ଉଭୟ ମହିଳା ଓ ପୁରୁଷ ହକି ଟିମ୍‌କୁ ସ୍ୱାଗତ କରିଛି ଓଡ଼ିଶା: ବାଜା, ନାଚ ଓ ଗୀତରେ କମ୍ପୁଛି ପରିବେଶ

ଭୁବନେଶ୍ୱର(କେନ୍ଯୁଜ୍): ହକି ଟିମ୍‌କୁ ସ୍ୱାଗତ କରିଛି ଓଡ଼ିଶା । ଭୁବନେଶ୍ୱର ବିମାନବନ୍ଦରରୁ ଯାଇ ହୋଟେଲରେ ପହଞ୍ଚି ସାରିଛି ଉଭୟ ଟିମ୍‌। ଏଥିପାଇଁ ଏୟାରପୋର୍ଟରେ କଡା ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଥିଲା। ମୁତୟନ ହୋଇଥିଲେ ୩ପ୍ଲାଟୁନ୍‌ ପୋଲିସ ଫୋର୍ସ।

ତେବେ ବାଜା, ନାଚ ଓ ଗୀତରେ କମ୍ପୁଛି ପରିବେଶ। ଦେଶର ଗର୍ବ ଓ ଗୌରବଙ୍କୁ ସ୍ୱାଗତ କରୁଛି ରାଜଧାନୀ। ଏୟାରପୋର୍ଟରୁ ଖେଳାଳିଙ୍କୁ କଡା ସୁରକ୍ଷା ମଧ୍ୟରେ ସ୍ୟାଣ୍ଡି ଟାଓ୍ଵାରକୁ ନିଆଯାଇଛି। ହୋଟେଲରେ ମଧ୍ୟ ସୁରକ୍ଷା ବ୍ୟବସ୍ଥାର ଯାଞ୍ଚ କରାଯାଇଛି। ଖେଳାଳିଙ୍କ ରହଣୀ ପାଇଁ ରୁମ୍‌ ଗୁଡିକୁ ସାନିଟାଇଜ୍‌ ସହ ସୁନ୍ଦର ଭାବେ ସଜାଯାଇଛି । ଉଭୟ ଟିମ୍‌କୁ ସ୍ୱାଗତ କରିଛି ଭୁବନେଶ୍ୱର ।

ରାସ୍ତା ଘାଟରେ ଛାଇ ଯାଇଛି ପୋଷ୍ଟର ଓ ବ୍ୟାନର। କଳିଙ୍ଗ ଷ୍ଟାଡିୟମରେ ଫଟୋ ସୁଟ୍‌ କାର୍ଯ୍ୟକ୍ରମ ରହିଛି। ସନ୍ଧ୍ୟାରେ ଲୋକସେବା ଭବନରେ ଉଭୟ ପୁରୁଷ ଓ ମହିଳା ହକି ଦଳକୁ ସମ୍ବର୍ଦ୍ଧତ କରିବେ ମୁଖ୍ୟମନ୍ତ୍ରୀ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.