ମାନହାନି ମାମଲାରେ ରାହୁଲ ଗାନ୍ଧିଙ୍କୁ କୋର୍ଟରୁ ଆଶ୍ୱସ୍ତି, ଅମିତ୍‌ ଶାହଙ୍କ ବିରୋଧରେ ଟିପ୍ପଣୀ ମାମଲାରେ ମିଳିଲା ଜାମିନ୍‌

ମାନହାନି ମାମଲାରେ କଂଗ୍ରେସ ନେତା ରାହୁଲ ଗାନ୍ଧିଙ୍କୁ ଜାମିନ ମିଳିଛି । ତାଙ୍କୁ ୨୫,୦୦୦ ଟଙ୍କାର ସିକ୍ୟୁରିଟି ଏବଂ ୨୫,୦୦୦ ହଜାର ଟଙ୍କାର ବେଲ୍‌ ବଣ୍ଡ୍‌ରେ ଜାମିନ ପ୍ରଦାନ କରାଯାଇଛି । ସେ ମଙ୍ଗଳବାର ଉତ୍ତର ପ୍ରଦେଶର ସୁଲତାନପୁରର ସ୍ଥାନୀୟ କୋର୍ଟରେ ହାଜର ହୋଇଥିଲେ ।

ମାନହାନି ମାମଲାରେ କଂଗ୍ରେସ ନେତା ରାହୁଲ ଗାନ୍ଧିଙ୍କୁ ଜାମିନ ମିଳିଛି । ତାଙ୍କୁ ୨୫,୦୦୦ ଟଙ୍କାର ସିକ୍ୟୁରିଟି ଏବଂ ୨୫,୦୦୦ ହଜାର ଟଙ୍କାର ବେଲ୍‌ ବଣ୍ଡ୍‌ରେ ଜାମିନ ପ୍ରଦାନ କରାଯାଇଛି । ସେ ମଙ୍ଗଳବାର ଉତ୍ତର ପ୍ରଦେଶର ସୁଲତାନପୁରର ସ୍ଥାନୀୟ କୋର୍ଟରେ ହାଜର ହୋଇଥିଲେ । ରାହୁଲ କୋର୍ଟଙ୍କୁ କହିଥିଲେ ଯେ ଏହି ମାମଲାରେ ସେ ନିର୍ଦ୍ଦୋଷ । କହି ରଖୁଛୁ, ଏକ ମାନହାନି ମାମଲାରେ ସୁଲତାନପୁର କୋର୍ଟ ରାହୁଲ ଗାନ୍ଧିଙ୍କୁ ତଲବ କରିଥିଲେ ।

ଏହି ମାମଲା ପାଖାପାଖି ୬ ବର୍ଷ ପୁରୁଣା । ସୂଚନାଯୋଗ୍ୟ, ୨୦୧୮ରେ ରାହୁଲ ଗାନ୍ଧି ବେଙ୍ଗାଲୁରୁରେ ଏକ ସାମ୍ବାଦିକ ସମ୍ମିଳନୀ କରିଥିଲେ । ଏଥିରେ ସେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହଙ୍କ ବିରୋଧରେ ଆପତ୍ତିଜନକ ଟିପ୍ପଣୀ କରିଥିଲେ । ଏହି ଟିପ୍ପଣୀକୁ ମାନହାନିର ମାମଲା ବୋଲି କହି ବିଜେପି ନେତା ବିଜୟ ମିଶ୍ର ଏକ ମାମଲା ଦାୟର କରିଥିଲେ । ୨୦୧୮ ଅଗଷ୍ଟ ୪ରେ ସୁଲତାନପୁରର ଜିଲ୍ଲା ଏବଂ ସେସନ୍ସ କୋର୍ଟରେ ରାହୁଲଙ୍କ ବିରୋଧରେ ମାମଲା ରୁଜୁ କରାଯାଇଥିଲା, ଯାହା ଉପରେ ଜଜ୍‌ ଯୋଗେଶ କୁମାର ଯାଦବ ରାହୁଲ ଗାନ୍ଧିଙ୍କୁ ସମନ ପଠାଇଥିଲେ । ଆଜି ଏହି ମାମଲାରେ ଶୁଣାଣି ହୋଇଛି ।

ରାହୁଲ ଗାନ୍ଧିଙ୍କ ନେତୃତ୍ୱରେ ଚାଲିଥିବା ଭାରତ ଯୋଡୋ ନ୍ୟାୟ ଯାତ୍ରା ବର୍ତ୍ତମାନ ଉତ୍ତର ପ୍ରଦେଶରେ ଅଛି । ମଙ୍ଗଳବାର ରାହୁଲ କୋର୍ଟରେ ହାଜର ହେବା କାରଣରୁ ଏହି ଯାତ୍ରାକୁ କିଛି ଘଣ୍ଟା ପାଇଁ ଅଟକାଯାଇଥିଲା ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.