ଆଫଗାନିସ୍ତାନରେ ଭୟଙ୍କର ବୋମା ବିସ୍ଫୋରଣ: ତାଲିବାନୀ ଗଭର୍ଣ୍ଣରଙ୍କ ସମେତ ୩ ଜଣଙ୍କ ମୃତ୍ୟୁ

ଆଫଗାନିସ୍ତାନର ମଜାର-ଏ-ସରିଫ ସହରରେ ଭୟଙ୍କର ବୋମା ବିସ୍ଫୋରଣ ଘଟିଛି। ରାଜ୍ୟପାଳଙ୍କ କାର୍ଯ୍ୟାଳୟରେ ଏହି ବିସ୍ଫୋରଣ ଘଟିଥିବା କୁହାଯାଉଛି। ଏଥିରେ ଗଭର୍ଣ୍ଣରଙ୍କ ସମେତ ତିନି ଜଣଙ୍କର ମୃତ୍ୟୁ ହୋଇଛି।

ଆଫଗାନିସ୍ତାନର ମଜାର-ଏ-ସରିଫ ସହରରେ ଗୁରୁବାର ଭୟଙ୍କର ବୋମା ବିସ୍ଫୋରଣ ଘଟିଛି। ଏଥିରେ ତାଲିବାନ ଗଭର୍ଣ୍ଣରଙ୍କ ସମେତ ତିନି ଜଣଙ୍କର ମୃତ୍ୟୁ ହୋଇଛି। ତାଲିବାନ ପୋଲିସର ମୁଖପାତ୍ର ଏହା ନିଶ୍ଚିତ କରିଛନ୍ତି। ରାଜ୍ୟପାଳଙ୍କ କାର୍ଯ୍ୟାଳୟରେ ଏହି ବିସ୍ଫୋରଣ ଘଟିଥିବା କୁହାଯାଉଛି।

ମଜାର-ଏ-ସରିଫ ସହରରେ ଥିବା ରାଜ୍ୟପାଳଙ୍କ କାର୍ଯ୍ୟାଳୟରେ ବିସ୍ଫୋରଣ ଘଟିଛି। ଏଥିରେ ରାଜ୍ୟପାଳ ଦାଉଦ ମୁଜମଲ ଏବଂ ଅନ୍ୟ ଦୁଇ ଜଣଙ୍କର ମୃତ୍ୟୁ ହୋଇଛି। ତେବେ ଏ ପର୍ଯ୍ୟନ୍ତ କୌଣସି ବି ସଙ୍ଗଠନ ଏହି ଆକ୍ରମଣ ପାଇଁ ନିଜକୁ ଦାୟୀ କରିନାହାନ୍ତି।

ତେବେ ଏହା ପଛରେ ଇସଲାମିକ୍ ଷ୍ଟେଟ୍ (ଆଇଏସ୍ଆଇଏସ)ର ଆଞ୍ଚଳିକ ସହଯୋଗୀ ଇସଲାମିକ୍ ଷ୍ଟେଟ୍ ଇନ ଖୋରାସନ ପ୍ରୋଭିନ୍ସ (ଆଇଏସକେପି)ର ହାତ ଥିବା ବିଶ୍ୱାସ କରାଯାଉଛି, ଯିଏ କି, ତାଲିବାନର ମୁଖ୍ୟ ପ୍ରତିଦ୍ୱନ୍ଦ୍ୱୀମାନଙ୍କ ମଧ୍ୟରୁ ଗୋଟିଏ।

୨୦୨୧ ଅଗଷ୍ଟରେ ତାଲିବାନ ପୁଣି ଥରେ କ୍ଷମତାକୁ ଆସିବା ପରେ ଆଇଏସକେପି ଆଫଗାନିସ୍ତାନରେ ଆକ୍ରମଣକୁ ତୀବ୍ର କରିଦେଇଛି। ତାଲିବାନର ସୁରକ୍ଷା ବାହିନୀ ଏବଂ ଶିଆ ସଂଖ୍ୟାଲଘୁ ସମ୍ପ୍ରଦାୟର ଲୋକମାନେ ଏହାର ଟାର୍ଗେଟରେ ଅଛନ୍ତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.