ଆଇପିଏଲ : ଧୋନିଙ୍କ ଚେନ୍ନାଇ ସୁପର କିଙ୍ଗସର ଲଗାତାର ତୃତୀୟ ପରାଜୟ, ଜିତିଲା ସନରାଇଜର୍ସ ହାଇଦ୍ରାବାଦ

ଦୁବାଇ : ଚଳିତ ଆଇପିଏଲରେ ପୁଣି ଝୁଂଟିଲା ଧୋନିଙ୍କ ଚେନ୍ନାଇ ସୁପର କିଙ୍ଗସ । ଚେନ୍ନାଇ ୭ ରନରେ ହାରିଗଲା । ଏହା ତାର ଲଗାତାର ତୃତୀୟ ପରାଜୟ । ପ୍ରଥମ ଭାଗ ବ୍ୟାଟ୍ସମ୍ୟାନ ବିଫଳ ହେବା ଯୋଗୁ ଚେନ୍ନାଇର ଏ ଦଶା ହେଲା ।

ରବୀନ୍ଦ୍ର ଜାଡେଜାଙ୍କ ୩୫ ବଳରେ ୫୦ ରନ (୫ ଚୌକ, ୨ ଚୌକା ) ବି ଦଳକୁ ରକ୍ଷା କରି ପାରିଲେନି । ସନରାଇଜର୍ସ ହାଇଦ୍ରାବାଦ ଚେନ୍ନାଇକୁ ୧୬୫ ରନର ଟାର୍ଗେଟ ଦେଇଥିଲା । ହେଲେ ଚେନ୍ନାଇ ଶେଷ ବେଳକୁ ଚେଷ୍ଟା କରି ମଧ୍ୟ ବିଫଳ ହେଲା । ଶେଷ ଓଭରରେ ୨୮ ରନ କରିବାର ଥିଲା । ବୋଲିଂ କରିବାକୁ ଆସିଥିଲେ ଅବଦୁଲ ସମାଦ । ତାଙ୍କର ପ୍ରଥମ ବଲ ୱାଇଡ ହୋଇ ଚେନ୍ନାଇକୁ ୫ ରନ ମିଳିଲା । ଆଉ ୨୩ ରନ କରିବାର ଥିଲା । ପର ବଲରେ ଧୋନି ୨ ଓ ଚୌକା ମାରିଲେ । ତୃତୀୟ ବଲରେ ୧ ରନ କଲେ । ଏହା ପରେ ସାମ କୁରାନ ୧ ଓ ଧୋନି ୧ ରନ କରିଥିଲେ ଏବଂ ଶେଷ ବଲରେ କୁରାନ ଛକା ମାରିଲେ ସିନା କିନ୍ତୁ ଜିତିବା ଆଉ ସମ୍ଭବ ନଥିଲା । ଦଳ ୫ ଉଇକେଟରେ ୧୫୭ ରନ ହିଁ କରିପାରିଥିଲା । ଧୋନି ୩୬ ବଲରେ ୪୭ ଏବଂ କୁରାନ ୧୫ ରନ କରି ଅପରାଜିତା ରହିଥିଲେ ।

ସନରାଇଜର୍ସ ହାଇଦ୍ରାବାଦ ଟସ ଜିତି ପ୍ରଥମେ ବ୍ୟାଟିଂ କରିଥିଲା । ପ୍ରିୟମ ଗର୍ଗଙ୍କ ୨୬ ବଲରେ ୫୧ ରନ (୬ ଚୌକା, ୧ ଛକା) ଜରିଆରେ ଦଳ ୫ ଉଇକେଟରେ ୧୬୪ ରନ କରିଥିଲା । ୱାର୍ନନର ୨୮, ମନୀଷ ପାଣ୍ଡେ ୨୯, ଅଭିଷେକ ଶର୍ମା ୩୧ ରନ କରିଥିଲେ ।

POINT TABLE

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.