ସ୍ୱାଧୀନତା ଦିବସରେ ଘରେ ତ୍ରିରଙ୍ଗା ଉଡାଇ ଉତ୍ସବ ମନାଇଲେ କ୍ରିକେଟ ସେଲିବ୍ରିଟି, ସେୟାର କଲେ ଭିଡିଓ

ଭାରତ ଆଜି ୭୫ ତମ ସ୍ୱାଧୀନତା ଦିବସ ପାଳନ କରୁଛି। ଏହି ଅବସରରେ ସମଗ୍ର ଦେଶବାସୀ ‘ହର ଘର ତ୍ରିରଙ୍ଗା’ ଅଭିଯାନରେ ସାମିଲ ହୋଇଛନ୍ତି। ଏମାନଙ୍କ ମଧ୍ୟରେ ଭାରତୀୟ କ୍ରିକେଟ ଟିମ୍‌ର ଖେଳାଳି ନିଜ ନିଜ ଘରେ ତ୍ରିରଙ୍ଗା ଉଡାଇଛନ୍ତି। ପୂର୍ବତନ କ୍ରିକେଟର ସଚିନ ତେନ୍ଦୁଲକର ଏବଂ ଶିଖର ଧଓ୍ଵନ ଭିଡିଓ ସେୟାର କରିଛନ୍ତି। ଦୁହେଁ ଭିଡିଓ ରେ ନିଜର ଭାବନା ବ୍ୟକ୍ତ କରିଛନ୍ତି। ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ଠାରୁ ଆରମ୍ଭ କରି ମିତାଲି ରାଜ ଭଳି ଖେଳାଳି ଫଟୋ ଟ୍ଵିଟ୍‌ କରିଛନ୍ତି।

ସଚିନ ତେନ୍ଦୁଲକର ସ୍ୱାଧୀନତା ଦିବସ ଅବସରରେ ନିଜ ଘରେ ତ୍ରିରଙ୍ଗା ଉଠାଇଛନ୍ତି। ଭିଡିଓରେ କହିଛନ୍ତି, ‘ ହମେଶା ରହା ହୈ ମେରେ ଦିଲ୍‌ ମେ ତିରଙ୍ଗା, ଆଜ ଲେହେରାଏଗା ମେରେ ଘର ପର ଭି ତିରଙ୍ଗା, ଦିଲ୍‌ ମେ ଭି ତିରଙ୍ଗା, ଘର ପର ଭି ତିରଙ୍ଗା… ଜୟ ହିନ୍ଦ ।

ସେହିପରି ଧଓ୍ଵନ ମଧ୍ୟ ଟ୍ଵିଟ୍‌ କରି କହିଛନ୍ତି, ‘ସ୍ୱାଧୀନତା ଦିବସ ମୋ ହୃଦୟରେ ରହିଛି। ମୁଁ ଦେଶକୁ ସ୍ୱାଧୀନ କରିଥିବା ସବୁ ସଂଗ୍ରାମୀଙ୍କ ପ୍ରତି କୃତଜ୍ଞ। ସେମାନଙ୍କ ପାଇଁ ଆମେ ଆଜି ସ୍ୱାଧୀନ। ନିଜ ଦେଶକୁ ଉନ୍ନତି କରି ଚାଲିବା ଆମର ଲକ୍ଷ୍ୟ। ଆପଣଙ୍କୁ ସମସ୍ତଙ୍କୁ ଶୁଭକାମନା, ଜୟ ହିନ୍ଦ୍‌…।

ବିରାଟ କୋହଲି, ଜସପ୍ରୀତ ବୁମରା ମଧ୍ୟ ଟ୍ଵିଟ୍‌ କରି ଶୁଭକାମନା ଜଣାଇଛନ୍ତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.