ୟୁକ୍ରେନ ଓ ରୁଷିଆ ଯୁଦ୍ଧ ପାଇଁ ଅନେକ ଅସୁବିଧାର ସାମ୍ନା କରିବ ଭାରତ, ବଢିବ ବେରୋଜଗାର

ଚାଲିଛି ୟୁକ୍ରେନ ଓ ରୁଷିଆ ଯୁଦ୍ଧ। ତେବେ ୟାରୀ ମଧ୍ୟରେ ବର୍ତ୍ତମାନ ରୁଷିଆ ସହିତ ବାଣିଜ୍ୟ କାରବାର କରୁଥିବା ଦେଶ ଗୁଡ଼ିକର ଆର୍ଥିକ ସ୍ଥିତି ଖରାପ ହେବାକୁ ଲାଗିଲାଣି। ଏହା ମଧ୍ୟରେ ରହିଛି ଭାରତ। କହିବାକୁ ଗଲେ ଆଗକୁ ଭାରତ ଅନେକ ଅସୁବିଧାର ସାମ୍ନା କରିପାରେ। କାରଣ ଋଷ ଓ ୟୁକ୍ରେନ ମଧ୍ୟରେ ଦେଶର ଆଭ୍ୟନ୍ତରୀଣ ପରିସ୍ଥିତି ଉପରେ ପ୍ରଭାବ ପଡ଼ିବ। ଏମିତିକି ତେଲ ଦର ମହଙ୍ଗା ହେବା ସହିତ ପ୍ରାୟ ସବୁ ଜିନିଷର ଦର ବଢିବ। ଖାଲି ଏତିକି ନୁହେଁ ଖାସକରି ବେକାରୀ ସମସ୍ୟା ମଧ୍ୟ ବୃଦ୍ଧି ପାଇବ ବୋଲି କୁହାଯାଉଛି।
ଏକ ରିପୋର୍ଟ ଅନୁଯାୟୀ ରୁଷିଆ-ୟୁକ୍ରେନ ଯୁଦ୍ଧର ପ୍ରଭାବ ଭାରତ ପାଇଁ ଅତି ଖରାପ ହେବାକୁ ଯାଉଛି। ଏହା ସହିତ ଦୁଇଟି ଦେଶର ବାଣିଜ୍ୟ କାରବାର ଉପରେ ମଧ୍ୟ ଯୁଦ୍ଧର ପ୍ରଭାବ ପଡ଼ିବ।
ଆସନ୍ତୁ ଜାଣିବା ୟୁକ୍ରେନ ଓ ରୁଷିଆ ଯୁଦ୍ଧରେ ଭାରତ ଉପରେ କ’ଣ ପ୍ରଭାବ ପଡ଼ିବ:

ପ୍ରଥମ କଥା ହେଉଛି ନିର୍ବାଚନ ସରିବା ମାତ୍ରେ ହିଁ ଦେଶରେ ତୈଳ ଦର ବୃଦ୍ଧି ପାଇବା। କାରଣ ବର୍ତ୍ତମାନ
ଅନ୍ତର୍ଜାତୀୟ ବଜାରରେ ଅଶୋଧିତ ତୈଳ ଦର ବଢିବାରେ ଲାଗିଛି। କିନ୍ତୁ ଭାରତରେ ତୈଳ ଦର ସ୍ଥାୟୀ ରହିଛି, କାରଣ ଭାରତରେ ବର୍ତ୍ତମାନ ଇଲେକ୍ସନ ଚାଲିଛି। ଏକ ରିପୋର୍ଟ ଅନୁଯାୟୀ ଗତ ବର୍ଷ ନଭେମ୍ବର ୪ ତାରିଖରୁ ଦେଶରେ ତୈଳ ଦାମ୍ ବୃଦ୍ଧି ପାଇନାହିଁ। କିନ୍ତୁ ନିର୍ବାଚନ ସମାପ୍ତ ହେବା ମାତ୍ରେ ହିଁ ମୂଲ୍ୟ ବୃଦ୍ଧି ପାଇବ ବୋଲି କୁହାଯାଉଛି। ଅଶୋଧିତ ତୈଳ ଦର ବିଦେଶରେ ୧୦ ପ୍ରତିଶତ ବଢ଼ିଲେ ଏହାର ହୋଲସେଲ ରେଟ୍ ଭାରତରେ ୦.୯ ଟଙ୍କା ବଢିବ।
ଅଶୋଧିତ ତୈଳ ବ୍ୟାରେଲ ପିଛା ୧୦୦ ଡଲାର ହେଲେ ଭାରତରେ ଏହା ୧୦ ହଜାର କୋଟି ବୃଦ୍ଧି ପାଇବ। ଏହା ସମସ୍ତେ ଜାଣିଛନ୍ତି ଯେ ୟୁକ୍ରେନ ବିଶ୍ୱର ସବୁଠାରୁ ସନଫ୍ଲାୱାର ତେଲ ଉତ୍ପାଦନ କରୁଥିବା ଦେଶ। ତେଣୁ ରୁଷିଆ ଓ ୟୁକ୍ରେନ ଯୁଦ୍ଧର ପ୍ରଭାବ ଏହି ସୂର୍ଯ୍ୟମୁଖୀ ତେଲର ମୂଲ୍ୟ ଉପରେ ମଧ୍ୟ ପଡ଼ିବ। ୨୦୨୦-୨୧ ମସିହାରେ ଭାରତ ୟୁକ୍ରେନରୁ ୧.୪ ମିଲିୟନ ଟନ୍ ସୂର୍ଯ୍ୟମୁଖୀ ତେଲ ଆମଦାନୀ କରିଥିଲା।
ଏବେ ଯୁଦ୍ଧ ପାଇଁ ତେଲ ଦର ବଢ଼ିଛି କିନ୍ତୁ ନିର୍ବାଚନ ସରିବା ପରେ ଏହା ଅଧିକ ବଢିବ ବୋଲି କୁହାଯାଉଛି। ବର୍ତ୍ତମାନ ରୁଷିଆ ଏବଂ ୟୁକ୍ରେନ ମଧ୍ୟରେ ଆରମ୍ଭ ହୋଇଥିବା ଯୁଦ୍ଧର ପ୍ରଭାବ ଗାଜିଆବାଦର ବ୍ୟବସାୟ ଉପରେ ପଡ଼ିବାକୁ ଲାଗିଲାଣି। ଏଠାରେ ପାଖାପାଖି ୮୦ ରୁ ୧୦୦ ଫ୍ୟାକ୍ଟ୍ରି ରହିଛି ଯାହାର ରୁଷିଆ ଓ ୟୁକ୍ରେନ ସହ ସବୁଦିନେ ଆମଦାନୀ ଓ ରପ୍ତାନୀ ହୁଏ। ଏହି ଦୁଇ ଦେଶରେ ଗାଜିଆବାଦରୁ କୃଷିଜାତ ଦ୍ରବ୍ୟ ଏବଂ ପୋଷାକ ରପ୍ତାନି କରାଯାଏ। କିନ୍ତୁ ଯୁଦ୍ଧ ହେତୁ କିଛି ଆମଦାନୀ କି ରପ୍ତାନି କରାଯାଉନାହିଁ।
ଗାଜିଆବାଦ ଶିଳ୍ପ ସଂଘ ବର୍ତ୍ତମାନ ପର୍ଯ୍ୟନ୍ତ ପ୍ରାୟ ୧୦୦ କୋଟିର କ୍ଷତି ସହିଛି। ଯାହା ସହରରେ ଅନେକ ଦ୍ରବ୍ୟର ମୂଲ୍ୟ ବଢ଼ିଛି। ଯଦି ଭାରତ ଏବଂ ରୁଷିଆର ଆମଦାନୀ-ରପ୍ତାନି ବିଷୟରେ କହିବା ୟୁକ୍ରେନକୁ ଭାରତ ପୋଷାକ, ଫାର୍ମା ଉତ୍ପାଦ, ବୈଦ୍ୟୁତିକ ଯନ୍ତ୍ର, ଲୁହା, ଇସ୍ପାତ, ରାସାୟନିକ ପଦାର୍ଥ, କଫି ଏବଂ ଚା’ ରୁଷିଆକୁ ରପ୍ତାନି କରେ।
ଏପରି ଭାବେ ଗତ ବର୍ଷ ଭାରତ ଋଷକୁ ୧୯,୬୪୯ କୋଟି ଟଙ୍କାର ରପ୍ତାନୀ କରିଥିଲା ଓ ୪୦,୬୩୨ କୋଟି ଟଙ୍କାର ଆମଦାନୀ କରିଥିଲା। ଯଦି ୟୁକ୍ରେନ କଥା କହିବା ୟୁକ୍ରେନକୁ ଭାରତର ରପ୍ତାନି ଏବଂ ଆମଦାନୀ କହିବାରେ ଅନେକ ଜିନିଷ ରହିଛି। ସେହିଭଳି ଭାରତ ଗତ ବର୍ଷ ୟୁକ୍ରେନକୁ ୩,୩୩୮ କୋଟି ଟଙ୍କାର ରପ୍ତାନୀ କରିଥିଲା ଏବଂ ୧୫,୮୬୫ କୋଟି ଟଙ୍କାର ଆମଦାନୀ କରିଥିଲା।
ଅର୍ଥନୀତି ବିଷୟରେ କହିବାକୁ ଗଲେ ଅର୍ଥନୀତିଜ୍ଞ ଶରଦ କୋହଲି କହିଛନ୍ତି ଯେ ଏମଏସଏମଇ ସେକ୍ଟର ଭାରତ ବ୍ୟବସାୟର ୯୫ ପ୍ରତିଶତରୁ ଅଧିକ ବ୍ୟବସାୟକୁ ମିଶାଇ ହୋଇଥାଏ। ଯଦି ଯୁଦ୍ଧ ହେତୁ ଏମଏସଏମଇ କ୍ଷେତ୍ର ଡାଉନ୍ ହୁଏ, ତେବେ ଏହା କାମ ବା ଇନପୁଟ୍ ଉପରେ ପ୍ରଭାବ ପକାଇବ। ଆମଦାନୀ ରପ୍ତାନୀ ନ ହୋଇ ପାରିଲେ କମ୍ପାନୀ ବନ୍ଦ ହୋଇଯିବ, ଯାହା ପାଇଁ ବେକରୀ ସମସ୍ୟା ବଢିବ।
ଖାଲି ସେତିକି ନୁହେଁ ଇଲେକ୍ସନ ପରେ ତୈଳ ଦର ପ୍ରାୟ ୨୦ କିମ୍ବା ୩୦ ପ୍ରତିଶତ ବୃଦ୍ଧି ପାଇବ। ଯୁଦ୍ଧର ଖରାପ ପ୍ରଭାବ
ଭାରତ ପାଇଁ ଭଲ ନୁହେଁ, ସେଥିପାଇଁ ଯଥାଶୀଘ୍ର ଏହି ଯୁଦ୍ଧ ବନ୍ଦ ହେବା ଉଚିତ୍।