ଶିବଙ୍କର ଅବତାର ଥିଲେ ହନୁମାନ

ଭଗବାନ ଶିବଙ୍କୁ ପୂଜା କରିବାର ଉଚିତ ଉପାୟ ହେଉଛି ପ୍ରଦୋଷ କାଳ। ଏମିତି କୁହାଯାଏ ଯେ ଶିବଙ୍କର ଆରାଧନା ଦିନ ଏବଂ ରାତିର ମିଳନ ସମୟରେ କରିବା ଶୁଭ ବୋଲି ଧରାଯାଏ। ଶାସ୍ତ୍ର ଅନୁସାରେ ଦେବୀ ଲକ୍ଷ୍ମୀ, ଇନ୍ଦ୍ରାଣୀ, ସରସ୍ବତୀ, ଗାୟତ୍ରୀ, ସାବିତ୍ରୀ, ସୀତା, ପାର୍ବତୀ ମଧ୍ୟ ଶିବରାତ୍ରୀର ବ୍ରତ କରି ଭଗବାନ ଶିବଙ୍କର ପୂଜା କରୁଥିଲେ। ଭଗବାନ ଶିବ ନିଜର ଭକ୍ତ ମାନଙ୍କର ପୂଜା-ଆରାଧନାରେ ଖୁସି ହୋଇ ତାଙ୍କୁ ରକ୍ଷା କରିବା ପାଇଁ ବହୁତ ଅବତାର ନେଇଛନ୍ତି। ହିନ୍ଦୁଧର୍ମ ଗ୍ରନ୍ଥ ପୁରାଣ ଅନୁସାରେ ଭଗବାନ ଶିବ ହିଁ ବ୍ରହ୍ମାଣ୍ଡର ଆଦି କାରଣ ଅଟନ୍ତି। ତାଙ୍କ ଠାରୁ ବ୍ରହ୍ମା, ବିଷ୍ଣୁଙ୍କ ସହିତ ସମସ୍ତ ସ୍ରୁଷ୍ଟିର ଉଦ୍ଭବ ହୋଇଥିଲା। ଯେଉଁଭଳି ଭାବରେ ବିଷ୍ଣୁଙ୍କର ୨୪ ପ୍ରକାର ଅବତାର ଥିଲା ସେହିଭଳି ଶିବଙ୍କର ୨୮ ଅବତାର ଥିଲା। ଏହି ଅବତାର ମଧ୍ୟରୁ ଶିବଙ୍କର ୧୧ ଅବତାର ରୂଦ୍ର ଅବତାର ହନୁମାନଙ୍କର ଥିଲା।
ଶାସ୍ତ୍ରରେ ରାମ ଭକ୍ତ ହନୁମାନଙ୍କୁ ଶିବଙ୍କର ଅବତାର ବୋଲି ଧରାଯାଉଥିଲା। ରାମଚରିତ ମାନସରେ ମଧ୍ୟ ଏହାର ଆଲୋଚନା କରାଯାଇଛି। ପୌରାଣିକ କଥା ଅନୁସାରେ ଭଗବାନ ବିଷ୍ଣୁ ଧର୍ମର ସ୍ଥାପନା ଏବଂ ଜୟ-ବିଜୟକୁ ଜନ୍ମରୁ ମୁକ୍ତ କରିବା ପାଇଁ ରାମ ଅବତାର ନେଇଥିଲେ। ସେତେବେଳେ ଭଗବାନ ଶିବ ନିଜ ଆରାଧ୍ୟ ଭଗବାନ ବିଷ୍ଣୁଙ୍କର ସାହାଯ୍ୟ କରିବା ପାଇଁ ହନୁମାନ ଅବତାର ନେଇଥିଲେ।
ଏହା ସହ ପଢ଼ନ୍ତୁ : ବାଘଛାଲ ପୋଷାକ ପରିଧାନ କରିବା ପରେ ମଧ୍ୟ କାହିଁକି ଶିବ ଶରୀରରେ ବୋଳନ୍ତି ପାଉଁଶ
ସେହି ସମୟରେ ସୁମେରୁ ପର୍ବତ ସ୍ବାମୀ ରାଜା କେସରୀ ନିଜର ସ୍ତ୍ରୀ ଅଞ୍ଜନାଙ୍କ ସହିତ ପୁତ୍ର ପ୍ରାପ୍ତି ପାଇଁ ତପସ୍ୟା କରୁଥିଲେ। ଭଗବାନ ଶିବ ତାଙ୍କର ତପସ୍ୟାରେ ପ୍ରସନ୍ନ ହୋଇଥିଲେ ଏବଂ ତାଙ୍କୁ ମନଇଚ୍ଛା ବର ମାଗିବାକୁ କହିଥିଲେ। ମାତା ଅଞ୍ଜନା ଶିବଙ୍କୁ ଏମିତି ପୁତ୍ର ମାଗିଲେ ଯିଏ ଶକ୍ତିରେ ରୂଦ୍ର ଭଳି ବଳବାନ ହୋଇଥିବା ଦରକାର, ଗତିରେ ବାୟୁ ଭଳି ଗତିମାନ ଏବଂ ବୁଦ୍ଧିରେ ଗଣପତି ଭଳି ତେଜସ୍ବୀ ହୋଇଥାଉ। ସେତେବେଳେ ପବନ ଦେବ ଭାବରେ ନିଜର ରୂଦ୍ର ଶକ୍ତିର ଅଂଶକୁ ଯଜ୍ଞକୁଣ୍ଡରେ ଅର୍ପଣ କରିଥିଲେ। ସେହି ଶକ୍ତି ଅଞ୍ଜନାଙ୍କ ଗର୍ଭରେ ପ୍ରବେଶ ହୋଇଗଲା। ଏହାପରେ ଚୈତ୍ର ଶୁକ୍ଳପକ୍ଷ ଦିନ ହନୁମାନଙ୍କର ଜନ୍ମ ହେଲା।
ଏହା ମଧ୍ୟ କୁହାଯାଏ ଯେ ଧର୍ମର ସ୍ଥାପନା ଏବଂ ରାବଣଙ୍କର ଅନ୍ତ କରିବା ପାଇଁ ଭଗବାନ ବିଷ୍ଣୁ ରାମଙ୍କର ଅବତାର ନେଇଥିଲେ। ସେହି ସମୟରେ ବହୁତ ଦେବତାମାନେ ବିଭିନ୍ନ ପ୍ରକାର ରୂପରେ ଭଗବାନ ରାମଙ୍କର ସେବା କରିବା ପାଇଁ ଅବତାର ନେଇଥିଲେ। ସେହି ସମୟରେ ଭଗବାନ ଶଙ୍କର ମଧ୍ୟ ନିଜର ଋଦ୍ର ଅବତାର ନେଇଥିଲେ ଏବଂ ଏହା ପଛର କାରଣ ଥିଲା ଯେ ତାଙ୍କୁ ଭଗବାନ ବିଷ୍ଣୁଙ୍କ ଠାରୁ ଦାସ୍ୟର ବରଦାନ ପ୍ରାପ୍ତ ହୋଇଥିଲା। ହନୁମାନ ଶିବଙ୍କର ୧୧ତମ ରୂଦ୍ର ଅବତାର ଅଟନ୍ତି। ଏହି ରୂପରେ ଭଗବାନ ଶଙ୍କର ରାମଙ୍କର ସେବା ମଧ୍ୟ କରିଥିଲେ ଏବଂ ରାବଣ ବଦ୍ଧରେ ତାଙ୍କର ସାହାଯ୍ୟ ମଧ୍ୟ କରିଥିଲେ।