ପିଚ୍‌ ବଦଳିବା ପରେ ନାଇଟ ରାଇଡର୍ସର ଭାଗ୍ୟ ବଦଳିଲା, କ୍ରମାଗତ ଚାରୋଟି ମ୍ୟାଚ୍ ହାରିବା ପରେ ଜିତିଲା

ଭୁବନେଶ୍ବର: ହାରି ହାରି ଜିତିଲା କୋଲକାତା ନାଇଟ ରାଇଡର୍ସ । ଟିମ୍‌ର ବଦଳିଲା ଭାଗ୍ୟ । ପିଚି ବଦଳିବା ପରେ ନାଇଟ ରାଇଡର୍ସର ଭାଗ୍ୟ ବଦଳିଲା । କ୍ରମାଗତ ଚାରିଟି ମ୍ୟାଚ ହାରିବା ପରେ ଶେଷରେ ବିଜୟ ମାର୍ଗକୁ ଫେରିଲା କୋଲକାତା ନାଇଟ ରାଇଡର୍ସ । ମୋଟେରା ଷ୍ଟାଡିୟମ୍‌ ଭାଗ୍ୟ ବଦଳାଇ ଦେଇଛି ।

ଇଅନ ମୋର୍ଗାନଙ୍କ ଅଧିନାୟକତ୍ୱ ଇନିଂସ ଦମ୍‌ରେ କୋଲକାତା ପଞ୍ଜାବ କିଙ୍ଗସ୍‌କୁ ୫ ଓ୍ଵିକେଟରେ ପରାସ୍ତ କରି ଷଷ୍ଠ ମ୍ୟାଚରୁ ଦ୍ୱିତୀୟ ବିଜୟ ହାସଲ କରିଛି । ଅନ୍ୟପଟେ ପଞ୍ଜାବ ଷଷ୍ଠ ମ୍ୟାଚରୁ ଚତୁର୍ଥ ପରାଜୟ ଭୋଗିଛି । ପ୍ରଥମେ ବ୍ୟାଟିଂ କରି ପଞ୍ଜାବ ୯ ଓ୍ଵିକେଟ ହରାଇ ୧୨୩ ରନ କରିଥିଲା । ଜବାବରେ ଇଅନ ମୋର୍ଗାନଙ୍କ ଅପରାଜିତ ୪୭ ଓ ରାହୁଲ ତ୍ରିପାଠୀଙ୍କ ୪୧ ରନ ଜରିଆରେ କୋଲକାତା ୧୬.୪ ଓଭରରେ ୫ ଓ୍ଵିକେଟ ହରାଇ ୧୨୬ ରନ୍‌ କରି ବିଜୟ ଲକ୍ଷ୍ୟ ହାସଲ କରିଛି । ଦିନେଶ କାର୍ତ୍ତିକ ୬ ବଲରେ ୧୨ ରନ କରି ଅପରାଜିତ ଥିଲେ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.