ପ୍ରସ୍ତୁତ ହେଲା କରୋନା ଭାକ୍ସିନ୍‌, ଖୁବଶୀଘ୍ର ବଜାରରେ ହୋଇପାରେ ଉପଲବ୍ଧ

ଖୁସି ଖବର । କରୋନା ପାଇଁ ଆଉ ଆତଙ୍କିତ ହେବାର ନାହିଁ । ଖୁବ୍‌ ଶୀଘ୍ର ବଜାରକୁ ଆସୁଛି କରୋନା ଭାକ୍ସିନ୍‌ (ଟୀକା) । ଭାକ୍ସିନ୍‌ର ପ୍ରସ୍ତୁତି ସରିଲାଣି । ଆସନ୍ତା ମାସ ମନୁଷ୍ୟ ଉପରେ ଏହାକୁ ପରୀକ୍ଷଣ କରାଯିବ । ଯଦି ସବୁ ଠିକ୍‌ ଠାକ୍‌ ହୁଏ ଖୁବ୍‌ ଶୀଘ୍ର ଏହା ବଜାରରେ ଉପଲବ୍ଧ ହେବ । ୟୁନିଭରସିଟି ଅଫ୍‌ ଲଣ୍ଡନ ଇମ୍ପିରିୟଲ୍‌ କଲେଜର ବୈଜ୍ଞାନିକ ଓ ଆମେରିକା ଔଷଧ କମ୍ପାନୀ ମିଳିତ ଭାବେ ଆସନ୍ତା ଅପ୍ରେଲ ମାସରେ ମାନବ ଦେହରେ ଏହାକୁ ପରୀକ୍ଷଣ କରିବେ । ତେବେ ଏହାଛଡ଼ା ଆମେରିକାଔଷଧ କମ୍ପାନୀ ମଧ୍ୟ ଏକାକୀ ଏହାର ପରୀକ୍ଷଣ ମଣିଷ ଦେହରେ କରିବ ବୋଲି ପ୍ରକାଶ କରିଛି।

corona virusକରୋନା ଭାଇରସ୍‌ କାରଣରୁ ସାରା ବିଶ୍ୱରେ ୧୦୮,୬୧୦ ଲୋକ ସଂକ୍ରମିତ ଥିବାବେଳେ ୩୮୨୫ ଲୋକ ମୃତ୍ୟୁ ମୁଖରେ ପଡ଼ିଛନ୍ତି । ୟୁରୋପିୟନ୍‌ ୟୁନିୟନ୍‌ ସହ ଆମେରିକା ମଧ୍ୟ ଏହି ରୋଗ ପାଇଁ ଆତଙ୍କିତ ଅଛନ୍ତି ।

ତେବେ ଖୁସି ଖବର ଯେ ଆମେରିକା ଏବଂ ଯୁକ୍ତରାଜ୍ୟର ବୈଜ୍ଞାନିକମାନେ ଆସନ୍ତା ଅପ୍ରେଲ ମାସରେ କରୋନା ଭାଇରସ ଭେକ୍ସିନ୍‌ ହ୍ୟୁମାନ୍‌ ଟ୍ରାଏଲ ବା ମଣିଷ ଉପରେ ପରୀକ୍ଷଣ କରିବ ବୋଲି ଜଣାପଡ଼ିଛି ।

ଡ଼େଲି ମେଲ୍‌ରେ ପ୍ରକାଶିତ ଖବର ଅନୁଯାୟୀ ଯଦି ମନୁଷ୍ୟ ଉପରେ ଏହି ଟୀକା ସଫଳ ହୁଏ ତେବେ ସାରା ବିଶ୍ୱରେ କରୋନା ସଂକ୍ରମିତ ରୋଗୀଙ୍କ ଚିକିତ୍ସା କରାଯାଇ ପାରିବ । ଏବଂ ଚିକିତ୍ସା କ୍ଷେତ୍ରରେ ଏହା ନୂତନ ଅଧ୍ୟାୟ ସୃଷ୍ଟି କରିବ ।

tikaତେବେ ଉକ୍ତ ଟୀକା ପ୍ରାରମ୍ଭରେ କେବଳ ଭାଇରସ୍‌କୁ ରୋକିପାରିବ ଯଦ୍ୱାରା ରୋଗୀ ଦେହରେ ଭାଇରସ୍‌ ଆଉ ବୃଦ୍ଧି ହେବନି ବୋଲି ଲଣ୍ଡନ ଇମ୍ପିରିୟଲ୍‌ କଲେଜର ବୈଜ୍ଞାନିକ ପ୍ରଫେସର ରବିନ୍‌ ସେଣ୍ଟଫ୍‌ ପ୍ରକାଶ କରିଛନ୍ତି ।

ଏହାପରେ ଏମିତି ଭେକ୍ସିନ୍‌ ତିଆରି କରାଯାଇପାରିବ ଯାହା ମନୁଷ୍ୟ ଦେହରେ ଥିବା ଭାଇରସ୍‌କୁ ଶେଷ କରିଦେବ ବା ମନୁଷ୍ୟକୁ ଭାଇରସ ସହ ଲଢ଼ିବାର କ୍ଷମତା ଯୋଗାଇବ । ଫଳରେ ଏହା  ଉପରେ ନିୟନ୍ତ୍ରଣ ଆଣିହେବ । ଯଦି ଏହି ଟୀକା ମନୁଷ୍ୟ ଉପରେ ସଫଳ ହୁଏ ତେବେ ଆମେରିକା ଔଷଧ କମ୍ପାନୀ ବର୍ଷ ଶେଷ ସୁଦ୍ଧା ୧୦ ଲକ୍ଷ ଟୀକା ତିଆରି କରି ସାରା ଦୁନିଆକୁ ଯୋଗାଇ ଦେବ ।

virusସାଧାରଣ ଭାବେ କୌଣସି ରୋଗର ଟୀକା ବିକଶିତ କରିବା ପାଇଁ ୫ ବର୍ଷ ସମୟ ଲାଗୁଥିବାବେଳେ ଏହି ଟୀକା ବିକଶିତ କରିବା ପାଇଁ ମାତ୍ର ୪ ମାସ ସମୟ ଲାଗିଛି । ଯାହାକି କରୋନା ଟୀକା ଖୁବ୍‌ ଶୀଘ୍ର ବିକଶିତ କରି ଏହା ଏକ ରେକର୍ଡ ସୃଷ୍ଟି କରିଛି ।

ସବୁଠାରୁ ବଡ଼ କଥା ହେଲା କରୋନା ପାଇଁ ବିକଶିତ ହୋଇଥିବା ଏହି ଟୀକାରେ ୨୦୦୩ ମସିହାରେ ମହାମାରୀ ରୁପ ନେଇଥିବା ସାର୍ସ ରା ଔଷଧ ମିଶାଯାଇଛି ବୋଲି ବୈଜ୍ଞାନିକ ପ୍ରଫେସର ରବିନ୍‌ ସେଣ୍ଟଫ୍‌ ପ୍ରକାଶ କରିଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.