ରାମନବମୀରେ ୨୪ ଘଣ୍ଟା ହେବ ରାମଲାଲାଙ୍କ ଦର୍ଶନ, ନିର୍ଦ୍ଦେଶ ଦେଲେ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ

ଉତ୍ତର ପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଗୁରୁବାର ରାମନବମୀ ଏବଂ ନବରାତ୍ରି ପ୍ରସ୍ତୁତିର ସମୀକ୍ଷା କରିଛନ୍ତି । ଏ ନେଇ ସେ ଅଯୋଧ୍ୟାରେ ବରିଷ୍ଠ ଅଧିକାରୀମାନଙ୍କ ସହିତ ବୈଠକ କରିଥିଲେ ।

ଉତ୍ତର ପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଗୁରୁବାର ରାମନବମୀ ଏବଂ ନବରାତ୍ରି ପ୍ରସ୍ତୁତିର ସମୀକ୍ଷା କରିଛନ୍ତି । ଏ ନେଇ ସେ ଅଯୋଧ୍ୟାରେ ବରିଷ୍ଠ ଅଧିକାରୀମାନଙ୍କ ସହିତ ବୈଠକ କରିଥିଲେ । ଏହି ସମୟରେ ସେ ନବରାତ୍ରିର ଅଷ୍ଟମୀ, ନବମୀ ଏବଂ ଦଶମୀ ଦିନ ରାମଲାଲାଙ୍କ ମନ୍ଦିରରେ ୨୪ ଘଣ୍ଟିଆ ଦର୍ଶନ ଓ ପୂଜାର୍ଚ୍ଚନାର ବ୍ୟବସ୍ଥା କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ।

ସରକାରୀ ବିଜ୍ଞପ୍ତି ମୁତାବକ, ମୁଖ୍ୟମନ୍ତ୍ରୀ ଯୋଗୀ ଏଥିପାଇଁ ଶ୍ରୀରାମ ଜନ୍ମଭୂମି ତୀର୍ଥକ୍ଷେତ୍ରର ସଦସ୍ୟମାନଙ୍କ ସହ ସମନ୍ୱୟ ରକ୍ଷା କରିବାକୁ କହିଛନ୍ତି । ସେ କହିଛନ୍ତି ଯେ ଏହି ଅବଧି ମଧ୍ୟରେ ମନ୍ଦିରର କପାଟ କେବଳ ସ୍ୱତନ୍ତ୍ର ପୂଜାର୍ଚ୍ଚନା ସମୟରେ ବନ୍ଦ ରହିବା ଉଚିତ୍ ।

ଏହା ବ୍ୟତୀତ ସେ ରାମନବମୀ ଅବସରରେ ସହରରେ ସ୍ୱଚ୍ଛତା, ପାନୀୟ ଜଳ ଯୋଗାଣ ସହ ଖରାକୁ ନଜରରେ ରଖି ଶ୍ରଦ୍ଧାଳୁମାନଙ୍କ ପାଇଁ ଇଲେକ୍ଟ୍ରିକ୍‌ ବସ୍‌ ବ୍ୟବସ୍ଥା କରିବାକୁ ମଧ୍ୟ ନିର୍ଦ୍ଦେଶ ଦେଇଛନ୍ତି । ଏଥିପାଇଁ ସେ ପରିବହନ ନିଗମ ଏବଂ ନଗର ଉନ୍ନୟନ ବିଭାଗ ସହ ସମନ୍ୱୟ ରକ୍ଷା କରିବାକୁ କହିଛନ୍ତି ।

ସେ କହିଛନ୍ତି ଯେ ଏପରି ବ୍ୟବସ୍ଥା କରାଯିବା ଉଚିତ ଯେ ଯେପରି ଭକ୍ତମାନଙ୍କୁ ଅଢ଼େଇ କିଲୋମିଟରରୁ ଅଧିକ ବାଟ ଚାଲିବାର ଆବଶ୍ୟକତା ପଡ଼ିବ ନାହିଁ । ସିଏମ୍‌ କହିଛନ୍ତି, ରାମନବମୀ ଉତ୍ସବ ସମୟରେ ନିର୍ବାଚନ କାର୍ଯ୍ୟ ମଧ୍ୟ ଆରମ୍ଭ ହୋଇଥିବ, ତେଣୁ ଏହି ଅବସରରେ ରାମଲାଲା ମନ୍ଦିର, ହନୁମାନଗଡ଼ି ଭଳି ମୁଖ୍ୟ ଅଞ୍ଚଳରେ ସ୍ଥାୟୀ ରୂପେ ପୋଲିସ ଏବଂ ଅନ୍ୟ ସେବାର ଲୋକଙ୍କୁ ଡ୍ୟୁଟିରେ ରଖାଯିବା ଉଚିତ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.