ପିସିସିଏଫ୍‌ ଭାବେ ଦାୟିତ୍ୱ ନେଲେ ଦେବୀଦତ୍ତ ବିଶ୍ୱାଳ

ଭୁବନେଶ୍ୱର : ବରିଷ୍ଠ ଆଇଏଫ୍‌ଏସ୍‌ ଦେବୀଦତ୍ତ ବିଶ୍ୱାଳ ଓଡ଼ିଶାର ପିସିସିଏଫ୍‌ ଭାବେ ଦାୟିତ୍ୱ ଗ୍ରହଣ କରିଛନ୍ତି । ଏ ନେଇ ରାଜ୍ୟ ସରକାରଙ୍କ ସାଧାରଣ ପ୍ରଶାସନ ବିଭାଗ ପକ୍ଷରୁ ନୋଟିସ ଜାରି କରାଯାଇଛି । ଦେବୀଦତ୍ତ ବିଶ୍ୱାଳ ପିସିସିଏଫ୍‌ ସହ ଫରେଷ୍ଟ ଫୋର୍ସର ମୁଖ୍ୟ ଭାବେ ମଧ୍ୟ ଦାୟିତ୍ୱ ତୁଲାଇବେ । ସେ ଅନ୍ୟତମ ବରିଷ୍ଠ ଆଇଏଫ୍‌ଏସ୍‌ ଶିଶିର କୁମାର ରଥଙ୍କ ସ୍ଥାନରେ ଦାୟିତ୍ୱ ନେଇଛନ୍ତି ।
୧୯୮୮ ବ୍ୟାଚ୍‌ର ଆଇଏଫ୍‌ଏସ୍‌ ଦେବୀଦତ୍ତ ୨୦୨୦ରୁ ଖଣି ବିଭାଗର ନିର୍ଦ୍ଦେଶକ ଭାବେ କାର୍ଯ୍ୟ କରୁଥିଲେ ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.