ବିଶ୍ୱ ଆଥଲେଟିକ୍ସ ଚାମ୍ପିଅନସପିରେ ଚମକିଲେ ଓଡିଆ ପୁଅ କିଶୋର ଜେନା, ଫାଇନାଲରେ ନୀରଜଙ୍କ ସହ ଲଢିବେ
ବିଶ୍ୱ ଆଥଲେଟିକ୍ସ ଚାମ୍ପିଅନସପିରେ ଇତିହାସ ରଚିଛନ୍ତି ଓଡ଼ିଆ ପୁଅ କିଶୋର ଜେନା। ଜାଭେଲିନ ଥ୍ରୋ ଇଭେଣ୍ଟରେ କିଶୋର ଫାଇନାଲରେ ରାଉଣ୍ଡରେ ପହଞ୍ଚିଛନ୍ତି। ଯୋଗ୍ୟତା ପର୍ଯ୍ୟାୟ ବି ଗ୍ରୁପରେ ଥିବା କିଶୋର ୮୦.୫୫ ମିଟର ଦୂରତାକୁ ଜାଭେଲିନ ଫିଙ୍ଗ ଟପ୍ ୧୨ରେ ରହିଛନ୍ତି ।

ହଙ୍ଗେରୀ ବୁଦାପେଷ୍ଟରେ ଚାଲିଥିବା ବିଶ୍ୱ ଆଥଲେଟିକ୍ସ ଚାମ୍ପିଅନସପିରେ ଇତିହାସ ରଚିଛନ୍ତି ଓଡ଼ିଆ ପୁଅ କିଶୋର ଜେନା । ଜାଭେଲିନ ଥ୍ରୋ ଇଭେଣ୍ଟରେ କିଶୋର ଫାଇନାଲରେ ରାଉଣ୍ଡରେ ପହଞ୍ଚିଛନ୍ତି । ଯୋଗ୍ୟତା ପର୍ଯ୍ୟାୟ ବି ଗ୍ରୁପରେ ଥିବା କିଶୋର ୮୦.୫୫ ମିଟର ଦୂରତାକୁ ଜାଭେଲିନ ଫିଙ୍ଗ ଟପ୍ ୧୨ରେ ରହିଛନ୍ତି ।
ସେ ଫାଇନାଲରେ ପ୍ରବେଶ କରିଥିବା ୧୨ ଜଣଙ୍କ ମଧ୍ୟରୁ ତାଲିକାର ୯ନଂ ସ୍ଥାନରେ ରହିଛନ୍ତି। କିଶୋର ପ୍ରଥମ ଓଡ଼ିଆ ଭାବେ ବିଶ୍ୱ ଆଥଲେଟିକ୍ସ ଚାମ୍ପିଅନସପିରେ ଭାଗ ନେଇଥିବା ବେଳେ ଏବେ ଫାଇନାଲରେ ପ୍ରବେଶ କରିଛନ୍ତି। ଜାଭେଲିନ୍ ଥ୍ରୋ କ୍ୱାଲିଫିକେସନ୍ ମ୍ୟାଚରେ ପ୍ରଥମେ ନୀରଜ ଚୋପ୍ରା ୮୮.୭୭ ମିଟର ଲମ୍ବା ଜଭେଲିନ ଫିଙ୍ଗି ଫାଇନାଲକୁ ପ୍ରବେଶ କରିଥିବା ସହ ପ୍ୟାରିସ୍ ଅଲମ୍ପିକ୍ସ ପାଇଁ ମଧ୍ୟ ଯୋଗ୍ୟତା ଅର୍ଜନ କରିଛନ୍ତି ।
ସେହିପରି ଭାରତର ଅନ୍ୟତମ ଜାଭେଲିନ ଖେଳାଳି ଡିପି ମନୁ ୮୧.୩୧ ମିଟର ଦୂରତା ଜାଭେଲିନ ଫିଙ୍ଗ ଫାଇନାଲ ରେ ପ୍ରବେଶ କରିଛନ୍ତି । ଭାରତର ୩ ଜଣ ଖେଳାଳି ଫାଇନାଲ ରାଉଣ୍ଡରେ ପଦକ ପାଇଁ ଟକ୍କର କରିବେ। ଏମାନଙ୍କ ବ୍ୟତୀତ ତାଲିକାର ଦୁଇ ନମ୍ବର ସ୍ଥାନରେ ପାକିସ୍ତାନର ଅର୍ଶଦ ନଦୀମ(୮୬.୭୯ ମିଟର) ଓ ତୃତୀୟରେ ଚେକ ଗଣରାଜ୍ୟର ଜ୍ୟାକୁବ ଭି(୮୩.୫୦ ମିଟର) ରହିଛନ୍ତି।
ଓଡ଼ିଶାର କିଶୋର ଜେନା ଭୁବନେଶ୍ୱରରେ ଅନୁଷ୍ଠିତ ଜାତୀୟ ସିନିୟର୍ ଆଥଲେଟିଲ୍ସ ଚାମ୍ପିଅନସପିରେ ସ୍ୱର୍ଣ୍ଣ ପଦକ ଜିତି ଏସୀୟ କ୍ରୀଡ଼ାକୁ ଯୋଗ୍ୟତା ଅର୍ଜନ କରିଥିଲେ।