ଆଇସିସି ଟି-୨୦ କ୍ରିକେଟ୍‌ : ଭାରତ ଓ ପାକିସ୍ତାନ ଗୋଟିଏ ଗ୍ରୁପ୍‌ରେ

ମୁମ୍ବାଇ : କ୍ରିକେଟ୍‌ ପଡ଼ିଆରେ ପୁଣି ମୁହାଁମୁହିଁ ହେବେ ଭାରତ ଓ ପାକିସ୍ତାନ । ଆଇସିସି ପୁରୁଷ ଟି-୨୦ ବିଶ୍ୱକପ୍‌ କ୍ରିକେଟ୍‌ ପ୍ରତିଯୋଗିତାର ଆଜି କ୍ରୀଡ଼ାସୂଚୀ ଘୋଷଣା କରାଯାଇଛି । ଏଥିରେ ପାରମ୍ପରିକ ପ୍ରତିଦ୍ୱନ୍ଦ୍ୱୀ ଭାରତ ଓ ପାକିସ୍ତାନ ଗୋଟିଏ ଗ୍ରୁପ୍‌ରେ ରହିଛନ୍ତି । ବିସିସିଆଇ ଦ୍ୱାରା ଏହି ଟୁର୍ଣ୍ଣାମେଣ୍ଟ ଆଗାମୀ ଅକଟୋବର ୧୭ ତାରିଖରୁ ନଭେମ୍ବର ୧୪ ତାରିଖ ପର୍ଯ୍ୟନ୍ତ ଖେଳାଯିବାକୁ ଧାର୍ଯ୍ୟ ହୋଇଛି । ତେବେ ଏହି ଟୁର୍ଣ୍ଣାମେଣ୍ଟ ବିସିସିଆଇ କରୁଥିଲେ ମଧ୍ୟ କରୋନା ଯୋଗୁଁ ଏହାର ଆୟୋଜନ ଓମାନ୍‌ରେ ହେବ ।

t20_1

ଟୁର୍ଣ୍ଣାମେଣ୍ଟରେ ଚାରିଟି ଗ୍ରୁପ୍‌ କରାଯାଇଛି । ୨୦୨୧ ମାର୍ଚ୍ଚ ୨୦ ତାରିଖ ବିଶ୍ୱ ମାନ୍ୟତା ଅନୁସାରେ ଦଳଗୁଡ଼ିକୁ ବିଭିନ୍ନ ଗ୍ରୁପ୍‌ରେ ସ୍ଥାନ ମିଳିଛି । ଗ୍ରୁପ୍‌-୧ ରେ ଗତଥର ଚାମ୍ପିଅନ୍‌ େଓ୍ଵଷ୍ଟଇଣ୍ଡିଜ୍‌, ପୂର୍ବତନ ଚାମ୍ପିଅନ୍‌ ଇଂଲଣ୍ଡ ଏବଂ ଅଷ୍ଟ୍ରେଲିଆ ଓ ଦକ୍ଷିଣ ଆଫ୍ରିକା ସ୍ଥାନ ପାଇଛନ୍ତି । ଯୋଗ୍ୟତା ପର୍ଯ୍ୟାୟରୁ ଉନ୍ନୀତ ଦୁଇଟି ଦଳ ମଧ୍ୟ ଏହି ଗ୍ରୁପ୍‌ରେ ଯୋଗ ଦେବେ ।

ସେହିପରି ଗ୍ରୁପ୍‌-୨ରେ ଭାରତ, ପାକିସ୍ତାନ, ନ୍ୟୁଜିଲାଣ୍ଡ ଏବଂ ଆଫଗାନିସ୍ତାନ ରହିଛନ୍ତି । ଏମାନଙ୍କ ସହ ଆଉ ଦୁଇଟି ଦଳ ଯୋଗ୍ୟତା ପର୍ଯ୍ୟାୟରୁ ଆସିବେ । ଯୋଗ୍ୟତା ପର୍ଯ୍ୟାୟରେ ଦୁଇଟି ଗ୍ରୁପ୍‌ ରହିଛି । ଗ୍ରୁପ୍‌ ‘ଏ’ରେ ଶ୍ରୀଲଙ୍କା, ଆୟରଲାଣ୍ଡ, ନେଦରଲାଣ୍ଡସ ଏବଂ ନାମିବ୍ୟା ଅଛନ୍ତି । ସେହିପରି ଗ୍ରୁପ୍‌ ‘ବି’ରେ ରହିଛନ୍ତି ବାଂଲାଦେଶ, ସ୍କଟଲାଣ୍ଡ, ପପୁଆ ନିଉଗିନି ଏବଂ ଓମାନ୍‌ ।

 

 

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.