ବିରାଟଙ୍କ ସହ ସେଲଫି ନେବା ପଡିଲା ମହଙ୍ଗା, ସମସ୍ତଙ୍କ ନାଁରେ ମାମଲା

ଭାରତ ଶ୍ରୀଲଙ୍କା ମଧ୍ୟରେ ଖେଲାଯାଇଥିବା ଟେଷ୍ଟ ସିରିଜକୁ ନିଜ ନାଁରେ କରିନେଇଛି ଟିମ ଇଣ୍ଡିଆ । ଦଳ ଶ୍ରୀଲଙ୍କାକୁ ୨-୦ରେ ପରାସ୍ତ କରିଛି । ଏହି ସିରିଜରେ ଖେଳ ସହ ଆଉ ଏକ ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ହେଉଛି ବିରାଟଙ୍କ ପ୍ରଶଂସକ । ଗ୍ରାଉଣ୍ଡକୁ ବିରାଟଙ୍କ ଫ୍ୟାନ୍ସ ପଶିଯାଇଥିଲେ । ଦୁଇ ଦଳ ମଧ୍ୟରେ ଖେଳାଯାଉଥିବା ଦ୍‌ିତୀୟ ଟେଷ୍ଟ ମ୍ୟାଚର ଦ୍ୱିତୀୟ ଦିନରେ ଗ୍ରାଉଣ୍ଡର ସୁରକ୍ଷା ଭାଙ୍ଗି ୪ଜଣ ଭୂମିରେ ପ୍ରବେଶ କରିଥିଲେ । ଏବଂ ବିରାଟଙ୍କ ସହ ସେଲଫି ନେଉଥିବାର ମଧ୍ୟ ନଜର ଆସିଥିଲା । କିନ୍ତୁ ବିରାଟଙ୍କ ସହ ସେଲଫି ନେବା ବର୍ତ୍ତମାନ ଏହି ଚାରିଜଣ ପ୍ରଶଂସକଙ୍କୁ ମହଙ୍ଗା ପଡିଛି । ଏବେ ଅସୁବିଧାରେ ପଡିଯାଇଛନ୍ତି ଏମାନେ ।

ତେବେ ଗ୍ରାଉଣ୍ଡରେ ପ୍ରବେଶ ତା ସହ ବିରାଟଙ୍କ ସହ ସେଲଫି ନେବା ନେଇ ବାଙ୍ଗାଲୋର ପୋଲିସ ଏକ ମାମଲା ରୁଜୁ କରିଛି । ଯେଉଁତିପାଇଁ ସମସ୍ତ ଚାରିଜଣଙ୍କୁ ଅଟକ ରଖିଛି ପୋଲସ । ଏହି ଘଟଣା ପରେ ସଂଗେ ସଂଗେ ସେମାନଙ୍କୁ ଗ୍ରାଉଣ୍ଡରୁ ବାହାର କରାଯାଇଥିଲା ବୋଲି କହିଛି ପୋଲିସ । ସୋମାନଙକ୍‌ ମଧ୍ୟରୁ ୨ଜଣ ନାବାଳକ ଥିବା ଜଣାପଡିଛି । ପୋଲିସ ସେମାନଙ୍କ ବିରୋଧରେ ଆଇପିସିର ଧାରା ୪୪୭ ଓ ୨୬୯ରେ ମାମଲା ରୁଜୁ କରିଛି ।

କହିରଖୁଛୁ ଖେଳର ଶେଷ ମୁହୂର୍ତ୍ତରେ ଏମାନେ ପଡିଆ ମଧ୍ୟକୁ ପ୍ରବେଶ କରିଥିଲେ । ଏମାନଙ୍କ ମଧ୍ୟରୁ ଜଣେ ସେଲଫି ନେବାରେ ସଫଳ ହୋଇଥିଲେ ଯାହାପେର ସେମାନଙ୍କୁ ସୁରକ୍ଷା କର୍ମୀ ମାନେ ଗୋଡାଇତିଲେ । ଏହି ଘଟଣା ଶ୍ରୀଲଙ୍କାର ଦ୍ୱିତୀୟ ଇନିଂସର ଷଷ୍ଠ ଓଭରରେ ଘଟିତିଲା । ଯେତେବେଳେ ମହମ୍ମଦ ଶାମିଙ୍କ ଉପରେ ଆଘାତ ଲାଗିବା ପରେ କୁସାଲ ମେଣ୍ଡିସ ଚିକିତ୍ସିତ ହେଉଥିଲେ । ଆଉ ଷ୍ଟାର ଖେଳାଳୀଙ୍କ ନିକଟତର ହେବାର ସୁଯୋଗ ପାଇବା ପରେ ଏହି ପିଲାମାନେ ଖେଳ ପଡିଆକୁ ପ୍ରବେଶ କରି ଖେଳାଳୀଙ୍କ ଆଡକୁ ଦୌଡିବାକୁ ଲାଗିଲେ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.