ଲକ୍ଷ୍ମୀଛଡ଼ା ହୋଇଯିବେ ଆପଣ, ଯଦି କରି ବସିବେ ଏହି ସବୁ କାମ! ଦାରିଦ୍ର୍ୟ ମାଡ଼ି ଆସିବା ପୂର୍ବରୁ ନିଜକୁ ସୁଧାରି ନିଅନ୍ତୁ…

ଲକ୍ଷ୍ମୀଙ୍କ କୃପା, ଅନୁଗ୍ରହ ବିନା ଜୀବନରେ ଆର୍ଥିକ ଉନ୍ନତି ସମ୍ଭବ ନୁହେଁ। ମା’ ଲକ୍ଷ୍ମୀ ସ୍ୱଭାବରେ ଚଞ୍ଚଳ ହୋଇ ଥାଆନ୍ତି। ଏହି କାରଣରୁ ଲକ୍ଷ୍ମୀ ସବୁବେଳେ ଜଣଙ୍କ ପାଖରେ ହିଁ ରହି ନ ଥାଆନ୍ତି। କୁହାଯାଏ, ଯାହାଙ୍କ ଉପରେ ମା’ ଲକ୍ଷ୍ମୀ ଦୟାଳୁ ଅବା ପ୍ରସନ୍ନ ହୁଅନ୍ତି, ସେମାନଙ୍କ ପାଖରେ ଧନ, ଦୌଲତର ଅଭାବ ରହି ନ ଥାଏ। ସେଠି ଯେତେବେଳେ ଲକ୍ଷ୍ମୀ ରାଗି ଯାଆନ୍ତି, ତ ଧନବାନଙ୍କୁ ମଧ୍ୟ କାଙ୍ଗାଳ ହେବାକୁ ବେଶି ସମୟ ଲାଗି ନ ଥାଏ। ଶାସ୍ତ୍ରରେ ଏପରି କିଛି କାର୍ଯ୍ୟ ବିଷୟରେ କୁହାଯାଇଛି, ଯାହାକୁ କରିବା ଦ୍ୱାରା ଧନର ଦେବୀ ଲକ୍ଷ୍ମୀ ଘର ଛାଡ଼ି ଚାଲି ଯାଆନ୍ତି। ଏମିତିରେ ଆସନ୍ତୁ ଜାଣିବା କି, କେଉଁ ଭୁଲ୍ ଆମେ କରିବା ଉଚିତ୍ ନୁହେଁ।

-ପ୍ରାୟତଃ ଦେଖାଯାଏ କି, ଅନେକ ଲୋକଙ୍କ ଘରେ ଅଇଁଠା ବାସନଗୁଡ଼ିକ ଗଦା ହୋଇ ରହିଥାଏ। ସେହି ପରିବାରଗୁଡ଼ିକରେ ଭୋଜନ ପରେ ଅଇଁଠା ବାସନଗୁଡ଼ିକୁ ସେହିଭଳି ଭାବେ ଛାଡ଼ି ଦିଆଯାଇଥାଏ। ଶାସ୍ତ୍ରରେ କିନ୍ତୁ ଏହାକୁ ବାରଣ କରାଯାଇଛି। ଏମିତି କରିବା ଦ୍ୱାରା ମା’ ଲକ୍ଷ୍ମୀ ରାଗି ଯାଆନ୍ତି, ଯାହାର ପରିଣାମ ଆର୍ଥିକ କ୍ଷତି ଆକାରରେ ଭୋଗିବାକୁ ପଡ଼ିଥାଏ। ତେଣୁ ଚେଷ୍ଟା କରନ୍ତୁ କି, ଯେପରି ଘରେ ଅଇଁଠା ବାସନ ଘଣ୍ଟା ଘଣ୍ଟା ଧରି ପଡ଼ି ରହିବ ନାହିଁ।

-ଉତ୍ତର ଦିଗର ସ୍ୱାମୀ ଧନର ଦେବତା କୁବେର ହୋଇ ଥାଆନ୍ତି। ଏହି ସ୍ଥାନକୁ ମାତୃ ସ୍ଥାନ ଭାବରେ ବିବେଚନା କରାଯାଏ। ଏମିତିରେ ଏହି ସ୍ଥାନରେ ଅଳିଆ, ଆବର୍ଜନା, କବାଡ଼ିଆ ଜିନିଷ ଆଦି ରଖିବା ଉଚିତ୍ ନୁହେଁ। ଏହି ଦିଗକୁ ସର୍ବଦା ସଫାସୁତରା, ପରିଷ୍କାର ପରିଚ୍ଛନ୍ନ ରଖିବା ଉଚିତ୍। ଯଦି ଏହି ଦିଗରେ ଅଦରକାରୀ ଜିନିଷ ରଖାଯାଏ, ତା’ ହେଲେ ଧନ କୁବେର ସହିତ ମା’ ଲକ୍ଷ୍ମୀ ମଧ୍ୟ କ୍ରୋଧିତ ହୋଇ ଘରୁ ଚାଲି ଯାଆନ୍ତି।

-ଘରର ରୋଷେଇ ଘରେ ମା’ ଲକ୍ଷ୍ମୀ ବାସ କରନ୍ତି। ଏମିତିରେ ରୋଷେଇ ଗ୍ୟାସ ଉପରେ ଖାଲି କିମ୍ବା ଅଇଁଠା ବାସନ ରଖିବା ଉଚିତ୍ ନୁହେଁ। ରୋଷେଇ ଘର ଚୁଲିକୁ ସବୁବେଳେ ସଫା ରଖିବା ଉଚିତ୍। ଏହାଦ୍ୱାରା ଘରେ ସୁଖ, ଶାନ୍ତି ଏବଂ ସମୃଦ୍ଧି ଆସିଥାଏ। ଶାସ୍ତ୍ର ମୁତାବକ, ଚୁଲି ଉପରେ ଖାଲି କିମ୍ବା ଅଇଁଠା ବାସନ ରଖିଲେ ଘରେ ଦାରିଦ୍ର୍ୟ ବାସ ହୋଇଥାଏ। ଯେଉଁଠି ଦାରିଦ୍ର୍ୟତା ରୁହେ, ସେଠି ମା’ ଲକ୍ଷ୍ମୀ କେବେ ବି ରୁହନ୍ତି ନାହିଁ।

-ସୂର୍ଯ୍ୟାପ୍ତ ସମୟରେ ଘରେ ଝାଡ଼ୁ, ପୋଛା କରିବା ଉଚିତ ନୁହେଁ। ଏହି ସମୟରେ ଘର ଝାଡ଼ୁ କରିବା ଦ୍ୱାରା ଦୁର୍ଭାଗ୍ୟ ମାଡ଼ି ଆସିଥାଏ। ଏଥି ସହିତ ମା’ ଲକ୍ଷ୍ମୀ କ୍ରୋଧିତ ହୋଇ ଘରୁ ପଳାଇ ଯାଆନ୍ତି।

-ଚନ୍ଦନ କାଠକୁ କେବେ ବି ଗୋଟିଏ ହାତରେ ଘଷିବା ଉଚିତ୍ ନୁହେଁ। କାହିଁକି ନା, ଏମିତି କରିବା ଦ୍ୱାରା ନାରାୟଣ ଦରିଦ୍ର କରି ଦିଅନ୍ତି। ଏଥି ସହିତ ମା’ ଲକ୍ଷ୍ମୀ ମଧ୍ୟ ରାଗି ଯାଆନ୍ତି, ଯଦ୍ଦ୍ଵାରା ଜୀବନରେ ଧନର ଅଭାବ ଲାଗି ରହିଥାଏ। ଦୁଇ ହାତରେ ଚନ୍ଦନ ଘଷିବା ପରେ ଏହାକୁ କୌଣସି ଏକ ପାତ୍ରରେ ରଖି ଦିଅନ୍ତୁ। ଏହାପରେ ଦେବୀ କିମ୍ବା ଦେବତାଙ୍କୁ ଲଗାନ୍ତୁ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.