IPL 2021: ଡେଭିିଡ୍ ମଲାନ ଓ ଜନି ବେୟରଷ୍ଟୋ ଆଇପିଏଲ୍ରୁ ବାହାରିଲେ, ପଞ୍ଜାବ ଟିମ୍ରେ ଏଣ୍ଟ୍ରି କଲେ ଏଡେନ ମାର୍କରମ୍
IPL 2021ର ସେକେଣ୍ଡ ରାଉଣ୍ଡ ୧୯ ସେପ୍ଟେମ୍ବରରୁ ଆରମ୍ଭ ହେଉଛି। ଏହା ପୂର୍ବରୁ ପଞ୍ଜାବ କିଙ୍ଗ୍ସକୁ ବଡ଼ ଝଟକା ଲାଗିଛି। ଇଂଲଣ୍ଡର ବିସ୍ଫୋରକ ଡେଭିଡ୍ ମଲାନ ଆଇପିଏଲ୍ରୁ ନିଜ ନାମକୁ ହଟାଇଛନ୍ତି। ପଞ୍ଜାବ ଫ୍ରାଞ୍ଚାଇଜି ସୋସିଆଲ ମିଡିଆରେ ପୋଷ୍ଟ ସେୟାର କରି ଏ ନେଇ ସୂଚନା ଦେଇଛି। ପଞ୍ଜାବ କିଙ୍ଗସ୍ ତରଫରୁ କୁହାଯାଇଛି କି, ମଲାନ ୟୁଏଇ ଆସୁ ନାହାନ୍ତି, ସେ ନିଜ ପରିବାର ସହିତ କିଛି ସମୟ ବିତାଇବାକୁ ଚାହୁଁଛନ୍ତି। ଏହାଛଡ଼ା ପଞ୍ଜାବ କିଙ୍ଗ୍ସ ତାଙ୍କ ରିପ୍ଲେସମେଣ୍ଟ ବି ଘୋଷଣା କରିଛି।
ଡେଭିଡ୍ ମଲାନଙ୍କ ରିପ୍ଲେସମେଣ୍ଟ ରୂପେ ପଞ୍ଜାବ କିଙ୍ଗ୍ସ ଏଡେନ ମାର୍କରମଙ୍କୁ ଟିମ୍ରେ ସାମିଲ କରିଛି। ସନ୍ରାଇଜର୍ସ ହାଇଦ୍ରାବାଦର ଓପନର ବ୍ୟାଟ୍ସମ୍ୟାନ ଜନି ବେୟରଷ୍ଟୋ ବି ବ୍ୟକ୍ତିଗତ କାରଣରୁ ଆଗାମୀ ଇଣ୍ଡିଆନ ପ୍ରିମିୟର ଲିଗ୍ରୁ ହଟିବାକୁ ନିଷ୍ପତ୍ତି ନେଇଛନ୍ତି।
ଏଥି ପୂର୍ବରୁ ଓଭାଲରେ ଚତୁର୍ଥ ଟେଷ୍ଟ ବେଳେ ଯାଞ୍ଚରେ କୋଭିଡ୍ ପଜିଟିଭ ଆସିବା ପରେ ମୁଖ୍ୟ କୋଚ ରବି ଶାସ୍ତ୍ରୀଙ୍କ ସହ ଭାରତର ସହଯୋଗୀ ଷ୍ଟାଫ୍ର ଅନ୍ୟ ସଦସ୍ୟ ପୂର୍ବରୁ ହିଁ ଆଇସୋଲେଶନରେ ଅଛନ୍ତି। ଦୁବାଇରେ ପହଞ୍ଚିବାକୁ ଥିବା ସମସ୍ତ ଖେଳାଳିଙ୍କୁ ଏବେ ୬ ଦିନ ପର୍ଯ୍ୟନ୍ତ ସେଲ୍ଫ ଆଇସୋଲେଶନରେ ରହିବାକୁ ହେବ।
𝘼𝙞-𝙙𝙚𝙣 vich tuhadda swaagat hai! 👋🏻
Welcoming our newest 🦁 Aiden Markram who will replace Dawid Malan for the remainder of the season! 😍#SaddaPunjab #IPL2021 #PunjabKings pic.twitter.com/OJMW3QEwW1
— Punjab Kings (@PunjabKingsIPL) September 11, 2021