ସର୍ବମୋକ୍ଷ ପରେ ବି କରିପାରିବେନି ଦେବନୀତି, ସୂର୍ଯ୍ୟୋଦୟ ପରେ କରିପାରିବେ ଏସବୁ କାମ

ବର୍ଷର ଶେଷ ସୂର୍ଯ୍ୟେପରାଗ ଆଜି ପାଳନ କରାଯାଉଛି। ଦୀପାବଳି ପର ଦିନ ଆଶିଂକ ସୂର୍ଯ୍ୟୋପରାଗ ଲାଗୁଛି। ରାତିରୁ ବନ୍ଦ ହୋଇଗଲାଣି ଦେବନୀତି ଏବଂ ପାକ୍‌ ଗ୍ରହଣ । ତେବେ ଗଣନା ଅନୁସାରେ ୧୩୦୦ ବର୍ଷ ପରେ ସୂର୍ଯ୍ୟୋପରାଗ ପରେ ପଡୁଥିବାରୁ ଅନେକ ଶୁଭ ସଂଯୋଗ ରହିଛି। ଏହି ସମୟରେ ବୁଧ, ଗୁରୁ, ଶୁକ୍ର ଏବଂ ଶନି ନିଜ ନିଜ ରାଶିରେ ଉପସ୍ଥିତ ରହିବେ। ବର୍ଷରେ ଶେଷ ସୂର୍ଯ୍ୟୋପରାଗ ଭାରତର ଅନେକ ସ୍ଥାନରେ ଦେଖିବାକୁ ମିଳିବ। ତେବେ ଭାରତରେ ସୂର୍ଯ୍ୟୋପରାଗ ସମୟ ୪. ୨୨ ମିନିଟରୁ ଆରମ୍ଭ ହୋଇ ୫.୪୨ ମିନିଟରେ ଶେଷ ହେବ। ତେଣୁ ସେହି ସମୟରେ ସୂର୍ଯ୍ୟଙ୍କୁ ଦର୍ଶନ କରିପାରିବେ ନାହିଁ।  ତେବେ ସୂତକ କାଳ ୪ଟା ପର ଠାରୁ ଗଣାଯିବ।ସୂର୍ଯ୍ୟୋପରାଗର ସମୟ ଭାରତ ୧ ଘଣ୍ଟା ୧୯ ମିନିଟ୍‌ ରହିଥିବା ବେଳେ ଏହା ଓଡିଶା ପାଇଁ ମାତ୍ର ୧୯ ମିନିଟ୍‌ ରହିଛି।

ତେବେ ସୂର୍ଯ୍ୟୋପରାଗର ସମୟ ସନ୍ଧ୍ୟା ୫.୨୫ ମିନିଟର ପରେ ସର୍ବମୋକ୍ଷ ହେବ। ଆଉ ସର୍ବମୋକ୍ଷ ପରେ ବି ଦେବନୀତି ଏବଂ ରୋଷେଇ କରିବାକୁ ବାରଣ କରାଯାଇଛି। ଯେହେତୁ ପରାଗ ସୂର୍ଯ୍ୟଙ୍କୁ ଲାଗୁଛି, ତେଣୁ ସନ୍ଧ୍ୟା ପରେ ଆଉ ସୂର୍ଯ୍ୟ ଦୃଶ୍ୟମାନ ହେବେ ନାହିଁ ବୋଲି ବୁଧବାର ସକାଳୁ ସୂର୍ଯ୍ୟ ଉଦୟ ଦେଖିବା ପରେ ସବୁକାର୍ଯ୍ୟ ହେବ। ସକାଳୁ ଗାଧୋଇବା ପରେ ଦେବନୀତି ଠାରୁ ଆରମ୍ଭ କରି ରୋଷେଇ ପର୍ଯ୍ୟନ୍ତ ସବୁ କାମ କରିପାରିବେ।

ଭାରତର ଉତ୍ତରାଖଣ୍ଡ, ପଞ୍ଜାବ, ଦିଲ୍ଲୀ, ଲେହ, ଲଦାଖ, ଜମ୍ମୁ, ଶ୍ରୀନଗର, ଗୁଜୁରାଟ, ରାଜସ୍ଥାନ, ପଶ୍ଚିମ ମଧ୍ୟପ୍ରଦେଶ, ଓଡିଶା, ଛତିଶଗଡ, ଝାରଖଣ୍ଡ, ତାମିଲନାଡୁ, କର୍ଣ୍ଣାଟକ, ମୁମ୍ବାଇ, ଆନ୍ଧ୍ରପ୍ରଦେଶ, ତେଲେଙ୍ଗାନା, ପଶ୍ଚିମବଙ୍ଗ, ବିହାରରେ ଦେଖିବାକୁ ମିଳିବ।

ଜ୍ୟୋତିଷ ସଂଯୋଗ :

ଏହି ବର୍ଷ ଦୀପାବଳିରେ ସୂର୍ଯ୍ୟୋପରାଗ ଯୋଗ ୧୩୦୦ ବର୍ଷ ପରେ ପଡୁଛି। ଏହି ସମୟରେ ଚାରିଟି ଗ୍ରହ ନିଜ ରାଶିରେ ରହିବେ। ବୁଧ,ଗୁରୁ, ଶନି ଏବଂ ଶୁକ୍ର ନିଜ ରାଶିରେ ରହିବେ। ଶନି ମକର ରାଶି, ଗୁରୁ ମୀନ ରାଶି, ବୁଧ କନ୍ୟା ରାଶି ଏବଂ ଶୁକ୍ର ତୁଳା ରାଶିରେ ରହିବ।

ଜ୍ୟୋତିଷଙ୍କ ଅନୁଯାୟୀ ଏହି ସୂର୍ଯ୍ୟୋପରାଗ ବୃଷ, ସିଂହ, ଧନୁ ଓ ମକର ରାଶିର ଲୋକଙ୍କ ପାଇଁ ଶୁଭ ବୋଲି କୁହାଯାଇଛି । ଏହି ସମୟରେ ମେଷ, କୁମ୍ଭ ଓ ମିଥୁନ ଲୋକଙ୍କ ପାଇଁ ମିଶ୍ରିତ ରହିବ। ଏହା ବ୍ୟତୀତ ଅବଶିଷ୍ଟ ୫ଟି ରାଶି ମାନେ କର୍କଟ, କନ୍ୟା, ତୁଳା, ବିଛା ଓ ମୀନ ଉପରେ ଏହି ପରାଗ ନକାରାତ୍ମକ ପ୍ରଭାବ ପକାଇପାରେ।

ସୂର୍ଯ୍ୟୋପରାଗ ସମୟରେ କ’ଣ କରିବା ଅନୁଚିତ :

ପୂଜା ପାଠ କରିବା ମନା :

କୌଣସି ଗ୍ରହଣ କିମ୍ବା ପରାଗ ସମୟରେ ସୂତକ କାଳରେ ଭଗବାନଙ୍କୁ ପୂଜା କରିବା ଉଚିତ ନୁହେଁ।ଏହି ସମୟରେ ସେଥିପାଇଁ ମନ୍ଦିର ବନ୍ଦ ରୁହେ। ଏହାଛଡା ସୂତକ କାଳରେ ଭଗବାନଙ୍କ ମୂର୍ତ୍ତିକୁ ସ୍ପର୍ଶ କରିବା ପାଇଁ ମନା କରାଯାଇଛି।

ଭୋଜନ କରନ୍ତୁ ନାହିଁ :

ସୂର୍ଯ୍ୟୋପରାଗ ସମୟରେ ଖାଇବା ବାରଣ କରନ୍ତୁ। ଏହି ସମୟ ଭୋଜନ ପାଇଁ ଅଶୁଦ୍ଧ ହୋଇଥାଏ। ଯେଉଁ ଲୋକ ଗ୍ରହଣ ସମୟରେ ଭୋଜନ କରନ୍ତି, ସେମାନେ ଅନେକ ରୋଗରେ ପୀଡିତ ହୁଅନ୍ତୁ। ଏହି ସମୟରେ ଖାଇବା, ଦହି, ଚଟଣୀ, ଆଚାର ଇତ୍ୟାଦିରେ ଦୁବ ରଖିଦିଅନ୍ତୁ। ଏହି ଖାଦ୍ୟ ଅଶୁଦ୍ଧ ହେବ ନାହିଁ। କିନ୍ତୁ କଞ୍ଚା ଜିନିଷରେ କୌଣସି ଜିନିଷ ପକାନ୍ତୁ ନାହିଁ।

Also Read : ସୂତକ ଏବଂ ଗ୍ରହଣ ଲାଗିଥିବା ସମୟରେ କ’ଣ କରିବା ଅନୁଚିତ, ଜାଣିବା ଜରୁରୀ

Leave A Reply

Your email address will not be published.