ଗୁଜରାଟ ଭରୁଚ ପଟେଲ ହସପିଟାଲରେ ଅଗ୍ନିକାଣ୍ଡ, ୧୬ ରୋଗୀ ମୃତ

ଗୁଜରାଟ: ମହାମାରୀ କରୋନା କାଳରେ ଦୁଃଖଦ ଖବର । ଗୁଜରାଟ ଭରୁଚ ପଟେଲ ହସପିଟାଲରେ ନିଆଁ ଲାଗି ଚାଲିଗଲା ୧୬ ଜଣଙ୍କ ଜୀବନ । ମୃତକଙ୍କ ମଧ୍ୟରେ ଅଛନ୍ତି ୧୪ ରୋଗୀ ଓ ୨ ଜଣ ନର୍ସ । ଗତକାଲି ବିଳମ୍ବିତ ରାତିରେ ହଠାତ ନିଆଁ ଲାଗିଥିଲା । ଘଟଣାସ୍ଥଳରେ ୧୨ ରୋଗୀଙ୍କ ମୃତ୍ୟୁ ହୋଇଥିଲା ।

ତେବେ ଚାରି ମହଲା ବିଶିଷ୍ଠ ବିଲ୍ଡିଂରୁ ୫୦ ଜଣଙ୍କୁ ସୁରକ୍ଷିତ ଭାବେ ଉଦ୍ଧାର କରାଯାଇଛି । ଘଟଣାସ୍ଥଳରେ ଅଗ୍ନିଶମ ବାହିନୀର ପହଞ୍ଚି ନିଆଁକୁ ମାତ୍ର ଅଧଘଣ୍ଟାରେ ଆୟତ୍ତ କରଥିଲେ । କିନ୍ତୁ ନିଆଁର ଆଁ ଭିତରେ ୧୬ ଜଣଙ୍କ ଜୀବନ ଚାଲି ଯାଇଥିଲା । ଅଗ୍ନକାଣ୍ଡର କାରଣ ଜଣାପଡି ନାହିଁ । ତେବେ ସର୍ଟସର୍କିଟରୁ ନିଆଁ ଲାଗିଥିବା ସନ୍ଦେହ କରାଯାଉଛି । ଅଗ୍ନିକାଣ୍ଡ ସ୍ଥଳ ପରିଦର୍ଶନ କରିଛନ୍ତି ବରିଷ୍ଠ ଅଧିକାରୀ । ଘଟଣାର ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି ମୁଖ୍ୟମନ୍ତ୍ରୀ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.