ବିହାର: ଚଳନ୍ତା ଟ୍ରେନ୍‌ରେ ଲାଗିଲା ନିଆଁ, ଗାର୍ଡଙ୍କ ଉପସ୍ଥିତ ବୁଦ୍ଧି ଯୋଗୁ ବଞ୍ଚିଗଲା ହଜାର ହଜାର ଯାତ୍ରୀଙ୍କ ଜୀବନ; ଦେଖନ୍ତୁ ଭିଡିଓ

ବିହାର: ବିହାରର ରକ୍ସୌଲ ଠାରେ ରବିବାର ସକାଳୁ ସକାଳୁ ଏକ ଚଳନ୍ତା ଟ୍ରେନ୍‌ ଇଞ୍ଜିନ୍‌ରେ ନିଆଁ ଲାଗିଯାଇଛି। ଚଳନ୍ତା ଟ୍ରେନ୍‌ ଇଞ୍ଜିନରୁ ଧୂଆଁ ଉଠୁଥିବା ଦେଖି ଯାତ୍ରୀମାନେ ଆତଙ୍କିତ ହୋଇ ପଡ଼ିଥିଲେ। ସବୁ ଆଡ଼େ ଲୋକଙ୍କ ଚିତ୍କାର ଶୁଣିବାକୁ ମିଳିଥିଲା। ଅନ୍ୟପଟେ ଟ୍ରେନ୍‌ରେ ନିଆଁ ଲାଗିବା ପରେ ଟ୍ରେନ୍‌ର ଗାର୍ଡ ଏ ନେଇ ତୁରନ୍ତ ଡ୍ରାଇଭର ଟିମ୍‌କୁ ସୂଚନା ଦେଇଥିଲେ। ଫଳରେ ଟ୍ରେନ୍‌କୁ ତୁରନ୍ତ ଅଟକା ଯାଇଥିଲା। ତେବେ ଏହି ଅଗ୍ନିକାଣ୍ଡରେ କେହି ମୃତାହତ ହୋଇଥିବା ନେଇ ସୂଚନା ମିଳିନାହିଁ।

ଏହି ନିଆଁକୁ ପ୍ରଥମେ ଗାର୍ଡ ଦେଖିଥିଲେ। ସେ ଏ ନେଇ ଡ୍ରାଇଭର ଟିମ୍‌କୁ ସୂଚନା ଦେଇଥିଲେ। ନିକଟରେ ଷ୍ଟେସନ୍‌ ଥିବାରୁ ଟ୍ରେନ୍‌ ଧୀରେ ଧୀରେ ଯାଉଥିଲା। ଫଳରେ ସହଜରେ ଟ୍ରେନ୍‌କୁ ଅଟକା ଯାଇପାରିଥିଲା।


ମିଳିଥିବା ସୂଚନା ମୁତାବକ, ନରକଟିୟାଗଞ୍ଜ ଯାଉଥିବା ଟ୍ରେନ୍‌ ରବିବାର ସକାଳ ୫ଟା ୧୦ରେ ରକ୍ସୌଲ ଷ୍ଟେସନ୍‌ ଅଭିମୁଖେ ଯାତ୍ରା କରିଥିଲା। ଏହି ଗାଡ଼ି ଭେଲାହୀ ଷ୍ଟେସନ୍‌ ପାଖରେ ପହଞ୍ଚିବା ବେଳକୁ ଇଞ୍ଜିନ୍‌ରୁ ଧୂଆଁ ବାହାରୁଥିଲା। ଏ ନେଇ ଗାର୍ଡ ତୁରନ୍ତ ଡ୍ରାଇଭର ଟିମ୍‌କୁ ସୂଚନା ଦେଇଥିଲେ। ସେମାନେ ଯାତ୍ରୀଙ୍କୁ ସୁରକ୍ଷିତ ରଖିବା ପାଇଁ ତୁରନ୍ତ ଟ୍ରେନ୍‌ ଅଟକାଇ ଥିଲେ। ତେବେ ଏହି ଅଗ୍ନିକାଣ୍ଡରେ ସମସ୍ତ ଯାତ୍ରୀ ସୁସ୍ଥ ଥିବା ଜଣାଯାଇଛି।

ଅନ୍ୟପଟେ ଟ୍ରେନ୍‌ରେ ନିଆଁ ଲାଗିବାର କାରଣ ଏବେ ଯାଏଁ ଜଣାପଡ଼ିନାହିଁ। ରେଳ ବିଭାଗ ପକ୍ଷରୁ ଏ ନେଇ ତଦନ୍ତ ଆରମ୍ଭ ହୋଇଥିବା ଜଣାଯାଇଛି।

Also Read: ନୂପୁର ଶର୍ମାଙ୍କ ବିରୋଧରେ ଲୁକ୍‌ ଆଉଟ୍‌ ନୋଟିସ୍‌ ଜାରି କଲା କୋଲକାତା ପୋଲିସ, ୯ଟି ରାଜ୍ୟରେ ରୁଜୁ ହୋଇଛି ମାମଲା

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.