ଫ୍ୟାନଙ୍କ ପୂରା ଶରୀରରେ ନିଜର ଟାଟୁ ଦେଖି ଭାବୁକ ହୋଇଗଲେ ବିରାଟ କୋହଲୀ, ଏହି ବ୍ୟକ୍ତି ଆଉ କେଉଁ ରାଜ୍ୟର ନୁହେଁ ବରଂ ଆମ ଏଇ ଓଡିଶାର

ଏବେ ସୋସିଆଲ ମିଡିଆରେ ଭାଇରାଲ ହେଉଛି ବିରାଟ କୋହଲୀ ଏବଂ ଫ୍ୟାନଙ୍କ ଫଟୋ। ସାରା ଦୁନିଆରେ ତ ବିରାଟ କୋହଲୀଙ୍କରକୋଟି କୋଟି ଫ୍ୟାନସ୍‌ ଅଛନ୍ତି କିନ୍ତୁ ବିଶାଖାପାଟଣମରେ ସେ ଏମିତି ଜଣେ ବ୍ୟକ୍ତିଙ୍କୁ ଭେଟିଲେ ଯିଏ ଥିଲେ ସବୁଠାରୁ ସ୍ପେଶାଲ। ବିରାଟ କୋହଲୀଙ୍କ ଏହି ଫ୍ୟାନଙ୍କ ନାମ ହେଉଛି ପିଣ୍ଟୁ ଏବଂ ତାଙ୍କୁ ବିରାଟଙ୍କ ସବୁଠାରୁ ବଡ ଫ୍ୟାନ୍‌ ମଧ୍ୟ କହନ୍ତି। ଯୁବକ ଜଣଙ୍କ ନିଜର ପୂରା ଶରୀରରେ ବିରାଟ କୋହଲୀଙ୍କର ଟାଟୁ କରିଛନ୍ତି। ଏହି ଟାଟୁରେ ତାଙ୍କ ନାମ ଠାରୁ ଆରମ୍ଭ କରି ଫଟୋ ପର୍ଯ୍ୟନ୍ତ ମଧ୍ୟ ରହିଛି।

fanବିରାଟଙ୍କର ଏହି ଫ୍ୟାନ ଜଣଙ୍କ ନିଜ ଶରୀରରେ ମୋଟ କୋହଲୀଙ୍କର ୧୫ଟି ଟାଟୁ କରିଛନ୍ତି। ପିଣ୍ଟୁ ଓଡିଶାର ବାସିନ୍ଦା ଏବଂ ସେ ଭାରତରେ ହେଉଥିବା ସବୁ ମ୍ୟାଚ ଦେଖିବା ପାଇଁ ଷ୍ଟାଡିୟମରେ ପହଁଚିଯାନ୍ତି। ସେ ସବୁବେଳେ ବିରାଟଙ୍କୁ ଚିୟର କରନ୍ତି କିନ୍ତୁ ଏଥର ସେ ବିରାଟଙ୍କୁ ଭେଟିବାର ସୁଯୋଗ ପାଇଲେ। ଯେତେବେଳେ ଏହି ଖାସ୍‌ ଫ୍ୟାନଙ୍କୁ ବିରାଟ ଦେଖିଲେ ସେତେବେଳେ ତାଙ୍କ ଖୁସିର ସିମା ରହିଲାନାହିଁ।

fan1କୋହଲୀଙ୍କର ଏହି ଫ୍ୟାନ ନିଜ ଶରୀରରେ ତାଙ୍କ ଜର୍ସି ନମ୍ବର ଠାରୁ ଆରମ୍ଭ କରି ଅନେକ ଉପଲବ୍ଧିକୁ ଶରୀରରେ କରିରଖିଛନ୍ତି। ନିଜ ଶରୀରକୁ ବିରାଟଙ୍କୁ ଡେଡିକେଟ କରିବା ତାଙ୍କ ପାଇଁ ଏକ ବହୁତ ବଡ କଥା। ଆପଣଙ୍କୁ ଜଣାଇବାକୁ ଚାହିଁବୁ ବିରାଟ ନିଜେ ମଧ୍ୟ ଟାଟୁ ସୌକିନ୍‌ ଏବଂ ତାଙ୍କ ହାତରେ ଅନେକ ଟାଟୁ ବି ରହିଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.