ଜମ୍ମୁ-କଶ୍ମୀର ପୋଲିସ ଡିଜି ଦିଲବାଗ ସିଂହଙ୍କ ଚାଞ୍ଚଲ୍ୟକର ବୟାନ, କହିଲେ ସୀମାରେ ଗୁଳି ବର୍ଷା କରି ଭାରତରେ ଅନୁପ୍ରବେଶ ପାଇଁ ଯୋଜନା କରୁଛି ପାକିସ୍ତାନ

 ଜମ୍ମୁ-କଶ୍ମୀର(କେନ୍ୟୁଜ୍) : ଜମ୍ମୁ-କଶ୍ମୀରରେ ୨୦୦ରୁ ୩୦୦ ଆତଙ୍କବାଦୀ ସକ୍ରିୟ । ସୀମାରେ ଗୁଳି ବର୍ଷା କରି ଭାରତରେ ଅନୁପ୍ରବେଶ ପାଇଁ ଯୋଜନା କରୁଛି ପାକିସ୍ତାନ । ଏପରି ଚାଞ୍ଚଲ୍ୟକର ବୟାନ ଦେଇଛନ୍ତି ଜମ୍ମୁ-କଶ୍ମୀର ପୋଲିସ ଡିଜି ଦିଲବାଗ ସିଂହ । ଶୀତ ଦିନ ଆରମ୍ଭ ହେବା ପୂର୍ବରୁ ପାକିସ୍ତାନ ଅଧିକ ଆତଙ୍କବାଦୀଙ୍କୁ ପ୍ରବେଶ କରାଇବା ପାଇଁ ସୀମାନ୍ତ ଅଞ୍ଚଳରେ ଗୁଳିମାଡ଼ କରିଛି ବୋଲି କହିଛନ୍ତି ପୋଲିସ ଡିଜି । କାଉଣ୍ଟର ଇନ୍‌ଫିଲ୍‌ଡ୍ରେସନ୍‌ ଗ୍ରୀଡ୍‌ ଆକ୍ଟିଭ୍‌ ହେବା ପରେ ମଧ୍ୟ ବହୁ ସଂଖ୍ୟାରେ ଆତଙ୍କବାଦୀ ଜମ୍ମୁ-କଶ୍ମୀର ସୀମା ଅତିକ୍ରମ କରିଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.