Below header

ଇଂଲଣ୍ଡ ବିପକ୍ଷ ତୃତୀୟ ଟେଷ୍ଟରେ ଟିମ୍‌ ଇଣ୍ଡିଆର ବ୍ୟାଟିଂ ବିପର୍ଯ୍ୟୟ,ମାତ୍ର ୭୮ ରନରେ ଅଲଆଉଟ୍‌

କେନ୍ୟୁଜ୍(ବ୍ୟୁରୋ):  ଇଂଲଣ୍ଡ ବିପକ୍ଷ ତୃତୀୟ ଟେଷ୍ଟରେ ଟିମ୍‌ ଇଣ୍ଡିଆର ବ୍ୟାଟିଂ ବିପର୍ଯ୍ୟୟ । ନୈରାଶ୍ୟଜନକ ପ୍ରଦର୍ଶନ । ପ୍ରଥମ ଇନିଂସରେ ମାତ୍ର ୭୮ ରନରେ ଅଲଆଉଟ୍‌ ହୋଇଛି ଭାରତ ।

ଜେମ୍ସ ଆଣ୍ଡରସନଙ୍କ ଘାତକ ବୋଲିଂ ଆଗରେ କେହି ବି ତିଷ୍ଠି ପାରିଲେ ନାହିଁ । ରୋହିତ ଶର୍ମା ସର୍ବାଧିକ ୧୯ ରନ୍‌ କରିଥିବା ବେଳେ ଆଜିଙ୍କ୍ୟ ରାହାଣେ ୧୮ ରନ୍‌ କରିଛନ୍ତି । ଆଉ କେହି ଦୁଇ ଅଙ୍କ ଛୁଇଁ ପାରି ନାହାନ୍ତି । ଲୋକେଶ ରାହୁଲ, ମହମ୍ମଦ ସାମି ଓ ଯଶପ୍ରୀତ ବୁମରାହ ଖାତା ଖୋଲି ପାରି ନାହାନ୍ତି । ଆଣ୍ଡରସନ୍‌ ସର୍ବାଧିକ ୫ଟି ଓ୍ଵିକେଟ ନେଇଥିବା ବେଳେ ରବିନସନ୍‌ ୩ ଓ ସାମ୍‌ କୁରେନ୍‌ ୨ଟି ଓ୍ଵିକେଟ୍‌ ନେଇଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.