ଜାମ୍ମୁ କଶ୍ମୀର ପୁଲଓ୍ଵାମା ଜାଦୋରା ଅଞ୍ଚଳରେ ଏନକାଉଣ୍ଟର, ୩ ଆତଙ୍କବାଦୀ ନିହତ, ଜଣେ ଯବାନ ସହିଦ

ଜାମ୍ମୁ କଶ୍ମୀର: ଜାମ୍ମୁ କଶ୍ମୀର ପୁଲଓ୍ଵାମା ଜାଦୋରା ଅଞ୍ଚଳରେ ସୁରକ୍ଷା କର୍ମୀ ଓ ଆତଙ୍କବାଦୀଙ୍କ ମଧ୍ୟରେ ଗୁଳବିନିମୟ। ଏନକାଉଣ୍ଟରରେ ୩ ଆତଙ୍କବାଦୀ ନିହତ ହୋଇଛନ୍ତି। ଆତଙ୍କବାଦୀ ଗୁଳିରେ ଜଣେ ଯବାନ ସହିଦ ହୋଇଛନ୍ତି। ପୋଲିସ ଓ ସୁରକ୍ଷାକର୍ମୀଙ୍କ ପକ୍ଷରୁ ସର୍ଚ୍ଚ ଅପରେସନ ଜାରି ରହିଛି।

ଜାମ୍ମୁକାଶ୍ମୀର ପୁଲୱାମାରେ ବିଳମ୍ବିତ ରାତିରେ ୩ ଆତଙ୍କିଙ୍କୁ ଏନକାଉଣ୍ଟର କରିଛି ଭାରତୀୟ ସେନା। ଦକ୍ଷିଣ କାଶ୍ମୀର ଜଦୁରା ଗାଁରେ ସୁରକ୍ଷା ବାହିନୀ ଦ୍ୱାରା ୩ ଜଣ ଆତଙ୍କବାଦୀ ନିହତ ହୋଇଛନ୍ତି। ଘଟଣାସ୍ଥଳରୁ ଅସ୍ତ୍ରଶସ୍ତ୍ର ଜବତ କରାଯାଇଛି। ଏବେ ବି ସର୍ଚ୍ଚ ଅପରେସନ ଜାରି ରହିଛି। ଗତ ଶୁକ୍ରବାର ମଧ୍ୟ ସୋପିଆନ୍‌ ଜିଲ୍ଲାରେ ସେନାର କାର୍ଯ୍ୟାନୁଷ୍ଠାନରେ ୪ ଆତଙ୍କବାଦୀ ନିହତ ହୋଇଥିଲେ । ଗତ ଦୁଇ ଦିନ ମଧ୍ୟରେ ସେନାର ଏହା ଦ୍ୱିତୀୟ କାର୍ଯ୍ୟାନୁଷ୍ଠାନ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.