ମୟୁରଭଞ୍ଜ: କୋଭିଡ଼ ରୋଗୀଙ୍କ ପାଇଁ ଫିକା କରିବାକୁ ଦେଲେନି ରଜ ମଉଜ, ହସ୍ପିଟାଲରେ ରଜ ପାଳିଲେ ଡାକ୍ତର ଓ ନର୍ସ

ମୟୁରଭଞ୍ଜ(କେନ୍ୟୁଜ୍): କୋଭିଡ୍‌ ରୋଗୀଙ୍କ ସହ ରଜ ପାଳିଲେ  ହସ୍ପିଟାଲ  କର୍ମଚାରୀ। ଏଭଳି ଦୃଶ୍ଯ ଦେଖିବାକୁ ମିଳିଛି ବାରିପଦା ବାଙ୍କିଶୋଳ କୋଭିଡ୍‌ ହସ୍ପିଟାଲରେ। ରୋଗୀଙ୍କୁ ପିଠା ଖୁଆଇ କେକ୍‌ କାଟି ନୃତ୍ଯର ତାଳେ ତାଳେ ଏକା ସଙ୍ଗେ ରଜ ମଉଜରେ ମସଗୁଲ ହେଲେ କୋଭିଡ୍‌ ରୋଗୀ, ଡାକ୍ତର ଓ ନର୍ସ। ଏପରିକି ମହିଳା ରୋଗୀଙ୍କୁ ଅଳତା ଲଗାଇ ରଜ ପାଇଁ ସଜ  କରାଇଛନ୍ତି କର୍ମଚାରୀ।

 ଘର ଛାଡି ଆସି ଚିକିତ୍ସା ପାଇଁ ପହଁଚିଥିବା ରୋଗୀ ଘରେ ଯେପରି ରଜ ପାଳିଥାନ୍ତି  ସେହି ପରିବେଶ ସୃଷ୍ଟି  କରିଛନ୍ତି ହସ୍ପିଟାଲ କର୍ମଚାରୀ। ସମସ୍ତ ରୋଗୀଙ୍କୁ ନିଜ ହାତରେ ପୋଡପିଠା ଓ  କେକ୍‌ ଖୁଆଇ ଦେଇଛନ୍ତି   ନର୍ସ ମାନେ।

mayurbhanj covid2

ରଜ ମଜା ଉଠାଇବାକୁ ରୋଗୀ ମାନେ ମଧ୍ୟ ନାଚ ଗୀତରେ ନିଜକୁ ସାମିଲ କରିଛନ୍ତି।  ଅନ୍ଯପଟେ ଚିକିତ୍ସା ସେବା ଯୋଗାଇ ଦେବା ପାଇଁ ଆସିଥିବା ଡାକ୍ତର ନର୍ସ ଓ ଅନ୍ଯାନ୍ଯ କର୍ମଚାରୀ ମାନେ ମଧ୍ୟ ଘର ଠାରୁ ଦୂରରେ ରହି  ରଜ ପରମ୍ପରାକୁ ବଜାୟ ରଖିଛନ୍ତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.