ଆଖି ପ୍ରତି ବିପଦଜ୍ଜନକ ହୋଇଥାଏ ଅନ୍ଧାରରେ ମୋବାଇଲ୍ ଫୋନ୍ ବ୍ୟବହାର, ଜାଣନ୍ତୁ ଏହାର କାରଣ

ଆଜିର ସମୟରେ ମୋବାଇଲ୍ ଜୀବନର ଏକ ଗୁରୁତ୍ୱପୂର୍ଣ୍ଣ ଅଂଶ ହୋଇଯାଇଛି। ସମସ୍ତେ ଘରୁ ଅଫିସ୍ ପର୍ଯ୍ୟନ୍ତ ମୋବାଇଲ୍ ଉପରେ ନିର୍ଭରଶୀଳ। କେବଳ ମୋବାଇଲ୍ ନୁହେଁ, ଲାପଟପ୍ ଏବଂ କମ୍ପ୍ୟୁଟର ମଧ୍ୟ ଅଧିକ ବ୍ୟବହାର କରାଯାଉଛି। କିନ୍ତୁ ଆପଣଙ୍କର ବୋଧହୁଏ କୌଣସି ଧାରଣା ନାହିଁ ଯେ ଏଥିରୁ ବାହାରୁଥିବା କିରଣ ଆପଣଙ୍କ ଆଖି ପାଇଁ କେତେ ବିପଜ୍ଜନକ। ମୋବାଇଲରୁ ବାହାରୁଥିବା ମେକ୍ୟୁଲାର ଡିଜେନରେସନ୍ ସମସ୍ୟା ମଧ୍ୟ ସୃଷ୍ଟି କରିଥାଏ ।

ମେକ୍ୟୁଲାର ଡିଜେନରେସନ୍ ଆଖି ସହିତ ଜଡିତ ଏକ ସମସ୍ୟା ଅଟେ। ଯେଉଁଥିରେ ରେଟିନା ନଷ୍ଟ ହେବାକୁ ଲାଗେ ଏବଂ ଆଖିର ଦେଖିବାର କ୍ଷମତା ଉପରେ ଏହାର ସିଧାସଳଖ ପ୍ରଭାବ ପଡିଥାଏ । ସାଧାରଣତଃ ଏହି ସମସ୍ୟା ୬୦ ବର୍ଷରୁ ଅଧିକ ବୟସର ଲୋକଙ୍କଠାରେ ଦେଖାଯାଏ, କିନ୍ତୁ ବିଶେଷଜ୍ଞମାନଙ୍କ କହିବା ଅନୁଯାୟୀ ନୀଳ ଆଲୋକ ଟେକ୍ନେଲୋଜି ବ୍ୟବହାର ହେତୁ ଯୁବକମାନେ ମଧ୍ୟ ଏହି ସମସ୍ୟାର ସମ୍ମୁଖୀନ ହୋଇପାରନ୍ତି। ତେବେ ଆସନ୍ତୁ ଜାଣିବା ଅନ୍ଧାରରେ ମୋବାଇଲ୍ ଫୋନ୍ ବ୍ୟବହାର କିପରି ଆମର କ୍ଷତି କରିଥାଏ ?

ନୀଳ ଆଲୋକ କାହିଁକି କ୍ଷତି କରିଥାଏ:

ଯଦି ଆମେ ଲାଇଟ୍ ସ୍ପେକ୍ଟ୍ରମ୍ ବିଷୟରେ କହିବା, ତେବେ ନୀଳ ରଙ୍ଗର ୱେବଲେନ୍ଥ୍ ବାକି ରଙ୍ଗ ଅପେକ୍ଷା ଛୋଟ ହୋଇଥାଏ । ଏହି କାରଣରୁ ନୀଳ ରଙ୍ଗ ଲାଲ ରଙ୍ଗ ଅପେକ୍ଷା ଅଧିକ ଶକ୍ତି ବହନ କରିଥାଏ । ସେହି ଅତିରିକ୍ତ ଶକ୍ତି ଆଖିକୁ କ୍ଷତି ପହଞ୍ଚାଏ ଏବଂ ଯଦି ଅନ୍ଧାରରେ ଏହାର ବ୍ୟବହୃତ ହୁଏ, ତେବେ ଆଖି ସମସ୍ୟା ବଢିଥାଏ ।

-ରେଟିନାରେ ଏକ ପ୍ରକାର ଅଣୁ ଅଛି ଯାହା ଆଣ୍ଟିଅକ୍ସିଡାଣ୍ଟ ଭାବରେ କାମ କରେ, ସେମାନେ ଆଖିର କୋଷଗୁଡ଼ିକୁ ନଷ୍ଟ ହେବାରୁ ରକ୍ଷା କରନ୍ତି, କିନ୍ତୁ ଯଦି ଲଗାତାର ଆଖିରେ ନୀଳ ଆଲୋକ ପଡିଥାଏ ତେବେ ଆଣ୍ଟିଅକ୍ସିଡାଣ୍ଟର ପ୍ରଭାବ କମିଯିବ ଏବଂ ମେକ୍ୟୁଲାର ଡିଜେନରେସନ୍ ର ବିପଦ ବଢିଯାଏ ।

ବିପଦକୁ କିପରି ହ୍ରାସ କରାଯିବ?

ସର୍ବପ୍ରଥମେ, ଅନ୍ଧାରରେ ମୋବାଇଲ୍ ଫୋନ୍ ବ୍ୟବହାର କରିବାର ଅଭ୍ୟାସକୁ ବନ୍ଦ କରିବା ଉଚିତ୍, ବିଶେଷତଃ ରାତିରେ ଶୋଇବା ସମୟରେ ଆମେ ପ୍ରାୟତଃ ଏପରି ଭୁଲ୍ କରିଥାଉ ।

ଯଦି ଆପଣ ବ୍ୟବହାର କରିବା ଅତି ବାଧ୍ୟତାମୂଳକ ହୋଇଥାଏ , ତେବେ ରୁମର ଲାଇଟ୍‌କୁ ଆଲୋକିତ କରି ବ୍ୟବହାର କରନ୍ତୁ ।

ଯଦି ଆପଣ ଅନ୍ଧାରରେ ଫୋନ ଏ ଦେଖୁଛନ୍ତି ତେବେ ଆଖିଠାରୁ ୮ ଇଞ୍ଚ ଦୂରରେ ରଖି ବ୍ୟବହାର କରନ୍ତୁ ।

ବଜାରରେ ଏପରି ଅନେକ ଗ୍ଲାସ୍ ଅଛି ଯାହା ନୀଳ ଆଲୋକକୁ ଫିଲ୍ଟର୍ କରିଥାଏ, ଯାହାଦ୍ୱାରା ଆଖିର କ୍ଷତି କମିଯାଏ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.