ରାସ୍ତାରେ ଜଗି ବସିଥିଲା ଯମ, ବାହାଘର ସାରି ଫେରିବା ବେଳେ ମର୍ମନ୍ତୁଦ ଦୁର୍ଘଟଣାରେ ଚାଲିଗଲା ୮ ଜୀବନ

ମୃତ୍ୟୁ କେତେବେଳେ କାହାକୁ କେଉଁଠି ଅପେକ୍ଷା କରିଥାଏ, ତାହା କାହାକୁ ଜଣାନଥାଏ। ଠିକ୍‌ ଏମିତି ଜଗି ବସିଥିଲା ଯମ, ଆଉ ବାହାଘର ଉତ୍ସବରେ ଯୋଗ ଦେଇ ଫେରୁଥିବା ବେଳେ ଚାଲିଗଲା ଜୀବନ। ରାସ୍ତାରେ ଠିଆ ହୋଇଥିବା ଏକ ଟ୍ରକ୍ ସହ ହଠାତ୍ ଶକ୍ତ ଧକ୍କା ହେଲା ଏସ୍ୟୁଭି କାର୍। କାର୍ ବସିଥିଲେ ୧୧ ଜଣ ଯାତ୍ରୀ। ଆଉ ଚାଲିଗଲା ୮ ଜଣଙ୍କ ଜୀବନ।

ଜୋଗିଆ ଥାନା ଅଞ୍ଚଳରେ କଟୟା ଗାଁ ପାଖରେ ରାତିରେ ରାସ୍ତାରେ ଛିଡା ହୋଇଥିବା ଟ୍ରେଲକୁ ବରଯାତ୍ରୀ ଥିବା ବୋଲେରୋ ଧକ୍କା ଦେଇଥିଲା। ବରଯାତ୍ରୀରୁ ଫେରିଥିଲେ ସମସ୍ତେ। ଘଟଣାରେ ୮ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ୩ ଜଣ ଗୁରୁତର ଆହତ ହୋଇଛନ୍ତି। ଆହତମାନଙ୍କୁ ଗୋରଖପୁର ଜିଲ୍ଲା ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ଦୁର୍ଘଟଣା ପରେ ସ୍ଥାନୀୟ ଲୋକେ ଘଟଣା ସ୍ଥଳରେ ପହଞ୍ଚି ପୋଲିସକୁ ଖବର ଦେବା ସହିତ ଦୁର୍ଘଟଣାର ଶିକାର ହୋଇଥିବା ଲୋକଙ୍କୁ ଉଦ୍ଧାର କରିଥିଲେ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.