ଆରମ୍ଭ ହୋଇଛି ଭଞ୍ଜନଗରର ପ୍ରସିଦ୍ଧ ମା’ ଠାକୁରାଣୀ ଯାତ୍ରା, ଘଟବୋହି ସହର ପରିକ୍ରମା କରିଥାନ୍ତି ମହିଳା ମାନସିକଧାରୀ

ସରିଛି ରଙ୍ଗତୁଳୀର ଶେଷସ୍ପର୍ଶ । ସଜେଇ ହୋଇଛି ମାଆଙ୍କ ଘଟ । ବିଭିନ୍ନ ଅଳଙ୍କାର ଓ ଫୁଲ ଧାରଣ କରି ମାନସିକ ଧାରୀ ମହିଳା ଭକ୍ତଙ୍କ ସହ ନଗର ଭ୍ରମଣରେ ବାହାରିବେ ମାଆ । ୨୧ଦିନ ବ୍ୟାପି ଚାଲିବ ମାଆଙ୍କ ଏହି ଯାତ୍ରା । ଗଞ୍ଜାମ ଜିଲ୍ଲା ଭଞ୍ଜନଗର ପ୍ରସିଦ୍ଧ ଠାକୁରାଣୀ ଯାତ୍ରାର ଦୃଶ୍ୟ । ଭଞ୍ଜନଗର ଠାକୁରାଣୀ ଯାତ୍ରାର ବିଶେଷତ୍ୱ ହେଲା ପରମ୍ପରା, ଭକ୍ତି, ବିଶ୍ୱାସ ଓ ସମ୍ମାନ ପ୍ରଦର୍ଶନ ।

କେନ୍ୟୁଜ୍‌(ବ୍ୟୁରୋ): ସରିଛି ରଙ୍ଗତୁଳୀର ଶେଷସ୍ପର୍ଶ । ସଜେଇ ହୋଇଛି ମାଆଙ୍କ ଘଟ । ଆକର୍ଷଣୀୟ ହୋଇଛି ମୁଖ୍ୟ ଓ ପାର୍ଶ୍ୱ ଦେବୀଙ୍କ ଘଟପ୍ରତିମା । ବିଭିନ୍ନ ଅଳଙ୍କାର ଓ ଫୁଲ ଧାରଣ କରି ମାନସିକ ଧାରୀ ମହିଳା ଭକ୍ତଙ୍କ ସହ ନଗର ଭ୍ରମଣରେ ବାହାରିବେ ମାଆ । ୨୧ଦିନ ବ୍ୟାପି ଚାଲିବ ମାଆଙ୍କ ଏହି ଯାତ୍ରା । ପାରମ୍ପରିକ ରୀତି ନୀତି ଅନୁସାରେ ଅନୁଷ୍ଠିତ ହେବ ପୂଜା ବିଧି । ଆକର୍ଷଣୀୟ ତୋରଣରେ ସଜେଇ ହୋଇଛି ସାରା ସହର । ଏହାସହ ଶ୍ରଦ୍ଧାଳୁ ଓ ଭକ୍ତଙ୍କ ନିକଟରେ ଦେଖିବାକୁ ମିଳିଛି ବହୁ ଉତ୍ସାହ । ଏ ହେଉଛି ଗଞ୍ଜାମ ଜିଲ୍ଲା ଭଞ୍ଜନଗର ପ୍ରସିଦ୍ଧ ଠାକୁରାଣୀ ଯାତ୍ରାର ଦୃଶ୍ୟ ।

ଭଞ୍ଜନଗର ଠାକୁରାଣୀ ଯାତ୍ରାର ବିଶେଷତ୍ୱ ହେଲା ପରମ୍ପରା, ଭକ୍ତି, ବିଶ୍ୱାସ ଓ ସମ୍ମାନ ପ୍ରଦର୍ଶନ । ଏହି ଚାରିଟି ବିନ୍ଦୁ ଉପରେ ପର୍ଯ୍ୟବେସିତ ହୋଇଥାଏ ମାଆଙ୍କ ଯାତ୍ରାର ସମସ୍ତ ନୀତି ଓ ନିୟମ । ପ୍ରତ୍ୟେକଥର ଭଳି ଚଳିତ ବର୍ଷ ମଆଙ୍କ ଘଟକୁ ଆକର୍ଷଣୀୟ କରି ଗଢି ତୋଳିଛନ୍ତି ଶିଳ୍ପୀ । ଚିତ୍ରଶିଳ୍ପୀ ମାହେନ୍ଦ୍ର ବେଳାରେ ଏହି କାମକୁ ସମାପନ କରିଥାନ୍ତି । ଶୁଦ୍ଧତାର ସହ ଭକ୍ତି ଭାବନା ନେଇ ଏହି କାମକୁ କରାଯାଇଥାଏ । ମାଟି କଳସକୁ ରଙ୍ଗ ଦେବାସହ ଏଥିରେ ବିଭିନ୍ନ ଚିତ୍ର ଆଙ୍କିଥାନ୍ତି । ସମସ୍ତ ଘଟକୁ ଖୁବ ସୁନ୍ଦର ଭାବେ ଚିତ୍ରିତ କରି ଗଢି ତୋଲିଛନ୍ତି ଶିଳ୍ପୀ ଧୃବ ମହାରଣା । ଘଟମାନେ ମାଆଙ୍କ ସେବାରେ ଲାଗିବା ପାଇଁ ପ୍ରସ୍ତୁତ ହୋଇ ରହିଛନ୍ତି ।

ମାଆଙ୍କ ଘଟକୁ ନେଇ ରହିଛି ଅନେକ ଆଶା ଓ ବିଶ୍ୱାସ । ଯାହାଙ୍କୁ ଦର୍ଶନ କଲେ ମାନସିକଧାରୀଙ୍କ ମନସ୍କାମନା ପୂର୍ଣ୍ଣହୁଏ ବେଲି ବିଶ୍ୱାସ ରହିଛି । ଏହାସହ ଲୋକଙ୍କ ମନରେ ଜାଗ୍ରତ ହୋଇଥାଏ ଭକ୍ତି ଭବନା । ୨୧ ଦିନ ଧରି ଅନୁଷ୍ଠିତ ହେଉଥିବା ଏହି ୟାତ୍ରା ସମୟରେ ଲୋକଙ୍କ ପ୍ରବଳ ଜନ ସମାଗମ ହୋଇଥାଏ । ବିଶେଷକରି ନଗର ଭ୍ରମଣ ବେଳେ ଘଟ ଦର୍ଶନ ପାଇଁ ଲୋକଙ୍କ ଭିଡ଼ ଜମିଥାଏ । ଅସ୍ଥାୟୀ ମଣ୍ଡପରେ ବିଜେ କରିଛନ୍ତି ମାଆ ଠାକୁରାଣୀ ଓ ବାଗଦେବୀ । ବିଶ୍ରାମ ଦିନ ବ୍ୟତୀତ ଅନ୍ୟ ଦିନ ମାନଙ୍କରେ ମାଆ ନଗର ଭ୍ରମଣ କରିଥାନ୍ତି । ଯାତ୍ରା ପାଇଁ ପ୍ରଶାସନ ପକ୍ଷରୁ ମଧ୍ୟ ବ୍ୟାପକ ପ୍ରସ୍ତୁତ କରାଯାଇଛି । ବିଶେଷକରି ଶୃଙ୍ଖଳା ବ୍ୟବସ୍ଥାକୁ ଅଧିକ ଧ୍ୟାନ ଦିଆଯାଇଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.