ଭାରତ ଆଗରେ ୪୪୪ ରନ୍ର ବିଶାଳ ଲକ୍ଷ୍ୟ, ବ୍ୟାଟରଙ୍କ ପାଇଁ ବଡ଼ ଚ୍ୟାଲେଞ୍ଜ
ବିଶ୍ୱ ଟେଷ୍ଟ ଚାମ୍ପିଅନ୍ସିପ୍ ଫାଇନାଲ୍ରେ ପ୍ରତିପକ୍ଷ ଅଷ୍ଟ୍ରେଲିଆ ଦଳ ଭାରତ ଆଗରେ ୪୪୪ ରନ୍ର ଟାର୍ଗେଟ୍ ରଖିଛି ।
ଲଣ୍ଡନ : ବିଶାଳ ଲକ୍ଷ୍ୟ ବଡ଼ ଚ୍ୟାଲେଞ୍ଜ । ଏଇଠି ଶକ୍ତି ପରୀକ୍ଷା ଭାରତୀୟ ବ୍ୟାଟରଙ୍କର । ବିଶ୍ୱ ଟେଷ୍ଟ ଚାମ୍ପିଅନ୍ସିପ୍ ଫାଇନାଲ୍ରେ ପ୍ରତିପକ୍ଷ ଅଷ୍ଟ୍ରେଲିଆ ଦଳ ଭାରତ ଆଗରେ ୪୪୪ ରନ୍ର ଟାର୍ଗେଟ୍ ରଖିଛି । ଆଉ ଲକ୍ଷ୍ୟର ପିଛା ଆରମ୍ଭ କରିଛି ଟିମ୍ ଇଣ୍ଡିଆ । ଦ୍ୱିତୀୟ ଇନିଂସ୍ରେ ୭ ଓଭର ସୁଦ୍ଧା ବିନା ଓ୍ଵିକେଟ୍୍ରେ ୪୧ ରନ୍ କରିଛି ଭାରତୀୟ ଦଳ । ରୋହିତ ଶର୍ମା ୨୨ ଓ ଶୁବମନ ଗିଲ୍ ୧୮ ରନ୍ କରି ଅପରାଜିତ ଅଛନ୍ତି ।
ଆଜି ମ୍ୟାଚ୍ର ଚତୁର୍ଥ ଦିନରେ ଅଷ୍ଟ୍ରେଲିଆ ୮ ଓ୍ଵିକେଟ୍୍ରେ ୨୭୦ ର୍ କରି ପାଳି ଘୋଷଣା କରିଥିଲା । ଫଳରେ ମୋଟ୍ ୪୪୩ ରନ୍ରେ ଆଗୁଆ ରହିଥିଲା କଙ୍ଗାରୁ ଦଳ । ପ୍ରଥମ ପାଳିରେ ଦଳ ୪୬୯ ରନ୍ କରିଥିବା ବେଳେ ଭାରତ କରିଥିଲା ୨୯୬ ରନ୍ । ଅଷ୍ଟ୍ରେଲିଆ ଦ୍ୱିତୀୟ ପାଳିରେ ଲାବୁସେନ୍ ୪୧, ଷ୍ଟିଭେନ୍ ସ୍ମିଥ୍ ୩୪, ଓ୍ଵିକେଟ୍କିପର ଆଲେକ୍ସ କ୍ୟାରୀ ଅପରାଜିତ ୬୬ ଏବଂ ମିଚେଲ ଷ୍ଟାର୍କ ୪୧ ରନ୍ କରିଥିଲେ । ଭାରତ ପକ୍ଷରୁ ରବୀନ୍ଦ୍ର ହାଡେଜା ୩, ସାମି ଓ ଉମେଶ ଯାଦବ ୨ଟି ଲେଖାଏଁ ଓ୍ଵିକେଟ୍ ନେଇଛନ୍ତି । ସିରାଜଙ୍କୁ ମିଳିଛି ଗୋଟିଏ ସଫଳତା ।