ବେଲୁନ୍‌ରେ ଭାଇରସ୍‌ ପୂରାଇ ପୃଥିବୀକୁ ଫିଙ୍ଗୁଛନ୍ତି ଏଲିୟନ୍‌! କରୋନା ବିସ୍ତାରକୁ ନେଇ ଅଦ୍ଭୁତ ଦାବି କଲା ଉତ୍ତର କୋରିଆ

କରୋନା ଭାଇରସ୍‌ ଯୋଗୁ ଗତ ୩ ବର୍ଷ ହେବ ସମଗ୍ର ବିଶ୍ୱ ଚିନ୍ତାଜନକ ସ୍ଥିତିରେ ରହିଛି। ଏବେ ବି ବିଶ୍ୱର କୋଣ ଅନୁକୋଣରୁ ଲକ୍ଷାଧିକ ମାମଲା ସାମ୍ନାକୁ ଆସୁଛି। କିନ୍ତୁ ଏ ପର୍ଯ୍ୟନ୍ତ କେହି ଏହା କହିପାରୁ ନାହାନ୍ତି ଯେ କରୋନା ଭାଇରସ୍‌ର ଉତ୍ପତି କେଉଁଠି ଏବଂ କିପରି ହେଲା। ତେବେ ଇତି ମଧ୍ୟରେ କରୋନାକୁ ନେଇ ଉତ୍ତର କୋରିଆ ତାନଶାହ କିମ୍‌ ଜୋଙ୍ଗ୍‌ ଉନ୍‌ ଏଭଳି ଏକ ବୟାନ ଦେଇଛନ୍ତି, ଯାହାକୁ ନେଇ ପୂରା ବିଶ୍ୱରେ ଚର୍ଚ୍ଚା ଜୋର୍‌ ଧରିଛି। କିମ୍‌ ଜୋଙ୍ଗ୍‌ଙ୍କ ଦାବି ମୁତାବକ, ଏଲିୟନଙ୍କ ଯୋଗୁ ବିଶ୍ୱରେ କରୋନା ବ୍ୟାପିଛି।

କିମ୍ ଜୋଙ୍ଗ କହିଛନ୍ତି, ତାଙ୍କ ଦେଶରେ ପ୍ରଥମ କରୋନା ମାମଲା ଏଲିୟନଙ୍କ କାରଣରୁ ମିଳିଛି। ତାଙ୍କ କହିବା ହେଲା, ଦକ୍ଷିଣ କୋରିଆ ସଂଲଗ୍ନ ସୀମାରୁ ଏଲିୟନ୍‌ମାନେ ବେଲୁନରେ ଭାଇରସ୍‌ ପୂରାଇ ଫିଙ୍ଗିଥିଲେ, ଯାହା ପରଠାରୁ ଦେଶରେ କରୋନା ଭାଇରସ୍‌ ବ୍ୟାପିଥିଲା। ବାସ୍ତବରେ, କିଛି ସମୟ ପାଇଁ ଉତ୍ତର କୋରିଆରେ ଗୁଜବ ପ୍ରଚାରିତ ହୋଇଥିଲା କି, ଏପ୍ରିଲରେ ୧୮ ବର୍ଷର ଜଣେ ସୈନିକ ଏବଂ ୫ ବର୍ଷର ଜଣେ ଶିଶୁ ଏଲିୟନ୍‌ ଭଳି ଦିଶୁଥିବା ଜିନିଷକୁ ସ୍ପର୍ଶ କରିଥିଲେ, ଯାହା ପରେ ଉଭୟଙ୍କଠାରେ କରୋନା ଲକ୍ଷଣ ଦେଖା ଯାଇଥିଲା। ଏହାପରେ ସାରା ଦେଶରେ କରୋନାର ମାମଲା ବିସ୍ତାର ହେବାକୁ ଲାଗିଲା।

kim
photo: NDTV.com

ଯଦିଓ ଉତ୍ତର କୋରିଆର ପଡ଼ୋଶୀ ଦେଶ ଦକ୍ଷିଣ କୋରିଆ ଏଲିୟନ୍‌ ଥିଓରୀକୁ ଭିତ୍ତିହୀନ ବୋଲି କହିଛି। ସିୟୋଲ ବିଶ୍ୱବିଦ୍ୟାଳୟର ଜଣେ ପ୍ରଫେସରଙ୍କ କହିବା ହେଲା, କିମ୍‌ ଜୋଙ୍ଗ୍‌ଙ୍କ ଦାବି ଉପରେ ବିଶ୍ୱାସ କରିବା ମୁସ୍କିଲ। କାହିଁକି ନା, ବସ୍ତୁଗୁଡ଼ିକ ମାଧ୍ୟମରେ ଭାଇରସ୍‌ ବ୍ୟାପିବାର ସମ୍ଭାବନା ବହୁତ କମ୍‌ ଥାଏ।

ଉତ୍ତର କୋରିଆର ଏକ ସମାଚାର ଏଜେନ୍ସି ମୁତାବକ, ସରକାର ସୀମା ସଂଲଗ୍ନ ଅଞ୍ଚଳଗୁଡ଼ିକ ପାଇଁ କିଛି ନିର୍ଦ୍ଦେଶନାମା ଜାରି କରିଛନ୍ତି। ସରକାର କହିଛନ୍ତି, ସୀମା ନିକଟରେ ରହୁଥିବା ଲୋକେ ପବନ ଜରିଆରେ ଆସୁଥିବା ବସ୍ତୁ ଯେପରି ବେଲୁନ୍‌, ଏଲିୟନ୍‌ ଆଦିଙ୍କଠାରୁ ସତର୍କ ରୁହନ୍ତୁ। ଯଦି କେହି କୌଣସି ଜିନିଷ ଦେଖିବାକୁ ପାଉଛନ୍ତି, ତ ଏ ବିଷୟରେ ତୁରନ୍ତ ପୋଲିସକୁ ସୂଚନା ଦିଅନ୍ତୁ।

ପାଖାପାଖି ଅଢ଼େଇ ବର୍ଷ ଧରି କରୋନା ଭାଇରସ୍‌ଠୁ ଦୂରେଇ ରହିବା ପରେ ଉତ୍ତର କୋରିଆରେ ଏପ୍ରିଲ ଶେଷ ଆଡ଼କୁ ୨୦ ଲକ୍ଷ ଲୋକ ରହସ୍ୟମୟ ଜ୍ୱରରେ ପୀଡ଼ିତ ହୋଇଥିଲେ। ମେ’ ୧୨ରେ ଉତ୍ତର କୋରିଆ ପ୍ରଥମ ଥର ନିଜ ଦେଶରେ କରୋନା ଭାଇରସ୍‌ ମିଳିଥିବାର ଘୋଷଣା କରିଥିଲା। ଏହାପରେ କିମ୍‌ ଜୋଙ୍ଗ୍‌ ପୂରା ଦେଶରେ ଲକ୍‌ଡାଉନ ଲଗାଇ ଦେଇଥିଲେ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.