ଇତିହାସରେ ରଚିଲେ ଭାରତୀୟ ଝିଅ: ବ୍ୟାଡମିଣ୍ଟନ ଏସିଆ ଟିମ ଚମ୍ପିଆନସିପ ଟୁର୍ଣ୍ଣାମେଣ୍ଟ ଫାଇନାଲ ଜିତିଲା ଭାରତ
ବ୍ୟାଡମିଣ୍ଟନ ଏସିଆ ଟିମ୍ ଚାମ୍ପିଅନସିପରେ ସ୍ୱର୍ଣ୍ଣ ପଦକ ଜିତିଛି ଭାରତ । ମାଲେସିଆର ଶାହ ଆଲମରେ ଖେଳାଯାଉଥିବା ଫାଇନାଲ ମ୍ୟାଚରେ ଥାଇଲାଣ୍ଡକୁ ୩-୨ରେ ହରାଇଛି ଭାରତ ।
ଇତିହାସ ରଚିଛନ୍ତି ଭାରତୀୟ ମହିଳା ବ୍ୟାଡମିଣ୍ଟନ ଟିମ୍ । ବ୍ୟାଡମିଣ୍ଟନ ଏସିଆ ଟିମ୍ ଚାମ୍ପିଅନସିପରେ ସ୍ୱର୍ଣ୍ଣ ପଦକ ଜିତିଛି ଭାରତ । ମାଲେସିଆର ଶାହ ଆଲମରେ ଖେଳାଯାଉଥିବା ଫାଇନାଲ ମ୍ୟାଚରେ ଥାଇଲାଣ୍ଡକୁ ୩-୨ରେ ହରାଇଛି ଭାରତ ।
ଭାରତୀୟ ମହିଳା ବ୍ୟାଡମିଣ୍ଟନ ଟିମ ପ୍ରଥମ ଥର ପାଇଁ ଟୁର୍ଣ୍ଣାମେଣ୍ଟ ଟାଇଟଲ ଜିତିଛି । ଏହାପୂର୍ବରୁ କେବେ ବି ଜିତିନଥିଲା । ପିଭି ସିନ୍ଧୁ, ଗାୟତ୍ରୀ ଗୋପୀଚାନ୍ଦ, ତ୍ରିଶା ଜଲି ଏବଂ ଅନମୋଲ ଖରବ ଫାଇନାଲରେ ନିଜ ନିଜ ମ୍ୟାଚ ଜିତିଥିଲେ ।
𝐖𝐄 𝐀𝐑𝐄 𝐓𝐇𝐄 𝐂𝐇𝐀𝐌𝐏𝐈𝐎𝐍𝐒 🥹🫶
🇮🇳 women’s team has created history 🥳
Proud of you 🫡👑@himantabiswa | @sanjay091968 | @lakhaniarun1 #BATC2024#TeamIndia #IndiaontheRise#Badminton pic.twitter.com/0woUIiCxNK
— BAI Media (@BAI_Media) February 18, 2024
ଇତିହାସରେ ପ୍ରଥମ ଥର ପାଇଁ ବ୍ୟାଡମିଣ୍ଟନ ଏସିଆ ଟିମ ଚମ୍ପିଆନସିପ ଟୁର୍ଣ୍ଣାମେଣ୍ଟର ଫାଇନାଲରେ ପ୍ରବେଶ କରିଥିଲା ଟିମ ଇଣ୍ଡିଆ । ଏହାପୂର୍ବରୁ କୌଣସି ପୁରୁଷ କିମ୍ବା ମହିଳା ଦଳ ଫାଇନାଲରେ ପ୍ରବେଶ କରିନାହାନ୍ତି । ସେମି ଫାଇନାଲରେ ଜାପାନକୁ ହରାଇ ଫାଇନାଲରେ ସ୍ଥାନ ପକ୍କା କରିଥିଲା । ଜାପାନକୁ ୩-୨ରେ ହରାଇ ଫାଇନାଲରେ ପ୍ରବେଶ କରିଥିଲା ଟିମ ଇଣ୍ଡିଆର ମହିଳା ବ୍ୟାଡମିଣ୍ଟନ ଦଳ ।
ବ୍ୟାଡମିଣ୍ଟନ ଏସିଆ ଟିମ ଚମ୍ପିଆନସିପର ସେମି ଫାଇନାଲରେ ମ୍ୟାଚରେ ଭାରତ ଏବଂ ଜାପାନ ମୁହାଁମୁହିଁ ହୋଇଥିଲେ । ଏହି ମ୍ୟାଚରେ ବିଶ୍ୱ ନମ୍ବର -୨୩ ର ଭାରତୀୟ ଯୋଡି ତ୍ରିଶା ଜଲି ଏବଂ ଗାୟତ୍ରୀ ଗୋପୀଚାନ୍ଦ ପ୍ରଥମେ ଡବଲ୍ସ ଜିତିଥିଲେ। ପରେ ବିଶ୍ୱ ନମ୍ବର -୫ ର ମାନ୍ୟତା ଅସ୍ମିତା ଚଲିହା ଭାରତକୁ ସିଙ୍ଗଲ୍ସରେ ବିଜୟୀ କରାଇଲେ । ଜାପାନକୁ ୩-୨ରେ ହରାଇ ଫାଇନାଲରେ ପ୍ରବେଶ କରିଥିଲା ଭାରତ ।