ଦକ୍ଷିଣ ଆଫ୍ରିକା ୧୭୬ ରନରେ ଅଲଆଉଟ, ଭାରତ ଆଗରେ ୭୯ ରନର ଲକ୍ଷ୍ୟ

ଦ୍ବିତୀୟ ଇନିଂସରେ ୧୭୬ରନରେ ଅଲଆଉଟ ହୋଇଛି ଦକ୍ଷିଣ ଆଫ୍ରିକା । ଜସପ୍ରୀତ ବୁମରାଙ୍କ ବୋଲିଂରେ ଦକ୍ଷିଣ ଆଫ୍ରିକା ଟିମ୍‌ ଧରାଶାୟୀ ହୋଇଛି । କେପଟାଉନ ଟେଷ୍ଟର ଦ୍ବିତୀୟ ଇନିଂସରେ ବୁମରାଙ୍କୁ ୬ ୱିକେଟ। ବିଜୟ ପାଇଁ ଟିମ ଇଣ୍ଡିଆ ଆଗରେ ୭୯ ରନର ଟାର୍ଗେଟ।

ଭାରତ-ଦକ୍ଷିଣ ଆଫ୍ରିକା ଦ୍ୱିତୀୟ ଟେଷ୍ଟରେ ଘରୋଇ ଦଳ ୧୭୬ ରନରେ ଅଲଆଉଟ ହୋଇଛି । ଜସପ୍ରୀତ ବୁମରାଙ୍କ ବୋଲିଂରେ ଦକ୍ଷିଣ ଆଫ୍ରିକା ଟିମ୍‌ ଧରାଶାୟୀ ହୋଇଛି । କେପଟାଉନ ଟେଷ୍ଟର ଦ୍ବିତୀୟ ଇନିଂସରେ ବୁମରାଙ୍କୁ ୬ ୱିକେଟ। ବିଜୟ ପାଇଁ ଟିମ ଇଣ୍ଡିଆ ଆଗରେ ୭୯ ରନର ଟାର୍ଗେଟ।

ଦ୍ବିତୀୟ ଇନିଂସରେ ୧୭୬ରନରେ ଅଲଆଉଟ ହୋଇଛି ଦକ୍ଷିଣ ଆଫ୍ରିକା । ଦଳ ପକ୍ଷରୁ ମାକରମ ସର୍ବାଧିକ ୧୦୬ ରନ କରିଥିବା ବେଳେ ଆଉ କୌଣସି ବ୍ୟାଟସ ମ୍ୟାନ କ୍ରିଜରେ ତିଷ୍ଠି ପାରିନଥିଲେ । ୭ଜଣ ବ୍ୟାଟର ଦୁଇ ଅଙ୍କ ବି ଛୁଇଁ ପାରିନଥିଲେ । ଭାରତ ପକ୍ଷରୁ ଜସପ୍ରୀତ ବୁମରା ସର୍ବାଧିକ ୬ ୱିକେଟ ହାସଲ କରିଥିବା ବେଳେ ମୁକେଶ କୁମାରଙ୍କୁ ଦୁଇଟି ୱିକେଟ ମିଳିଥିଲା । ପ୍ରଥମ ଇନିଂସରେ ସାଉଥ ଆଫ୍ରିକା ମାତ୍ର ୫୫ରନ କରି ଅଲଆଉଟ ହୋଇଥିବା ବେଳେ ଟିମ ଇଣ୍ଡିଆ ୧୫୩ ରନ କରିପାରିଥିଲା । ମାତ୍ର ଦେଢ ଦିନରେ ୩୦ ୱିକେଟ ପଡ଼ିଛି ।

ତେବେ ଖବର ଲେଖା ବେଳକୁ ଭାରତ ୭୯ ରନକୁ ପିଛା କରି ପ୍ରଥମ ଓଭରରେ ୧୧ ରନ୍‌ କରିସାରିଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.