ରଜ ସମୟରେ ଓଡ଼ିଶା ଛୁଇଁପାରେ ମୌସୁମୀ ବର୍ଷା, ଜୁନ୍‌ ୩ ବେଳକୁ ଛୁଇଁବ କେରଳ

ଭୁବନେଶ୍ବର: ରଜ ସମୟରେ ଓଡ଼ିଶା ଛୁଇଁପାରେ ମୌସୁମୀ ବର୍ଷା। ଏବର୍ଷ ଦୁଇ ଦିନ ବିଳମ୍ବରେ କେରଳ ଛୁଇଁବ ମୌସୁମୀ । ଜୁନ ୩ ରେ ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ କେରଳ ଛୁଇଁପାରେ । ଏନେଇ ପୂର୍ବାନୁମାନ କରିଛି ଭାରତୀୟ ପାଣିପାଗ ବିଭାଗ । ପୂର୍ବରୁ ମେ ୩୧ ତାରିଖରେ ମୌସୁମୀ କେରଳ ଛୁଇଁବା ନେଇ ପୂର୍ବାନୁମାନ ହୋଇଥିଲା ।

ଏବେ ଧୀରେ ଧୀରେ ଦକ୍ଷିଣ-ପଶ୍ଚିମ ବାୟୁ ପ୍ରବାହ ଆରମ୍ଭ ହୋଇଥିବାରୁ ଜୁନ୍‌ ୩ ତାରିଖରେ ମୌସୁମୀ କେରଳ ଛୁଇଁବା ନେଇ ଆଇଏମଡି ସ୍ପଷ୍ଟ କରିଛି । ଏହାର ୧୦ରୁ ୧୨ଦିନ ମଧ୍ୟରେ ଅର୍ଥାତ ରଜ ଆଡକୁ ରାଜ୍ୟରେ ବର୍ଷା ଆରମ୍ଭ ହେବାର ପୂର୍ବାନୁମାନ କରିଛି ପାଣିପାଗ ବିଭାଗ । ସେପଟେ ଗତକାଲି ରାଜ୍ୟର ୬ଟି ସ୍ଥାନରେ ୪୦ ଡିଗ୍ରୀ ଉପରେ ଥିଲା ତାପମାତ୍ରା।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.