ଆସନ୍ତାକାଲି ହେବ ଲୋକସଭା ନିର୍ବାଚନର ତାରିଖ ଘୋଷଣା, ‘X’ରେ ସୂଚନା ଦେଲେ ଆୟୋଗ

ଆସନ୍ତାକାଲି ଶନିବାର ଲୋକସଭା ନିର୍ବାଚନର ତାରିଖ ଘୋଷଣା କରାଯିବ । ନିର୍ବାଚନ ଆୟୋଗ ଅପରାହ୍ନ ୩ଟାରେ ଏକ ସାମ୍ବାଦିକ ସମ୍ମିଳନୀ କରି ତାରିଖ ଘୋଷଣା କରିପାରନ୍ତି ।

ଆସନ୍ତାକାଲି ଶନିବାର ଲୋକସଭା ନିର୍ବାଚନର ତାରିଖ ଘୋଷଣା କରାଯିବ । ନିର୍ବାଚନ ଆୟୋଗ ଅପରାହ୍ନ ୩ଟାରେ ଏକ ସାମ୍ବାଦିକ ସମ୍ମିଳନୀ କରି ତାରିଖ ଘୋଷଣା କରିପାରନ୍ତି । ନିଜେ ନିର୍ବାଚନ ଆୟୋଗ ‘X’ରେ ପୋଷ୍ଟ କରି ଏହି ସୂଚନା ଦେଇଛନ୍ତି ।

ନିର୍ବାଚନ ଆୟୋଗ ଅଫିସିଆଲ ହ୍ୟାଣ୍ଡେଲରୁ ପୋଷ୍ଟ କରି କହିଛନ୍ତି, ‘ଲୋକସଭା ନିର୍ବାଚନ ୨୦୨୪ ଏବଂ କିଛି ରାଜ୍ୟର ବିଧାନସଭା ନିର୍ବାଚନ କାର୍ଯ୍ୟକ୍ରମ ଘୋଷଣା ପାଇଁ ଆୟୋଗ ମାର୍ଚ୍ଚ ୧୬ ଅପରାହ୍ନ ୩ଟାରେ ଏକ ସାମ୍ବାଦିକ ସମ୍ମିଳନୀ କରିବେ । ଏହାକୁ ନିର୍ବାଚନ ଆୟୋଗର ସୋସିଆଲ ମିଡିଆ ପ୍ଲାଟଫର୍ମରେ ଲାଇଭ୍‌ ଷ୍ଟ୍ରିମ୍‌ କରାଯିବ’ ।

କହି ରଖୁଛୁ, ଲୋକସଭା ନିର୍ବାଚନ ପାଇଁ ସମସ୍ତ ପ୍ରସ୍ତୁତି ଶେଷ ହୋଇଛି ଏବଂ ନିର୍ବାଚନ ଆୟୋଗ ଏହାର ସମୀକ୍ଷା ମଧ୍ୟ ଶେଷ କରିଛନ୍ତି ।

ସେପଟେ ଦେଶକୁ ମିଳିଛନ୍ତି ଦୁଇ ନୂଆ ନିର୍ବାଚନ କମିଶନର । ଦାୟିତ୍ୱ ନେଇଛନ୍ତି ଜ୍ଞାନେଶ କୁମାର ଓ ସୁଖବିନ୍ଦର ସିଂ ସାନ୍ଧୁ । ଜ୍ଞାନେଶ କୁମାର ହେଉଛନ୍ତି କେରଳ କ୍ୟାଡରର ବରିଷ୍ଠ ଅଧିକାରୀ । ସେହିପରି ସୁଖବିନ୍ଦର ହେଉଛନ୍ତି ପଞ୍ଜାବ କ୍ୟାଡରର ଅଧିକାରୀ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.