ଭାରତୀୟ କୋଭାକ୍ସିନ ଜରିଆରେ ଦେଶ ହେବ କରୋନା ମୁକ୍ତ, ଏମ୍ସରେ ଆରମ୍ଭ ହୋଇଛି ଟ୍ରାୟଲ

ଆସନ୍ତା ଅଗଷ୍ଟ ୧୫ ତାରିଖରେ କରୋନା ମହାମାରୀକୁ ଦେଶରୁ ସମ୍ପୂୂର୍ଣ୍ଣ ରୂପେ ହଟାଇବାର ଚାଲିଛି ଯୋଜନା । ଭାରତର ସ୍ୱତନ୍ତ୍ରତା ଦିବସରେ କରୋନାର ଦେଶୀ ଭ୍ୟାକସିନ କୋଭାକ୍ସିନ ଲଞ୍ଚ ହେବାକୁ ଯାଉଛି । ଏହି ଭ୍ୟାକସିନ ଫାର୍ମାସ୍ୟୁଟିକାଲ କମ୍ପାନୀ ଭାରତ ବାୟୋଟେକ ପ୍ରସ୍ତୁତ କରିଛି । ଭାରତ ବାୟୋଟେକ ଏବଂ ICMR ପକ୍ଷରୁ ଭ୍ୟାକସିନ ଲଞ୍ଚ ହେବାର ଯୋଜନା ରହିଛି ।

ସୂଚନା ଅନୁଯାୟୀ ନିକଟ ଅତୀତରେ କୋଭାକ୍ସିନର ହ୍ୟୁମାନ ଟ୍ରାୟଲ ପାଇଁ ସହମତି ମିଳିଥିଲା । ଜୁଲାଇ ୭ରୁ ଏହାର ଟ୍ରାୟଲ ଆରମ୍ଭ ହେବାର ନିଷ୍ପତ୍ତି ନିଆଯାଇଥିଲା । ତେବେ ଏହାର ସଫଳ ପରୀକ୍ଷଣକୁ ନେଇ ଆଗକୁ ନିଷ୍ପତ୍ତି ନେବାର ଯୋଜନା ରହିଛି । ଏହାପରେ ଭାରତ ବାୟୋଟେକ ପକ୍ଷରୁ ଭ୍ୟାକସିନ ମାର୍କେଟକୁ ଛଡାଯିବ ।

covaxinn
pc: india tv

ହାଇଦ୍ରାବାଦ ଫାର୍ମା କମ୍ପାନୀ ଭାରତ ବାୟୋଟେକର ସୂଚନା ଅନୁଯାୟୀ, କୋଭାକ୍ସିନର ଫେଜ୧ ଓ ଫେଜ୨ର ହ୍ୟୁମାନ ଟ୍ରାୟଲ ପାଇଁ ଡିସିଜିଆଇ ପକ୍ଷରୁ ସହମତି ମିଳିଛି । ତେବେ ଭାରତ ବାୟୋଟେକକୁ ଏହାକୁ ପ୍ରସ୍ତୁତ କରିବାର ଅଭିଜ୍ଞତା ରହିଛି । ଏଥିପାଇଁ ଅନେକ ବିଦେଶୀ କମ୍ପାନୀ ପାଇଁ ଭାରତ ବାୟୋଟେକ ପୋଲିଓ, ରେବିଜ, ରୋଟାଭାଇରସ, ଜାପାନୀ ଇନସେଫ୍ଲାଇଟିସ, ଚିକେନଗୁନିଆ ଏବଂ ଜିକା ଭାଇରସ ପାଇଁ ଭ୍ୟାକସିନ ପ୍ରସ୍ତୁତ କରିସାରିିଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.