ସେପ୍ଟେମ୍ବର ୨୮ରେ କଂଗ୍ରେସରେ ଯୋଗ ଦେବେ କହ୍ନେୟା କୁମାର, ଅନେକ ଥର ଭେଟିଲେଣି ରାହୁଲ ଗାନ୍ଧୀଙ୍କୁ

କଂଗ୍ରେସରେ ସାମିଲ ହେବେ ଜବାହରଲାଲ୍‌ ନେହରୁ ବିଶ୍ୱବିଦ୍ୟାଳୟର ପୂର୍ବଛାତ୍ର ସଂଘର ଅଧ୍ୟକ୍ଷ କହ୍ନେୟା କୁମାର। ଆସନ୍ତା ସେପ୍ଟେମ୍ବର ୨୮ରେ ସେ ହାତର ହାତ ଧରିବେ। ରିପୋର୍ଟ ମୁତାବକ, ଗତ କିଛି ଦିନ ହେବ କହ୍ନେୟା କୁମାର କଂଗ୍ରେସର ପୂର୍ବ ଅଧ୍ୟକ୍ଷ ରାହୁଲ ଗାନ୍ଧୀଙ୍କୁ ସାକ୍ଷାତ କରୁଛନ୍ତି। ଏଣୁ ଏବେ ଆଶା କରାଯାଉଛି ଯେ ସେ କଂଗ୍ରେସରେ ଯୋଗ ଦେଇପାରନ୍ତି।

ଏନେଇ କହ୍ନେୟା କୁମାରଙ୍କ ନିକଟତର ଲୋକଙ୍କ କହିବା କଥା ହେଉଛି, ସେ ସିପିଆଇରେ ଅଣନିଃଶ୍ୱାସୀ ହୋଇପଡ଼ିଛନ୍ତି। ଏଣୁ ଏବେ ଦଳ ପରିବର୍ତ୍ତନ କରିବାକୁ ଚିନ୍ତା କରୁଛନ୍ତି। ଏଭଳି ସ୍ଥିତିରେ ରାହୁଲ ଗାନ୍ଧୀଙ୍କ ସହ ବାରମ୍ବାର ସାକ୍ଷାତ କରିବା ଦର୍ଶାଉଛି ଯେ ସେ କଂଗ୍ରେସ ଆଡ଼କୁ ଢଳିପାରନ୍ତି। ଅନ୍ୟପଟେ ବିହାର ରାଜନୀତିରେ କହ୍ନେୟା ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିବେ ବୋଲି କୁହାଯାଉଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.