୟକ ସାମଗ୍ରୀ

  • ବେସନ – ୨ କପ୍‌
  • ଅଳେଇଚ ପାଉଡର – ୧/୨ ଛୋଟ ଚାମଚ
  • ପିସ୍ତା – ଲମ୍ବା ପତଳା ସ୍ଲାଇସରେ କଟା ହୋଇଥିବା
  • ଆଲମଣ୍ଡ/ବାଦାମ୍‌ – ଲମ୍ବା ପତଳା ସ୍ଲାଇସରେ କଟା ହୋଇଥିବା
  • ପେଶା ହୋଇଥିବା ଚିନି – ୧ କପ୍‌
  • ଦେଶି ଘିଅ – ୧ କପ୍‌

ପ୍ରସ୍ତୁତି ପ୍ରଣାଳୀ

  • ପିସ୍ତା ଏବଂ ବାଦାମକୁ ପତଳା ସ୍ଲାଇସରେ କାଟି ଦିଅନ୍ତୁ।
  • ଏକ ନନଷ୍ଟିକ କଡାରେ ଘିଅ ଗରମ କରି ସେଥିରେ ବେସନ ପକାି ଧୀମା ଆଞ୍ଚରେ ଲଗାତର ଚଲାନ୍ତୁ। ଦଶ ରୁ ୧୫ ମିନିଟ୍‌ ପର୍ଯ୍ୟନ୍ତ ଏହାକୁ ଭାଜନ୍ତୁ।
  • ବେସନର ରଙ୍ଗ ବଦଳିବା ସହିତ ଏଥିରୁ ବାସ୍ନା ବାହାରିଲେ ଭାଜିବା ବନ୍ଦ କରିଦିଅନ୍ତୁ।
  • ଅଳେଇଚ ପାଉଡର, ବାଦାମ ଏବଂ ପିସ୍ତା ସ୍ଲାଇସ ପକାଇ ମିଶାଇ ଦିଅନ୍ତୁ। ଆଞ୍ଚରୁ ବାହାର କରି ତାକୁ ଥଣ୍ଡା ହେବାକୁ ଦିଅନ୍ତୁ। ଏହାପରେ ପେଶା ହୋଇଥିବା ଚିନି ପକାଇ ଭଲଭାବେ ମିଶାଇ ଦିଅନ୍ତୁ।
  • ଏକ ଟ୍ରେରେ ଅଳ୍ପ ଘିଅ ଲଗାନ୍ତୁ। ତାଉପରେ ବେସନ ମିଶ୍ରଣକୁ ପକାଇ ସମାନ କରିଦିଅନ୍ତୁ। ଏହାକୁ ଥଣ୍ଡା ହେବାକୁ ଛାଡନ୍ତୁ। ଏହାପରେ ଏହାକୁ ଆପଣ ନିଜ ମନ ପସନ୍ଦର ବର୍ଫି ସେପ ଦେଇ କାଟି ଦିଅନ୍ତୁ।
  • ଗଣେଶ ଚତୁର୍ଥୀରେ ବିନାୟକଙ୍କୁ ଭୋଗ ଲଗାନ୍ତୁ। ଏବଂ ବାକି ସବୁକୁ ଏକ ଏୟାର ଟାଇଟ କଣ୍ଟେନରରେ ରଖିଦିଅନ୍ତୁ।
 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.