ଦକ୍ଷିଣ ଭାରତ ମହାସାଗରରେ ବଳ ଗୋଟାଉଛି ବାତ୍ୟା ଫାବିଏନ, ରଚିବ ତାଣ୍ଡବ

‘ମୋକା' ପ୍ରଭାବ ନସରୁଣୁ 'ଫାବିଏନ’ ଭୟ । ଦକ୍ଷିଣ ଭାରତ ମହାସାଗରରେ ବାତ୍ୟା ଫାବିଏନ । ଟ୍ରୋପିକାଲ ସାଇକ୍ଲୋନରୁ ଇନଟେନ୍ସ ଟ୍ରୋପିକାଲ ସାଇକ୍ଲୋନରେ ପରିବର୍ତ୍ତିତ ହୋଇସାରିଛି । ଯଦି ସମୁଦ୍ରରୁ ଅଧିକ ବଳ ଗୋଟାଏ ଏହା ଭୀଷଣ ବାତ୍ୟାରେ ପରିବର୍ତ୍ତିତ ହୋଇପାରେ ।

କେନ୍ୟୁଜ୍‌(ବ୍ୟୁରୋ): ‘ମୋକା’ ପ୍ରଭାବ ନସରୁଣୁ ‘ଫାବିଏନ’ ଭୟ । ଦକ୍ଷିଣ ଭାରତ ମହାସାଗରରେ ବାତ୍ୟା ଫାବିଏନ । ଯାହା ଶକ୍ତିଶାଳୀ ବାତ୍ୟାର ରୂପ ନେଇ ସାରିଛି । ସମାଲିଆ ଓ କେନିଆ ଆଡ଼କୁ ଗତି କରୁଛି ଏହି ଭୀଷଣ ବାତ୍ୟା । ଏବେ ଗଭୀର ମହାସାଗରରେ ୧୮୫ରୁ ୧୯୫ କିଲୋମିଟର ବେଗରେ ପବନ ବହିବାରେ ଲାଗିଛି । ଟ୍ରୋପିକାଲ ସାଇକ୍ଲୋନରୁ ଇନଟେନ୍ସ ଟ୍ରୋପିକାଲ ସାଇକ୍ଲୋନରେ ପରିବର୍ତ୍ତିତ ହୋଇସାରିଛି । ଗୁରୁବାର ସକାଳ ପର୍ଯ୍ୟନ୍ତ ଏହିପରି ରୂପରେ ରହିବ ବାତ୍ୟା ଫାବିଏନ । ଗୁରୁବାର ସକାଳୁ ଧିରେ ଧିରେ ଏହାର ପବନର ବେଗରେ ହ୍ରାସ ଘଟିବ । ଏହା ପୁଣିଇନଟେନ୍ସ ଟ୍ରୋପିକାଲ ସାଇକ୍ଲୋନରୁ ଟ୍ରୋପିକାଲ ସାଇକ୍ଲୋନକୁ ପରିବର୍ତ୍ତିତ ହେବ । ବେଗରେ ହ୍ରାସଘଟି ୧୭୫ରୁ ୧୬୫ କିଲୋମିଟର ବେଗକୁ ଖସି ଆସିବ । ଏହାପରେ ରବିବାର ବେଳକୁ ଦୁର୍ବଳ ହୋଇ ପବନର ବେଗ ୧୩୦ କିଲୋମିଟର ପ୍ରତି ଘଣ୍ଟାକୁ ଖସି ଆସିବ । ଯାହା ସିଭିଅର ଟ୍ରୋପିକାଲ ଷ୍ଟ୍ରୋମରେ ପବିବର୍ତ୍ତିତ ହୋଇଯିବ ।

ବାତ୍ୟା ଫାବିଏନ ପ୍ରବଳ ପବନ ସହ ବର୍ଷା ଆଣିବା ସମ୍ଭାବନା ରହିଛି । ଡିଏଗୋ ଗାର୍ସିଆ ଠାରୁ ପ୍ରାୟ ୩୫୬ କିଲୋମିଟର ଦୂରରେ ରହିଛି ବାତ୍ୟା । ମଙ୍ଗଳବାର ବିଳମ୍ବିତ ରାତିରୁ ଗୁରୁବାର ପର୍ଯ୍ୟନ୍ତ ଡିଏଗୋ ଗାର୍ସିଆରେ ଦ୍ୱୀପ ଦେଇ ପାସ୍‌ କରିବା ବେଳେ ଏହାର ପ୍ରଭାବ ଦେଖାଇବ । କାଟାଗୋରୀ-୨ ଝଡ଼ରେ ପରିଣତ ହୋଇଛି । ଘଣ୍ଟା ପ୍ରତି ୧୫୫ କିଲୋମିଟର ବେଗରେ ବହିବ ପବନ । ଯାହା ୧୯୬୭ ମସିହାରୁ ମେ’ ମାସରେ ପଞ୍ଚମ ଥର ଏତେ ଶକ୍ତିଶାଳୀ ବାତ୍ୟା ସୃଷ୍ଟି ହୋଇଛି । ଯଦି ସମୁଦ୍ରରୁ ଅଧିକ ବଳ ଗୋଟାଏ ଏହା ଭୀଷଣ ବାତ୍ୟାରେ ପରିବର୍ତ୍ତିତ ହୋଇପାରେ । ନିଜ ସହ ପବନ ସାଙ୍ଗକୁ ବର୍ଷା ସାଙ୍ଗରେ ଧରି ସ୍ଥଳଭାଗ ଛୁଇଁପାରେ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.